କ’ଣ ଭିଡିଓରେ ଜଣସାଧାରଣଙ୍କ ଠାରୁ ମାଡ଼ ଖାଉ ଥିବା ବ୍ୟକ୍ତି ବିଜେପି ସାଂସଦ ହର୍ଷବର୍ଧନ ଅଟନ୍ତି? କ’ଣ ଏହି ଘଟଣା ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।

False Political

୨୮ ସେପ୍ଟେମ୍ବର ରେ ଜଣେ ଫେସବୁକ ୟୁଜର ଆପ୍ ଭଦ୍ରକ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଭିଡ଼ ଜମିଥିବା ଲୋକେ ଜଣେ ବ୍ୟକ୍ତିଙ୍କୁ ପିଟୁଛନ୍ତି। ଏହି ସମୟରେ ପୋଲିସ ମଧ୍ୟ  ଉପସ୍ଥିତ ଥିଲା ଏବଂ ଭିଡ଼ରୁ ମାଡ଼ ଖାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଚେଷ୍ଟା କରୁଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ମାଡ଼ ଖାଉଥିବା ବ୍ୟକ୍ତି ବିଜେପି ସାଂସଦ ହର୍ଷବର୍ଧନ ଏବଂ ଏହି ଘଟଣା ଦିଲ୍ଲୀରେ ଘଟିତ। 

Archive

ଏହି ଭିଡିଓ ୟୁଟ୍ୟୁବରେ ୨୬ ନଭେମ୍ବର ୨୦୧୬ ମସୁହାରେ ମଧ୍ୟ ଭାଇରାଲ ହେଇଛି ଯେଉଁଥିରେ ମାଡ଼ ଖାଉଥିବା ବ୍ୟକ୍ତି କଂଗ୍ରେସ ସାଂସଦ ଅଟନ୍ତି ଏବଂ ଏହି ଘଟଣା ଏହମଦାବାଦ ଜିଲ୍ଲାରେ ଘଟିତ ବୋଲି ଦାବି କରା ଯାଇଅଛି। 

yt claim.jpg

YouTube

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭିଡିଓକୁ ଭଲ ଭାବେ ଦେଖିଲୁ। ଭିଡିଓ ସେଶ ଆଡ଼କୁ ଆମକୁ ଲୋକେ ପିଟୁଥିବା ବ୍ୟଲଟିଙ୍କ ଚେହେରା ଦେଖିବାକୁ ମିଳିଲା। ଆମେ ତାଙ୍କ ଚେହେରା ବିଜେପି ଦଳ ହର୍ଷବର୍ଧନଙ୍କ ସହିତ ତୁଳନା କରି ଦେଖିଲୁ। ଦୁଇଟି ଫୋଟୋ ତୁଳନା କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ମାଡ଼ ଖାଉଥିବା ବ୍ୟକ୍ତିଙ୍କ ଚେହେରା ହର୍ଶବର୍ଦ୍ଧନଙ୍କ ଚେହେରା ଠାରୁ ପୁରା ଅଲଗା। ଏହା ଦ୍ଵାରା ଜଣା ପଡ଼ିଲା ଯେ ମାଡ଼ ଖାଉଥିବା ବ୍ୟକ୍ତି ବିଜେପି ସାଂସଦ ହର୍ଷବର୍ଧନ ନୁହନ୍ତି। 

ଏହା ପରେ ଆମେ ଟୁଇଟରରେ ଯାଇ ହରବର୍ଦ୍ଧନଙ୍କ ଟୁଇଟ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୭ ନଭେମ୍ବର ୨୦୧୬ ମସିହାରେ ହର୍ଷବର୍ଦ୍ଧନଙ୍କ ଦ୍ଵାରା କରା ଯାଇଥିବା ଟୁଇଟ ମିଳିଲା। ଏହି ଟୁଇଟରେ ସେ କହିଛନ୍ତି ଯେ ତାଙ୍କ ନାମରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ଏହି ଭ୍ରମାତ୍ମକ ବିଷୟକୁ ଦୁଷ୍କର୍ମ ଉଦ୍ଦେଶ୍ୟରେ ଭାଇରାଲ କରା ଯାଉଅଛି ବୋଲି କହିଛନ୍ତି। 

Archive

ଏହା ପରେ ଆମ ଅନୁସନ୍ଧାନରେ ଆମେ ସର୍ଚ କରିଲୁ ଯେ ଏହି ଘଟଣା କେଉଁ ସ୍ଥାନରେ ଘଟିତ ଏବଂ ଭିଡିଓରେ ଥିବା ବ୍ୟକ୍ତି ଜଣକ କିଏ। ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଆମେ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଭିଡିଓର ଗୋଟିଏ ଫୋଟୋ ଫାଇନାଂସିୟାଲ ଏକ୍ସପ୍ରେସ ପତ୍ରିକାରେ ପ୍ରକାଶିତ ହେଇଥିବା ମିଳିଲା। ୧୯ ଅକ୍ଟୋବର ୨୦୧୬ ମସିହାରେ ପ୍ରକାଶିତ ହେଇଥିବା ଅନୁଛେଦରେ କୁହା ଯାଇଅଛି ଯେ ପଶ୍ଚିମବଙ୍ଗର ଆଷାନ୍ଷୋଳ ଅଞ୍ଚଳରେ ବିଜେପି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ଏବଂ ତ୍ରିନାମୂଳ କଂଗ୍ରେସ କାର୍ଯ୍ୟକର୍ତାଙ୍କ ମଧ୍ୟରେ ଝଗଡ଼ା ହେଇଥିଲା। ଝଗଡ଼ା ବଢିବାରୁ ତ୍ରିନାମୂଳ କଂଗ୍ରେସ କାର୍ଯ୍ୟକର୍ତା ବାବୁଲ ସୁପ୍ରିୟଙ୍କ ଗାଡ଼ି ଉପରେ ପଥର ମାଡ଼ କରି ତାଙ୍କ ଗାଡ଼ି ଅଟକାଇ ଦେଇ ଥିଲେ। ଏହା ପରେ ତ୍ରିନାମୂଳ କଂଗ୍ରେସ କାର୍ଯ୍ୟକର୍ତା ଶୁଭ୍ରତ ମିତ୍ରଙ୍କୁ ତାଙ୍କୁ ଗାଡ଼ିରୁ ବାହାର କରି ତାଙ୍କ ଉପରେ ଆକ୍ରମଣ କରିଥିଲେ। 

FE.jpg

Financial Express | Archive

ଏହି ଭିଡିଓ ଶେଷ ଆଡ଼କୁ ଆମେ ଦେଖିବାକୁ ପାଇଲୁ ଯେ ଜଣେ ଟ୍ରାଫିକ କର୍ମଚାରୀଙ୍କ ପୋଷାକରେ ଇଂରାଜୀରେ ପଶ୍ଚିମବଙ୍ଗ ଲେଖା ଯାଇଅଛି। 

traffic police.jpg

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଭିଡିଓରେ ଥିବା ବ୍ୟକ୍ତି ବିଜେପି ସାଂସଦ ହର୍ଷବର୍ଧନ ନୁହନ୍ତି। ସେହି ବ୍ୟକ୍ତି ଜଣକ ବିଜେପି ନେତା ଶୁଭ୍ରତ ମିତ୍ର ଅଟନ୍ତି। ପୋଷ୍ଟରେ କରା ଯାଇଥିବା ଦାବି ଯେ ଏହି ଘଟଣା ଦିଲ୍ଲୀରେ ହେଇଥିବା କଥା ମଧ୍ୟ ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଏହି ଘଟଣା ପଶ୍ଚିମବଙ୍ଗର ଆଷାନ୍ଷୋଳ ଅଞ୍ଚଳର ଘଟଣା ଅଟେ। 

Avatar

Title:କ’ଣ ଭିଡିଓରେ ଜଣସାଧାରଣଙ୍କ ଠାରୁ ମାଡ଼ ଖାଉ ଥିବା ବ୍ୟକ୍ତି ବିଜେପି ସାଂସଦ ହର୍ଷବର୍ଧନ ଅଟନ୍ତି? କ’ଣ ଏହି ଘଟଣା ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *