
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ମୁସଲିମ ଲୋକମାନେ ରାସ୍ତା ମଝିରେ ନମାଜ ପଢୁଛନ୍ତି। ପୋଷ୍ଟ ସହିତ ଦାବି କରା ଯାଇଛି ଯେ ଏହି ଦୃଶ୍ୟ ଲଣ୍ଡନ୍ ସହରର ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।

ସମାନ ଦାବିର ଏକ ଭିଡିଓ ଆମକୁ ଟୁଇଟରରେ ମଧ୍ୟ ୧୦ ଅକ୍ଟୋବରରୁ ଭାଇରାଲ ହେବା ମିଳିଲା। ମଞ୍ଜିତ ବଗ୍ଗା ନାମକ ଜଣେ ଟୁଇଟର ବ୍ୟବହାରକାରୀ ନିଜ ଟୁଇଟରହେଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି, “ଇଂରେଜ ମାନଙ୍କର ସହର ଲଣ୍ଡନର ଅବସ୍ଥା ଦେଖନ୍ତୁ। ୨୦୦ ବର୍ଷରେ ଇଂରେଜ ମାନେ ଭାରତକୁ ବରବାଦ କରି ଦେଇଥିଲେ ଆଉ ବର୍ତ୍ତମାନ ମୁସଲମାନ ମାନେ ଇଂରେଜ ମାନଙ୍କୁ ବରବାଦ କରୁଛନ୍ତି। ଯଦି ଆମେ ନିଜ ଧର୍ମ ଏବଂ ଜାତି ପାଇଁ କଟ୍ଟର ହେବୁ ନାହିଁ ତେବେ ଦୁନିଆରେ ଅନ୍ୟ ଲୋକଙ୍କ ତୁଳନାରେ ଆମ ଅବସ୍ଥା ଖରାପ ହେବ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଭିଡିଓର ପ୍ରଥମ କିଛି ସେକେଣ୍ଡରେ ଆମକୁ କିଛି ଦୋକାନର ନାମ ଦେଖିବାକୁ ମିଳିଲା। ସେହି ଦୋକାନ ନା ଦେଇ ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଲା ପରେ ଆମେ ଯାଇବାକୁ ପାଇଲୁ ଯେ ଭାଇରାଲ ଭିଡିଓ ଲଣ୍ଡନର ନୁହେଁ ବରଂ ଫ୍ରାନ୍ସ ଦେଶର କ୍ଲିଚି ଆଞ୍ଚଲର ଦୃଶ୍ୟ ଅଟେ।

ନିମ୍ନରେ ଆପଣ ଭାଇରାଲ ଭିଡିଓର ଏକ ଅଂସ ଏବଂ ଗୁଗୁଲ ମ୍ୟାପ ମାଧ୍ୟମରୁ ମିଳିଥିବା ପ୍ରମାଣ ମଧ୍ୟରେ ତୁଳନା ଦେଖି ପାରିବେ।

ଏହା ପରେ ଆମେ ୟୁଟ୍ୟୁବରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଘଟନା ବିଷୟରେ ତଥ୍ୟ ଏକତ୍ର କରିଲୁ। ଫଳାଫଳରେ ଆମକୁ ୨୪ ମାର୍ଚ୍ଚ ୨୦୧୭ ରେ ଏଲଡିସି ନ୍ୟୁଜ ଏଜେନ୍ସି ନାମକ ୟୁଟ୍ୟୁବ ଚ୍ୟାନାଲରେ ଏହି ଘଟଣା ଜଡିତ ସୂଚନା ମିଳିଲା। ଏହି ଭିଡିଓର ୩ ମିନିଟ ୨୦ ସେକେଣ୍ଡ ସମୟରୁ ନେଇ ୪ ମିନିଟ ୩୫ ସେକେଣ୍ଡ ସମୟ ଟକ ଭାଇରା ଭିଡିଓର ସମାନ କ୍ଲିପ୍ ଦେଖି ପାରିବେ।
ୟୁଟ୍ୟୁବର ରପଟ୍ଲିର ଅଫିସିଆଲ ଚ୍ୟାନାଲରେ ୨୫ ମାର୍ଚ୍ଚ ୨୦୧୭ ରେ ପ୍ରସାରିତ ହେଇଥିବା ଭିଡିଓ ମାଧ୍ୟମରୁ ଏହି ଘଟଣା ଜଡିତ ପ୍ରକୃତର ଖବର ମିଳିଲା। ଘଟଣା ବିଷୟରେ କୁହା ଯାଇଛି ଯେ ପ୍ୟାରିସର କ୍ଲିଚି ଟାଉନ୍ ହଲ୍ ସାମନାରେ ପ୍ରାୟ ୨୦୦୦ ମୁସାଇମ ଲୋକ ଶୁକ୍ରବାର ଦିନ ପ୍ରାର୍ଥନା କରିବା ପାଇଁ ଏକତ୍ର ହୋଇଥିଲେ। କମିଟି ଏଗେଂଷ୍ଟ ଇସ୍ଲାମୋଫୋବିଆ ଇନ୍ ଫ୍ରାନ୍ସ ସଂସ୍ଥା ଅଧ୍ୟକ୍ଷ ମାରୱାନ ମହମ୍ମଦ କହିଛନ୍ତି, “ଆମେ ସିଟି ହଲ୍ ସହିତ କୌଣସି ବିବାଦ କରିବାକୁ ଚାହୁଁନାହୁଁ ଏବଂ ଏପରି ଲୋକଙ୍କୁ ଅବରୋଧ କରିବାରେ ମଧ୍ୟ ଆମେ ଖୁସି ନାହୁଁ। କିନ୍ତୁ ଆମେ ଏହି ପରି କରୁଛୁ କାରଣ ସେମାନେ ଭାବୁଛନ୍ତି ସେମାନେ ମୁସଲିମ ଲୋକ ମାନଙ୍କ ସହିତ ଦୁର୍ବ୍ୟବହାର କରି ପାରିବେ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ମୁସଲମାନ ଲୋକ ମାନେ ପ୍ରାର୍ଥନା କରୁଥିବା ଦୃଶ୍ୟ ଫ୍ରାନ୍ସର ପ୍ୟାରିସ ସହରର ୨୦୧୭ ମସିହାର ଘଟଣା ଅଟେ। ଏହି ଘଟଣାର ଲଣ୍ଡନ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଭିଡିଓରେ ମୁସଲିମ ଲୋକ ମାନେ ଲଣ୍ଡନ୍ ର ରାସ୍ତା ମଝିରେ ନମାଜ ପଢୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
