କ’ଣ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଏହି ମୁଦ୍ରା ଜନସାଧାରଣ ଲୋକଙ୍କ ବ୍ୟବହାର ପାଇଁ ବାହାର କରିକି? ଜାଣନ୍ତୁ ସତ୍ୟ।

False Social
image1.png

କିଛି ଦିନ ପୂର୍ବରୁ ୱ୍ହାତ୍ସଏପ୍ ମାଧ୍ୟମରୁ ଆମକୁ କିଛି ମୁଦ୍ରା ଏବଂ ଟଙ୍କା ଫୋଟୋର ଫେକ୍ଟ ଚେକ କରିବା ପାଇଁ ଅନୁରୋଧ ଆସିଲା। ଏହି ମୁଦ୍ରାର ସଂଖ୍ୟା ୬୦ ଟଙ୍କା ରୁ ନେଇ ୧୦୦୦ ଟଙ୍କା ତକ ଥିବା ଦେଖିବା କୁ ପାଇଲୁ। ଏହା ପରି ଆମକୁ କିଛି ସବୁଜ ରଙ୍ଗ ନୋଟ୍ ମଧ୍ୟ ଦେଖିବା କୁ ମିଳିଲା ଯାହାର ସଂଖ୍ୟା ୨ ଟଙ୍କା ରୁ ନେଇ ୩୫୦ ଟଙ୍କା ପର୍ଯ୍ୟନ୍ତ ଅଛି। 

Screenshot_20200728-183219.png

Archive

ତଳେ ଆମେ ଏହି ମୁଦ୍ରା ଏବଂ ନୋଟ୍ ର ଫୋଟୋ ଦେଇଛୁ। 

https://lh4.googleusercontent.com/rjN4hluepSgbseUp2aM8gD1ex7vJnIQsrO3UYrUMSxsErR3VTzuDPkIhdTzvpZTrPsA-Gk3X2dkNdTQTyGVh38tpLOa1JSkIsOZA3iJpZTWnEzzCDUsEQ1zeKOzxGRpIu2N7RrZjPMPK4ql7rQ
https://lh4.googleusercontent.com/vz_QJ6rv4A7Dxs707iMK33JP5Ccr5IrLqXPbTc8dN_VYmyENnxodoq3FKw4kgAyks2TFt5hvgU1qW05wTl9OpkzhbWBP4yY1ls_bkvKXUHe_uw7bfR8S_0_kYzjyGj9Mv4gcl5hIyu9Fd39-tQ
https://lh3.googleusercontent.com/33mSnX-H5Wdc9gZyehf0ZeFAMNWPHIXsaKd3fIYVWWfd4xlPMtiIsyPNDcdsWFabNDLM2hAMT3tFACWVH2Hi9n6MkmGFriLN7Y17YuSfkKt4F5iSKWX97H8Msvt8zOnnVV3R5vYSiy0HKK24Fg
https://lh3.googleusercontent.com/ZzhGHKmuZj2A2Cz9yB14LNxnbXP2NA-G7n8YCNpXFPJPd7gB3H_P33iEDrQOA7XgWQLybddqWpK-H9nwVVW9gNxVZmEDvhpTt02LF1EQ7KpQERotd_sfA1S_R018C91AIhCRjT6XfiK9pePNhQ

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୱେବସାଇଟରେ ଯାଇ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡ଼ିତ କିଛି ତଥ୍ୟ ମିଳିଲା। ରିଜର୍ଭ ବ୍ୟାଙ୍କ ୱେବସାଇଟରେ ଜନସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଜାରିତ ବିଭିନ୍ନ ମୁଦ୍ରା ଏବଂ ନୋଟ୍ ବିଷୟରେ ଜ୍ଞାନ ଦିଆ ଯାଇଅଛି। ଆର.ବି.ଆଇ ଦ୍ଵାରା କାରବାର ପାଇଁ ୫୦ ପଇସା, ୧ ଟଙ୍କା, ୨ ଟଙ୍କା , ୫ ଟଙ୍କା ଏବଂ ୧୦ ଟଙ୍କାର ମୁଦ୍ରା ଉପଲବ୍ଧ ଅଛି। ଏହା ଛଡ଼ା ୫ ଟଙ୍କା, ୧୦ ଟଙ୍କା, ୨୦ ଟଙ୍କା, ୫୦ ଟଙ୍କା, ୧୦୦ ଟଙ୍କା, ୫୦୦ ଟଙ୍କା ଏବଂ ୨୦୦୦ ଟଙ୍କା  ନୋଟ୍ ଉପଲବ୍ଧ ଅଛି। 

rbi.jpg

Reserve Bank of India | Archive

ଏହା ପରେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ୨୪ ଡିସେମ୍ବର ୨୦୧୮ ମସିହାରେ ଇଣ୍ଡିଆ ଟୁଡେ ଦ୍ଵାରା ପ୍ରକାଶିତ ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ ୧୦୦ ଟଙ୍କା ମୁଦ୍ରା ବିଷୟରେ କୁହା ଯାଇଅଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଵର୍ଗୀୟ ଅତଳ ବିହାରୀ ବାଜପାୟୀଙ୍କ ସମ୍ମାନରେ ୧୦୦ ଟଙ୍କାର ସ୍ମରଣୀୟ ମୁଦ୍ରା ପ୍ରକାଶନ କରି ଥିଲେ। ଏହି ମୁଦ୍ରା ପ୍ରକାଶନର ଗୋଟିଏ ଇଭେଣ୍ଟ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହି ଥିଲେ ଯେ ଅତଳ ବିହାରୀ ବାଜପାୟୀ ଆଉ ଆମ ମଧ୍ୟରେ ନାହାନ୍ତି ବୋଲି ବିଶ୍ଵାସ ହେଉ ନାହିଁ।

India today.jpg

India Today | Archive

୧୬ ଡିସେମ୍ବର ୨୦୧୭ ମସିହାରେ ଜି ନ୍ୟୁଜ କହିଛି ଯେ ୩୫୦ ଟଙ୍କା ନୋଟ୍ କାରବାର ସମ୍ବନ୍ଧରେ ଆର.ବି.ଆଇ କୌଣସି ଘୋଷଣା କରି ନାହିଁ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ନୋଟ୍ ର ଫୋଟୋକୁ ନେଇ ଆର.ବି.ଆଇ କିଛି ମଧ୍ୟ କହି ନାହିଁ। 

zee news.jpg

Zee News | Archive

ମିଣ୍ଟେଜ ୱାର୍ଲ୍ଡ ୱେବସାଇଟରେ ୭୫ ଟଙ୍କା, ୧୫୦ ଟଙ୍କା ଏବଂ ୧୦୦୦ ଟଙ୍କା ମୁଦ୍ରା ବିଷୟରେ କୁହା ଯାଇଅଛି। ମିଣ୍ଟେଜ ୱାର୍ଲ୍ଡ କହିବା ଅନୁଯାୟୀ ବିମୁଦ୍ରିକରଣ ହେଲା ପରେ ୭୫ ଟଙ୍କା, ୧୫୦ ଟଙ୍କା ଏବଂ ୧୦୦୦ ଟଙ୍କା ମୁଦ୍ରା ନେଇ ସୋସିଆଲ ମିଡିଆରେ ଗୁଜବ ଭାଇରାଲ ହେଉଛି ଯେ ଏହି ମୁଦ୍ରା ଗୁଡ଼ିକ ଭାରତ ସରକାର ଦ୍ଵାରା ପ୍ରକାଶନ କରା ଯାଇଅଛି। ଏହା ସତ୍ୟ ଯେ ଆର.ବି.ଆଇ ଏହି ମୁଦ୍ରା ପ୍ରକାଶନ କରିଛି କିନ୍ତୁ ଏହା ଲୋକଙ୍କ କାରବାର ପାଇଁ ଉପଲବ୍ଧ ନାହିଁ। ରିଜର୍ଭ ବ୍ୟାଙ୍କ ନିଜ ୭୫ ଜୟନ୍ତୀ, ୧୫୦ ଟଙ୍କା ମୁଦ୍ରା ରବୀନ୍ଦ୍ରନାଥ ଟାଗୋରଙ୍କର ୧୫୦ ଜନ୍ମ ବାର୍ଶକି ଏବଂ ୧୦୦୦ ଟଙ୍କା ମୁଦ୍ରା ବୃହଡେଶ୍ଵର ମନ୍ଦିର ର ୧୦୦୦ ବର୍ଷ ପୁରା ହେବା ସମ୍ମାନ ରେ ବନା ଯାଇଥିଲା। 

mintage world.jpg

Mintage World | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ୨୦, ୬୦,୭୫, ୧୦୦, ୧୦୦୦ ଟଙ୍କା ମୁଦ୍ରା ରିଜର୍ଭ ବ୍ୟାଙ୍କ ଲୋକଙ୍କ କାରବାର ପାଇଁ ବାହାର କରି ନାହିଁ।

Avatar

Title:କ’ଣ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଏହି ମୁଦ୍ରା ଜନସାଧାରଣ ଲୋକଙ୍କ ବ୍ୟବହାର ପାଇଁ ବାହାର କରିକି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *