କ’ଣ କୋଭିଡ ପଜିଟିଭ୍ ଥିବା ୧୨୫ ଜଣ ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିଥିଲେ? ଜାଣନ୍ତୁ ସତ୍ୟ।
ନୂଆ ବର୍ଷ ଆରମ୍ଭ ହେଉ ହେଉ ଦେଶରେ କୋଭିଡ ମଧ୍ୟ ବିସ୍ତାର ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବାରୁ ଏହା ଏକ ଚିନ୍ତାର ବିଷୟ ପାଲଟିଛି। ସରକାର ସମସ୍ତ ବିମାନ ବନ୍ଦରରେ ମଧ୍ୟ କୋଭିଡ ପରୀକ୍ଷା ନିୟମ ଲାଗୁ କରିଛନ୍ତି। ଏହା ମଧ୍ୟରେ ଏକ ଖବର ସାମନାକୁ ଆସିଛି ଯେ ପଞ୍ଜାବରେ ବିଦେଶରୁ ଫେରିଥିବା ୧୨୫ ଯାତ୍ରୀଙ୍କ କୋଭିଡ ପଜିଟିଭ୍ ହେଇଥବା ମିଳିଛି।
ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଏୟାର ଇଣ୍ଡିଆ ବିମାନରେ ଇଟାଲୀରୁ ଫେରି ଥିବା ୧୨୫ ଯାତ୍ରୀଙ୍କୁ ପଞ୍ଜାବରେ କୋଭିଡ ପଜିଟିଭ୍ ହେଇଥିବା ଜଣା ପଡିଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଆଂଶିକ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ପୋଷ୍ଟର?
୬ ଜାନୁଆରୀରେ ଦୀପକ କୁମାର ପୃଷ୍ଟି ନାମକ ଜଣେ ଫେସବୁକ ବ୍ୟବହାରକାରୀ ପ୍ରମେୟ ନ୍ୟୁଜର ଏକ ସମ୍ବାଦ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରା ଯାଇଛି ଯେ ଇଟାଲୀରୁ ଅମୃତସର ଆସିଥିବା ଏୟାର ଇଣ୍ଡିଆ ବିମାନର ୧୨୫ ଯାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମ୍ବାଦରେ କୁହା ଯାଇଛି ଯେ, “ଏକ ଚିନ୍ତାଜନକ ଖବର ସାମନାକୁ ଆସିଛି। ଇଟାଲୀରୁ ପଞ୍ଜାବର ଅମୃତସର ଆସିଥିବା ଏୟାର ଇଣ୍ଡିଆ ବିମାନର ୧୮୨ ଯାତ୍ରୀଙ୍କ ମଧ୍ୟରୁ ୧୨୫ ଜଣଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଆଇସୋଲେଟ୍ କରାଯାଇଛି। ଏକାବେଳେ ଏତେ ସଂଖ୍ୟା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିମାନବନ୍ଦରରେ ଆଲର୍ଟ ଜାରିକରା ଯାଇଛି। ମିଳିଥିବା ସୂଚନା ଅନୁସାରେ, ଏୟାର ଇଣ୍ଡିଆର ଏକ ବିମାନ ”
Facebook | Archive | Website | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଘଟଣା ବିଷୟରେ ତଥ୍ୟ ଏକତ୍ର କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ସମାନ ଦାବି କରା ଯାଇଛି। ଗଭୀରତା ସହିତ ଅନୁସନ୍ଧାନ କରିଲା ପରେ ଆମକୁ ଏୟାର ଇଣ୍ଡିଆ ଦ୍ଵାରା କରା ଯାଇଥିବା ଏକ ଟୁଇଟ ମିଳିଲା। ୬ ଜାନୁଆରୀରେ ଏୟାର ଇଣ୍ଡିଆ ଟୁଇଟ କରି ସୂଚନା ଦେଇଛି ଯେ ଇଟାଲୀରୁ ଅମୃତସର ଅଭିମୁଖ ଏକ ଏୟାର ଇଣ୍ଡିଆ ବିମାନରେ ୧୨୫ ଯାତ୍ରୀଙ୍କ କୋଭିଡ ପଜିଟିଭ୍ ହେଇଥିବା ସମ୍ବାଦ ମିଥ୍ୟା ଅଟେ। “ଅନେକ ଗଣମାଧ୍ୟମରେ ରିପୋର୍ଟ କରା ଯାଇଛି ଯେ ରୋମ୍ ରୁ ଅମୃତସରକୁ ଆସିଥିବା ଏୟାର ଇଣ୍ଡିଆ ବିମାନ ଯାତ୍ରୀ ମାନେ କୋଭିଡ ପଜିଟିଭ୍ ଚିହ୍ନଟ ବୋଲି ଜଣା ପଡିଛି। ଏହା ଭୁଲ ଏବଂ ଭିତ୍ତିହୀନ ଖବର ଅଟେ। ଏୟାର ଇଣ୍ଡିଆ ବର୍ତ୍ତମାନ ରୋମ୍ ରୁ କୌଣସି ବିମାନ ଚଳାଚଳ କରୁ ନାହିଁ।”
ଏହା ପରେ ଆମେ ଫ୍ଲାଇଟ୍ ରାଡ଼ାର୨୪ ୱେବସାଇଟରେ ଯାଇ ଯାଞ୍ଚ କଲୁ ଯାହା ଲାଇଭ୍ ଏୟାର ଟ୍ରାଫିକ୍ ଟ୍ରାର୍କ୍ କରେ। ଯାଞ୍ଚ ପରେ ଆମେ ଜାଣିବାକୁ ପାଇଲୁ ଯେ ବର୍ତ୍ତମାନ ଏୟାର ଇଣ୍ଡିଆର ଇଟାଲୀ ପାଇଁ କୌଣସି ବିମାନ ନାହିଁ।
ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ପଞ୍ଜାବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଉପଅଧ୍ୟକ୍ଷ ଶ୍ରୀ ଲଲିତ ଗୋଏଲଙ୍କ ସହିତ ଯୋଗାଯୋଗ କରିଲା। ସେ ନିଶ୍ଚିତ କୃ କହିଛନ୍ତି ଯେ ଯେଉଁ ବିମାନ ଅମୃତସର ଆସିଥିଲା ତାହା ଏୟାର ଇଣ୍ଡିଆ ବିମାନ ନୁହେଁ ବରଂ ତାହା ଏକ ଚ୍ୟାଟର୍ଡ ବିମାନ ଥିଲା ଯେଉନଥିର ୧୨୫ ଯାତ୍ରୀ କୋଭିଡ ପଜିଟିଭ୍ ଥିଲେ। ସେ ଆମକୁ ଏହା ମଧ୍ୟ ସୂଚନା ଦେଲେ ଯେ ସମସ୍ତ ସଂକ୍ରମିତ ଯାତ୍ରୀଙ୍କୁ କ୍ଵାରାନ୍ଟାଇନ୍ ରେ ରଖା ଯାଇଛି।
ଅମୃତସରର ଜଣେ ଇନ୍ସପେକ୍ଟର ଫ୍ୟାକ୍ଟ କ୍ରିଷେଣ୍ଡୋକୁ ନିଶ୍ଚିତ କରି କହିଛନ୍ତି ଯେ ଏହି ବିମାନଟି ୟୁରୋ ଆଟ୍ଲାଣ୍ଟିକ୍ ଏୟାୱେଜ୍ ର ଏକ ଚାଟାର୍ଡ ଫ୍ଲାଇଟ୍ ଅଟେ। ଗୁଗୁଲରେ ସର୍ଚ୍ଚ କରିବା ପରେ ଆମେ ଜାଣିଲୁ ଯେ ୟୁରୋ ଆଟ୍ଲାଣ୍ଟିକ୍ ହେଉଛି ପୋର୍ତୁଗାଲ୍ ଦେଶର ଏକ କମ୍ପାନୀ ଯାହା ଲିଜ୍ ଏବଂ ଚାଟାର୍ଡ ବିମାନ ବିଶେଷଜ୍ଞ ଅଟେ।
ଅଧିକ ସର୍ଚ୍ଚ କରିଲା ପରେ ଆମକୁ ଏନଡିଟିଭି ଏବଂ ଲାଇଭ୍ ମିଣ୍ଟ୍ ପତ୍ରିକା ୱେବସାଇଟ ମାଧ୍ୟମରୁ ସୂଚନା ମିଳିଲା ଯେ ଏକ ଚାଟାର୍ଡ ଫ୍ଲାଇଟ ୫ ଜାନୁଆରୀରେ ପ୍ରାୟ ୧.୩୦ ସମୟରେ ମିଲାନ ରୁ ଅମୃତସର ଆସିଥିଲା।
ଏହା ପରେ ଫ୍ଲାଇଟ୍ ଏୱେଆର ୱେବସାଇଟରେ ଆମେ ଏହି ବିମାନ ଉଡାଣ ବିଷୟରେ ଯାଞ୍ଚ କରିଲୁ। ଏହା ଏକ ଆମେରିକୀୟ କମ୍ପାନୀ ଯାହା ଫ୍ଲାଇଟ୍ ଟ୍ରାକିଂ ସୂଚନା ପ୍ରଦାନ କରେ। ଏହି ୱେବସାଇଟରେ ଆମକୁ ୫ ଜାଉଆରିରେ ମିଲାନ ରୁ ଅମୃତସର ଆସିଥିବା ଚାଟାର୍ଡ ବିମାନ ବିଷୟରେ ତଥ୍ୟ ମିଳିଲା। ୱେବସାଇଟ ଅନୁଯାୟୀ ବିମାନଟି ମିଲାନର ବର୍ଗାମୋ ବିମାନବନ୍ଦରରୁ ୫ ଜାନୁଆରୀରେ ବାହାରିଥିଲା ଏବଂ ସେହି ଦିନ ଅମୃତସର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲା। ଏହି ବିମାନର ନମ୍ବର ହେଉଛି MMZ661 / YU661।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଯଦିଓ ଇଟାଲୀରୁ ଅମୃତସର ଆସିଥିବା ଏକ ବିମାନର 125 ଯାତ୍ରୀଙ୍କୁ କୋଭିଡ ପଜିଟିଭ୍ ବୋଲି ଚିହ୍ନଟ କରା ଯାଇଛି କିନ୍ତୁ ଏହି ଯାତ୍ରୀ ମାନେ ଏୟାର ଇଣ୍ଡିଆ ବିମାନର ଯାତ୍ରୀ ନୁହନ୍ତି। ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି ଯେ ତାଙ୍କର କୌଣସି ବିମାନ ଇଟାଲୀକୁ ଯାତ୍ରା କରେ ନାହିଁ ଏବଂ ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ।
Title:କ’ଣ କୋଭିଡ ପଜିଟିଭ୍ ଥିବା ୧୨୫ ଜଣ ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିଥିଲେ?
Fact Check By: Siddharth SahuResult: Partly False