
ପଞ୍ଜାବରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳରେ ଆମ୍ ଆଦମ୍ୟ ପାର୍ଟି ସର୍ବାଧିକସଂଖ୍ୟକ ସିଟ୍ ପାଇଛି ଯେଉଁଥିପାଇଁ ଭଗବନ୍ତ ସିଂ ମାନ୍ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ପ୍ରତିଦ୍ଵନ୍ଦୀ ଅଟନ୍ତି। ଏହି ପ୍ରସଙ୍ଗରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ମଦ ନିଶାରେ ଥିବା ଦେଖା ଯାଉଛନ୍ତି। ଭିଡିଓକୁ ଏପରି ସେଯାର କରା ଯାଇଛି ଯେଉଁଥିରେ ପ୍ରତୀତ ହେଉଛି ଯେ ଏହା ସମ୍ପ୍ରତି ସମୟର ଭିଡିଓ ଅଟେ।
ପୋଷ୍ଟରେ କୁହା ଯାଇଛି ଯେ, “ମଦ ପିଉଥିବା ଲୋକଙ୍କ ମଧ୍ୟରେ ଖୁସିର ଲହର। ପ୍ରଥମଥର ଜଣେ କର୍ମଚାରୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୯ ମାର୍ଚ୍ଚ ୨୦୧୭ ରେ ଇଣ୍ଡିଆ ଟୁଡେ ଦ୍ଵାରା ପ୍ରକାଶିତ ଏକ ଆର୍ଟିକିଲ୍ ମିଳିଲା। ଭାଇରାଲ ହେଉଥିବା ଭିଡିଓର ଦୃଶ୍ୟ ଏଥିରେ ଦେଖିବାକୁ ମିଳିଛି। ଏହି ୱେବସାଇଟରେ ସୂଚନା ଦିଆ ଯାଇଛି ଯେ ନିରନ୍ତର ନିର୍ବାଚନ ପ୍ରଚାର କରିଥିବାରୁ ଭଗବନ୍ତ ମାନ୍ ଥକି ଯାଇଥିଲେ, ତେଣୁ ଚାଲୁଥିବା ସମୟରେ ସେ ଝୁଣ୍ଟି ପଡିଲେ ଏବଂ ଏହା ପରେ ନିଜ କାରରେ ବସିଥିଲେ।

ଉପରୋକ୍ତ ଇଣ୍ଡିଆ ଟୁଡେ ୱେବସାଇଟରେ କୌଣସି ଉଲ୍ଲେଖ ନାହିଁ ଯେ ଭଗବନ୍ତ ମାନ୍ ମଦ୍ୟପାନ କରିଥିଲେ। କିନ୍ତୁ ୨୦୧୭ ମସିହାରେ ମଧ୍ୟ ସମାନ ଭିଡିଓ ଏକ ଫେସବୁକ ଏକାଉଣ୍ଟରେ ଭାଇରାଲ କରି ଦାବି କରା ଯାଇଥିଲା ଯେ ଭଗବନ୍ତ ମାନ୍ ମଦ ନିଶାରେ ନଜର ଆସିଥିଲେ। ୨୦୧୭ ମସିହାରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହୋଇଥିଲା ଏବଂ ଭାଇରାଲ ଭିଡିଓ ସେହି ସମୟର ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ୨୦୧୭ ମସିହାର ଅଟେ। ଏଥିରେ କରା ଯାଇଥିବା ଦାବି ମିଥ୍ୟା ଅଟେ।

Title:ପଞ୍ଜାବ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନଙ୍କୁ ମଦ ନିଶା ଅବସ୍ଥାରେ ଦେଖିବାକୁ ମିଳିଥିବା ଦାବି ମିଥ୍ୟା ଅଟେ।
Fact Check By: Siddharth SahuResult: False
