ରୁଷିଆ ପାରାଟ୍ରୁପର୍ସଙ୍କ ପୁରୁଣା ଭିଡିଓକୁ ବର୍ତ୍ତମାନ ରୁଷ-ୟୁକ୍ରେନ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

False International

ରୁଷ ସୈନ୍ୟ ମାନେ ୟୁକ୍ରେନ୍ ରେ ପ୍ରବେହ କରି ଏହାର ରାଜଧାନୀ କିଭ୍ ଅଭିମୁଖ ହେଉଥିବା ବେଳେ ବିସ୍ଫୋରଣ ଏବଂ ଆକ୍ରମଣର ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏହା ମଧ୍ୟରୁ ଅନେକ ଭିଡିଓ ପୁରୁଣା ଏବଂ ରୁଷ-ୟୁକ୍ରେନ୍ ଯୁଧ୍ୟ ସହିତ ଜଡିତ ହେଇନଥିବା ପ୍ରମାଣ ମିଳିଛି। 

ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆକାଶରୁ ଅବତରଣ କରୁଥିବା ଦେଖା ଯାଇଛି। ଦାବି ଅନୁଯାୟୀ ରୁଷ ସୈନ୍ୟ ପାରାଟ୍ରୁପର୍ସ ୟୁକ୍ରେନ୍ ରେ ଅବତରଣ କରୁଛନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି କରା ଯାଇଛି?

୨୫ ଫେବୃଆଋରେ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, “ଭିଡିଓ ଦେଖି ଅନୁମାନ କରନ୍ତୁ ରୁଷ କିଭଳି ପ୍ରସ୍ତୁତ ଅଛି ୟୁକ୍ରେନ୍ ରାଜଧାନୀ କିଭ୍ ଉପରେ କବଜା କରିବା ଲାଗି। ରୁଷିଆର ସୈନ୍ୟ ମାନେ ସହର ଉପକଣ୍ଠରେ ପାରାଚ୍ୟୁଟରେ ଉହ୍ଲାଊଛନ୍ତି। ଆଶ୍ଚର୍ଯ୍ୟ କଥା ୟୁକ୍ରେନ୍ ତରଫରୁ ପ୍ରତିରୋଧ ନାହିଁ, ଲାଗୁଛି ଯେମିତି ରୁଷିଆ କିଭ୍ ଆଗୁଆ କବଜା କରିସାରିଲାଣି।”

Facebook | Archive

ଆମ ଅନୁସନ୍ଧାନ: 

ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହି ଫ୍ରେମର ୟାଣ୍ଡେକ୍ସ ରିଭର୍ସ ଇମେଜ ସର୍ଚ୍ଚ କରିଲା ପରେ ଫଳାଫଳରେ ଆମକୁ ୪ ସେପ୍ଟେମ୍ବର ୨୦୧୬ ର ଏକ ଟୁଇଟ ମିଳିଲା ଯେଉଁଥିରେ ରୁଷି ଭାଷାରେ ଲେଖା ଯାଇଛି “ଅବତରଣ #ରୋଷ୍ଟୋଭ୍ #ଏୟାରବର୍ନ ଟ୍ରୁପ୍ସ”

https://twitter.com/BeloFFRus/status/772445426570125312

Archive

ଆମକୁ “ମେଡ୍ ଇନ୍ ରୁଷିଆ” ନାମକ ଏକ ଫେସବୁକ ପେଜରେ ମଧ୍ୟ ସମାନ ଭିଡିଓ ପୋଷ୍ଟ ହେଇଥିବା ମିଳିଲା ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ ଏହା ୨୦୧୪ ରେ ରୁଷର ଭିଡିଭି ଏୟାରବର୍ନ ଟ୍ରୁପ୍ସର ଏକ ବିଶାଳ ସଂଖ୍ୟାରେ (ପ୍ରାୟ ୨୦୦୦) ସୈନ୍ୟ ମାନଙ୍କ ଅବତରଣ ଯାହା ରୁଷର ରୋଷ୍ଟୋଭ୍ ଆଞ୍ଚଲରେ ଦେଖିବାକୁ ମିଳିଥିଲା। 

ଆମେ ଏକ ୟୁଟ୍ୟୁବ ଚ୍ୟାନାଲରେ ୨୦୧୪ ମସିହାରେ ଭିଡିଓ ପୋଷ୍ଟ ହେଇଥିବା ଦେଖିଲୁ। ଏହି ଭିଡିଓକୁ ମିଲିଟାରୀ.କମ୍ ନିଜ ୱେବସାଇଟରେ ମଧ୍ୟ ପ୍ରସାରିତ କରିଛି। 

ୱେବସାଇଟ ଅନୁଯାୟୀ, ରୁଷିଆର ରୋଷ୍ଟୋଭ୍ ଅଞ୍ଚଳରେ ୧୫୦୦୦ ରୁଷି ଏୟାରବର୍ନ ସୈନ୍ୟ ମାନେ ନିଜ ସାମଗ୍ରୀ ସହିତ ଅବତରଣ କରୁଛନ୍ତି। 

ଶେଷକଥା

ଭାଇରାଲ ହେଉଥିବା ଭିଡିଓ ସହିତ କରା ଯାଇଥିବା ଦାବି ମିଥ୍ୟା ବୋଲି ପ୍ରମାଣିତ ହେଇଛି। ଭାଇରାଲ ଭିଡିଓ ୮ ବର୍ଷ ପୁରୁଣା ଅଟେ ଯାହାର ରୁଷ-ୟୁକ୍ରେନ୍ ଯୁଧ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓରେ ରୁଷର ପାରାଟ୍ରୁପର ମାନେ ନିଜ ଦେଶର ରୋଷ୍ଟୋଭ୍ ଅଞ୍ଚଳରେ ଅବତରଣ କରୁଛନ୍ତି।

Avatar

Title:ରୁଷିଆ ପାରାଟ୍ରୁପର୍ସଙ୍କ ପୁରୁଣା ଭିଡିଓକୁ ବର୍ତ୍ତମାନ ରୁଷ-ୟୁକ୍ରେନ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *