ରାହୁଲ ଗାନ୍ଧୀ ଏବଂ ରାଜିବ ଗାନ୍ଧୀ ଇନ୍ଧିରା ଗାନ୍ଧୀଙ୍କ ଶବ ପାଖରେ କଲମା ପଢ଼ୁଛନ୍ତି ?

False Social

 ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ନରସିଂହ ରାଓଙ୍କୁ ଦେଖିବାକୁ ମିଳୁଛି।  ଭାଇରାଲ ଫଟୋରେ ରାହୁଲ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ମୁସ୍ଲିମ ଧର୍ମ ପରି ହାତ ଜୋଡ଼ିଛନ୍ତି ଏବଂ  ନରସିଂହ ରାଓ ହିନ୍ଦୁ ଧର୍ମ ପରି ହାତ ମିଳାଇଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ଏହି ଫଟୋ ଇନ୍ଦିରା ଗାନ୍ଧୀଙ୍କ ଶବଦାହ ସମୟର ଅଟେ। ଯେଉଁଠାରେ ତାଙ୍କ ପୁଅ ରାଜୀବ ଗାନ୍ଧୀ ଏବଂ ନାତି ରାହୁଲ ଗାନ୍ଧୀ ତାଙ୍କ ଶବ ପାଖରେ କଲମା ପଢ଼ୁଛନ୍ତି। ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ବାସ୍ତବରେ ଏହି ପୋଷ୍ଟଟି ବିଭ୍ରାନ୍ତିକର ଅଟେ।  ଭାଇରାଲ ଫଟୋ ଇନ୍ଦିରା ଗାନ୍ଧୀଙ୍କ ଶବଦାହର ନୁହେଁ।

8 ଜୁନରେ Gourishankar Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋକୁ ପୋଷ୍ଟ କରି କ୍ୟାପ୍ସନରେ ଲେଥିଛନ୍ତି, ସେକୁଲାର କହି କହି ଆମର ହିନ୍ଦୁରାଷ୍ଟ୍ର ଭାରତବର୍ଷକୁ ଏମାନେ କିପରି ନିଜର ଛଦ୍ମ ଆବରଣ ତଳେ ଶାସନ କରୁଥିଲେ ଦେଖନ୍ତୁ ଏକ ନମୁନା। ଏଥିପାଇଁ ମନମୋହନ ସିଂ କହିଥିଲା. ଭାରତ ର ସମ୍ପତ୍ତି ଉପରେ ମୁସଲମାନମାନଙ୍କ ପ୍ରଥମ ଅଧିକାର ରହିଛି। ଜାଗ ଭାଇ ଜାଗ । ସବୁ ହିନ୍ଦୁ ଏକ ହୁଅ। ନଚେତ ଆମ ଭବିଷ୍ୟତ ପିଢୀ ଆମକୁ କେବେ କ୍ଷମା ଦେବନି।  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ ଭାଇରାଲ ଫଟୋରେ କଣ ରାହୁଲ ଗାନ୍ଧୀ ଏବଂ ରାଜିବ ଗାନ୍ଧୀ ଇନ୍ଧିରା ଗାନ୍ଧୀଙ୍କ ଶବ ପାଖରେ କଲମା ପଢ଼ଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନଇ କିଛି ଲିଙ୍କ ମିଳିଲା। skyscrapercity ପ୍ରକାଶିତ ହୋଇଥିବା ଖବର ଅନୁସାରେ ଏହି ଫଟୋ ପ୍ରକୃତରେ ସ୍ୱାଧୀନତା ସଂଗ୍ରାମୀ ଖାନ ଅବଦୁଲ ଗାଫର ଖାନଙ୍କ ମୃତ୍ୟୁ ସମୟର ଅଟେ। ଯାହାକି 21 ଜାନୁୟାରୀ 1988 ରେ ନିଆଯାଇଥିଲା। ଖାନ ଅବଦୁଲ ଗାଫର ଖାନ ପେଶୱାରରେ ‘ସୀମାନ୍ତ ଗାନ୍ଧୀ’ ବା ବାଶା ଖାନ ନାମରେ ଜଣାଶୁଣା।  ଏହି ଫଟୋ ଏକ ବହିରୁ ନିଆଯାଇଥିବା ଜଣାପଡିଛି। nytimes, latimes ଖବର ପେଜ ଅନୁସାରେ 20 ଜାନୁଆରୀ 1988 ରେ 98 ବର୍ଷ ବୟସରେ ଖାନଙ୍କୁ ମୃତ୍ୟୁର 6 ମାସ ପୂର୍ବରୁ  ହୃଦଘାତର ସାମନ୍ନା କରିବାକୁ ପଡ଼ିଥିଲା। ଖାନଙ୍କ ଅନ୍ତିମ ସଂସ୍କାରରେ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ତାଙ୍କ କ୍ୟାବିନେଟ ଏବଂ ପରିବାରର କିଛି ସଦସ୍ୟ ଯୋଗ ଦେଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- skyscrapercityArchive

ଏହା ପରେ ଆମକୁ ପାକିସ୍ତାନ ରାଜନେତା Mohsin Dawar ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫଟୋ ପାଇଲୁ। ଯେଉଁଥିରେ ଲେଖାଯାଇଛି, ବାଚା ଖାନଙ୍କ ଅନ୍ତିମ ସଂସ୍କାରରେ ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ନରସିହମା ରାଓ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

UPI ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ , ଚାରି ଦଶନ୍ଧି ପୂର୍ବରୁ ଭାରତୀୟ ଉପମହାଦେଶର ବ୍ରିଟିଶ ଉପନିବେଶ ଶାସନକୁ ଶେଷ କରିବା ପାଇଁ ସଂଗ୍ରାମରେ ଜଣେ ନେତାଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଭାରତ ପାକିସ୍ତାନ ଅଲଗା ହେବାର 28 ବର୍ଷ ମଧ୍ୟରେ ପାକିସ୍ତାନ ଗସ୍ତରେ ଆସିଥିବା ପ୍ରଥମ ଭାରତୀୟ ନେତା ହୋଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- UPIArchive

ଏହି ବିଷୟକୁ ଅଧିକ ସୁନିଶ୍ଚିତ କରିବା ପାଇଁ, ଆମେ ଗୁଗୁଲରେ ଅବଦୁଲ ଗାଫର ଖାନଙ୍କ ଅନ୍ତିମ ସଂସ୍କାରର ଫଟୋ ସର୍ଚ୍ଚ କରିଲୁ। 17 ସେପ୍ଟେମ୍ବର 2011 ରେ Basti Khanଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ଏକ ୟୁଟ୍ୟୁବ୍ ଭିଡିଓ ପାଇଲୁ। ଭିଡିଓରେ 1 ମିନିଟ୍ 6 ସେକେଣ୍ଡରେ ବ୍ୟବହୃତ ଏକ ଚିତ୍ର ଏହି ଫଟୋକୁ ଭିନ୍ନ କୋଣରୁ ଦେଖାଏ। ଏଥିରେ ଲେଖାଥିଲା  “ଅବଦୁଲ ଗାଫର ଖାନଙ୍କ ଅନ୍ତିମ ସଂସ୍କାରରେ ଭାରତୀୟ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ।”ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ ଆମେ ଅନ୍ଦରା ଗାନ୍ଧୀଙ୍କ ଅନ୍ତିମ ସଂସ୍କାର ଭିଡିଓ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Wildfilmsindia ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ପାଇଲୁ ଯେଉଁଥିରେ ଆମେ ଇନ୍ଦିରା ଗାନ୍ଧୀଙ୍କ ଅନ୍ତିମ ସଂସ୍କାରର ଫଟୋ ପାଇଲୁ। ଏହି ଭିଡିଓରେ ଗାନ୍ଧୀ ପରିବାରକୁ ଏହି 7 ମିନିଟର ଭିଡିଓରେ 6 ମିନିଟ୍ 18 ସେକେଣ୍ଡରେ ଏକାଠି ଦେଖିବାକୁ ମିଳେ। ଭାଇରାଲ ହେଉଥିବା ଭିଡିଓରେ ରାଜୀବ ଗାନ୍ଧୀ ଏକ ବନ୍ଦ ବେକ ସୁଟ ପିନ୍ଧିଥିବା ବେଳେ ସେ ଇନ୍ଦିରା ଗାନ୍ଧୀଙ୍କ ଅନ୍ତିମ ସଂସ୍କାରରେ କୁର୍ତ୍ତା-ପାଇଜାମା ପିନ୍ଧିଛନ୍ତି। ରାଜୀବ ଗାନ୍ଧୀ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ଅନ୍ତିମ ସଂସ୍କାରରେ ଗାନ୍ଧୀ ଟୋପି ପିନ୍ଧିଥିବାବେଳେ ଭାଇରାଲ ଭିଡିଓରେ ସେ କ୍ୟାପ ପିନ୍ଧି ନଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ତେବେ ଭାଇରାଲ ଫଟୋ ଏବଂ ଇନ୍ଦରା ଗାନ୍ଧୀଙ୍କ ଅନ୍ତିମ ସଂସ୍ଖାର ଫଟୋକୁ ବିଶ୍ଲେଷଣ କରିଲୁ। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ଇନ୍ଦରା ଗାନ୍ଧୀଙ୍କ ଅନ୍ତିମ ସଂସ୍କାର ମୟରେ ରାଜିବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କଲାମ ପଢ଼ୁଥିବା ଦାବି ମିଥ୍ୟା ଅଟେ। ତଳେ ବିଶ୍ଲେଷଣ ଦେଖନ୍ତୁ। 

ଶଷକଥୀ

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ରାହୁଲ ଗାନ୍ଧୀ ଏବଂ ରାଜିବ ଗାନ୍ଧୀ ଇନ୍ଧିରା ଗାନ୍ଧୀଙ୍କ ଶବ ପାଖରେ କଲମା ପଢ଼ୁଥିବା ଦାବିରେ ଭାଇରାଲ ହେଉଥିବା ଫଟୋ ଅବଦୁଲ ଗାଫର ଖାନଙ୍କ ଅନ୍ତିମ ସଂସ୍କାରର ସମୟର ଅଟେ।

Avatar

Title:ରାହୁଲ ଗାନ୍ଧୀ ଏବଂ ରାଜିବ ଗାନ୍ଧୀ ଇନ୍ଧିରା ଗାନ୍ଧୀଙ୍କ ଶବ ପାଖରେ କଲମା ପଢ଼ୁଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *