କ’ଣ ମୁସଲମାନ ମାନେ ରାସ୍ତାରେ ନମାଜ ପଢୁଥିବାର ଏହି ଦୃଶ୍ୟ ଫ୍ରାନ୍ସର ଅଟେ? ଜାଣନ୍ତୁ ସତ୍ୟ।

False International

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ସମାବେଶ ରାସ୍ତାରେ ନମାଜ ପଢୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ଦୃଶ୍ୟ ଫ୍ରାନ୍ସର ପ୍ୟାରିସ ସହରର ଅଟେ। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ରୁଷର ମୋସ୍କୋ ସହରର ଅଟେ। 

ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

ଭିଡିଓ ସହିତ କୁହା ଯାଇଛି ଯେ ଅଦୁରଦର୍ଶୀ ଇମିଗ୍ରେସନ ବ୍ୟବସ୍ଥା କାରଣରୁ ବିଶ୍ଵର ସବୁଠାରୁ ବିକଶିତ ଏବଂ ବିଳାସପୂର୍ଣ୍ଣ ପ୍ୟାରିସ ନଗରିର ଅବସ୍ଥା ଦେଖନ୍ତୁ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଦେଖିବାକୁ ପାଇଲୁ ଯେ ଭାଇରାଲ ଭିଡିଓରେ ଥିବା ଏକ ବିଲଡିଙ୍ଗ ହେଉଛି ମୋସ୍କୋରେ ସ୍ଥିତ ଏକ ମସଜିଦ। ଡେଲିମେଲ୍ ପତ୍ରିକାରେ ପ୍ରକାଶିତ ଗୋଟିଏ ଭିଡିଓରେ ଆମକୁ ସମାନ ବିଲଡିଙ୍ଗ ଦେଖିବାକୁ ମିଳିଲା। ଭିଡିଓର କ୍ୟାପସନ୍ ରେ କୁହା ଯାଇଛି ଯେ ହଜାରର ସଂଖ୍ୟାରେ ମୁସଲମାନ ମାନେ ମୋସ୍କୋ କ୍ୟାଥେଡ୍ରାଲ୍ ମସଜିଦ ସାମନାରେ ଇଦ-ଅଲ୍-ଅଦା ପର୍ବ ପାଳନ କରିବା ପାଇଁ ଏକତ୍ର ହୋଇଛନ୍ତି। 

ଆମକୁ ସମାନ ଫୋଟୋ ଆଲାମି ୱେବସାଇଟରେ ମଧ୍ୟ ଅପ୍ଲୋଡ ହେଇଥିବା ମିଳିଲା। ଫୋଟୋ ସହିତ ଉଲ୍ଲେଖ କରା ଯାଇଛି ଯେ ଏହି ଫୋଟୋ ରୁଷର ମୋସ୍କୋ କ୍ୟାଥେଡ୍ରାଲ୍ ମସଜିଦ ଅଟେ। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ରୁଷର ଏକ ୱେବସାଇଟରେ ଏହି ଘଟଣା ବିଷୟରେ ଉଲ୍ଲେଖ କରା ଯାଇଛି। ୱେବସାଇଟ ଅନୁଯାୟୀ ୨୫୦୦୦୦ ମୁସ୍ଲିମ ମାନେ ମୋସ୍କୋ ସହରରେ ଇଦ ଅଲ୍-ଫିତର ପର୍ବ ପାଳନ କରିବା ପାଇଁ ଏକତ୍ର ହୋଇଥିଲେ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ଭିଡିଓ ରୁଷ ଦେଶର ମୋସ୍କୋ ସହରର ଫୋଟୋ ଅଟେ। ଏହାର ଫ୍ରାନ୍ସ ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ମୁସଲମାନ ମାନେ ରାସ୍ତାରେ ନମାଜ ପଢୁଥିବାର ଏହି ଦୃଶ୍ୟ ଫ୍ରାନ୍ସର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *