
ସୋସିଆଲ ମିଡିଆରେ ତେଲ ଏବଂ ପ୍ରାକୃତିକ ଗ୍ଯାସ ନିଗମ ଲିମିଟେଡ୍ ଅଧ୍ୟକ୍ଷ ସମ୍ବିତ ପାତ୍ରଙ୍କ ଏକ ଟୁଇଟ ଭାଇରାଲ ହେଉଛି। ଦେଖିବାକୁ ଗଲେ ଜଣା ପଡିଛି ଯେ ଏହା ଏକ ପୁରୁଣା ଟୁଇଟର ସ୍କ୍ରିନଶଟ୍ ଅଟେ। ଏହି ଟୁଇଟରେ କୁହା ଯାଇଛି ଯେ “ମୋଦୀଜି ଦେଶ ପାଇଁ ନିଜ ପରିବାରକୁ ଛାଡିଛନ୍ତି ଏବଂ ମୋଦୀଜିଙ୍କ ଦାଦାଜି ଦେଶ ପାଇଁ ନିଜ ଅନ୍ତିମ ଦିନ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ।” ଏହା ସହିତ ପୋଷ୍ଟରେ କୁହା ଯାଇଛି ଯେ “ମୁଁ ବୁଝି ପାରୁନି ମୋଦୀଜୀଙ୍କର ଦାଦାଜି ଯଦି ଶେଷ ନିଶ୍ଵାସ ପର୍ଯ୍ୟନ୍ତ ଅବିବାହିତ ଥିଲେ ତେବେ ମୋଦୀଜୀ ଜନ୍ମ ହେଲେ କେମିତି?”
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ମୋଦୀଜୀଙ୍କ ବିଷୟରେ ଏପରି ବିବାଦୀୟ ଟୁଇଟ ଜଣେ ବିଜେପି ଦଳ ବରିଷ୍ଠ ନେତାଙ୍କ ଦ୍ଵାରା ଟୁଇଟ ହେଇଥିବା ଦେଖି ଆମକୁ ଏହି ଟୁଇଟ ଉପରେ ସନ୍ଦେହ ହେଲା। ଏହି ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ପ୍ରଥମେ ଟୁଇଟରର ଯାଇ ଭାଇରାଲ ଟୁଇଟ କରିଥିବା ଏକାଉଣ୍ଟ ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ସମାନ ଟୁଇଟର ଏକାଉଣ୍ଟ ଉପଲବ୍ଧ ନାହିଁ।

ଏହା ପରେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ପ୍ରକୃତରେ ସମ୍ବିତ ପାତ୍ର ଏପରି ଟୁଇଟ କରିଛନ୍ତି? ତଥ୍ୟ ଖୋଜିବା ପାଇଁ ଆମେ ଟୁଇଟରରେ ସମ୍ବିତ ପାତ୍ରଙ୍କର ଟୁଇଟର ଏକାଉଣ୍ଟ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ତାଙ୍କ ଟୁଇଟର ଏକାଉଣ୍ଟ ଡିଲିଟ୍ ହୋଇନାହିଁ। ଆମେ ଏହା ମଦ୍ୟ ଜାଣିବାକୁ ପାଇଲୁ ଯେ ସେ ଟୁଇଟରରେ ସକ୍ରିୟ ଅଟନ୍ତି ଏବଂ ସେ ଟୁଇଟରରେ ବର୍ତ୍ତମାନ ମଧ୍ୟ ଅନେକ ଟୁଇଟ ପୋଷ୍ଟ କରନ୍ତି।
ଏହା ପରେ ଆମେ ଭାଇରାଲ ଘେଉଥିବା ଟୁଇଟର ଏକାଉଣ୍ଟ ଏବଂ ଟୁଇଟରରେ ମିଳିଥିବା ସମ୍ବିତ ପାତ୍ରଙ୍କର ସକ୍ରିୟ ଟୁଇଟର ଏକାଉଣ୍ଟ ମଧ୍ୟରେ ତୁଳନା କରିଲୁ। ତୁଳନା ପରେ ଆମକୁ ଦୁଇଟି ଏକାଉଣ୍ଟ ମଧ୍ୟରେ କିଛି ପାର୍ଥକ୍ୟ ଥିବା ମିଳିଲା। ଦୁଇଟି ଏକାଉଣ୍ଟରେ ସମ୍ବିତ ପାତ୍ରଙ୍କ ନାମରେ ପାର୍ଥକ୍ୟ ଥିବା ସହିତ ତାଙ୍କର ଟୁଇଟର ହେଣ୍ଡେଲର ନାମରେ ବନାନ ତ୍ରୁଟି ମଧ୍ୟ ଅଛି। ଏହା ସହିତ କେଉଁ ଉପକରଣ ମାଧ୍ୟମରୁ ଟୁଇଟ କରା ଯାଇଛି ସେଇଟା ମଧ୍ୟ ଭାଇରାଲ ଟୁଇଟରେ ନିଖୋଜ ଅଛି। ନିମ୍ନରେ ଆପଣ ମାନେ ଦୁଇଟି ଏକାଉଣ୍ଟର ତୁଳନା ଦେଖି ପାରିବେ। ଆମେ ସମ୍ବିତ ପାତ୍ରଙ୍କର ସକ୍ରିୟ ଏକାଉଣ୍ଟରୁ ଏକ ଟୁଇଟ ନେଇ ଏହି ତୁଳନା କରିଛୁ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଟୁଇଟ ସମ୍ବିତ ପାତ୍ରଙ୍କ ନାମରେ ଥିବା ଏକ ନକଲି ଟୁଇଟର ଏକାଉଣ୍ଟରୁ ଆସିଛି। ସମ୍ବିତ ପାତ୍ରଙ୍କର ଅସଲି ଟୁଇଟର ଏକାଉଣ୍ଟ ଭାଇରାଲ ଟୁଇଟର ଏକାଉଣ୍ଟ ଠାରୁ ଭିନ୍ନ ଅଟେ। ଭାଇରାଲ ଟୁଇଟ ସମ୍ବିତ ପାତ୍ରଙ୍କ ଦ୍ଵାରା କରା ଯାଇ ନାହିଁ।

Title:କ’ଣ ସମ୍ବିତ ପାତ୍ର ଟୁଇଟ ମାଧ୍ୟମରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ପିତା ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ?
Fact Check By: Siddharth SahuResult: False
