
ନିକଟରେ ଏକ ଟୁଇଟର ସ୍କ୍ରିନଶଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏଥର ଏହା ରଞ୍ଜନ ଗୋଗୋଇଙ୍କ ନାମର ଏକ ଟୁଇଟର ସ୍କ୍ରିନଶଟ୍ ଅଟେ। ପୂର୍ବରୁ ମଧ୍ୟ ଏହି ପରି ଅନେକ ପୋଷ୍ଟ ଫ୍ୟାକ୍ଟ କ୍ରିଷେଣ୍ଡୋ ଦ୍ଵାରା ମିଥ୍ୟା ବା ନକଲି ପ୍ରମାଣିତ ହୋଇଥିଲା। ତେଣୁ ଆମେ ଏହି ପୋଷ୍ଟ ପଛରେ ଥିବା ସତ୍ୟ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ କରିଲୁ।
ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
ଭାଇରାଲ ହେଉଥିବା ପୋଷ୍ଟରେ ଦାବି କରା ଯାଇଅଛି ଯେ ରଞ୍ଜନ ଗୋଗୋଇ ଟୁଇଟର ମାଧ୍ୟମରେ କହିଛନ୍ତି, “ମୁସଲିମ, ବୌଦ୍ଧ ଏବଂ ଇସାଇ ଲୋକେ ନିଜ ପର୍ବ କେଉଁ ପରି ପାଳନ କରିବେ ସେହା ସମାଜ ନିର୍ଣୟ ନେବ କିନ୍ତୁ ହିନ୍ଦୁ ନିଜ ପର୍ବ ପାଳନ କରିବା ନିୟମ ନ୍ୟାୟଳୟ ନିର୍ଣୟ କରିବ। ସେଥିପାଇଁ ଭାରତୀୟ ସମ୍ବିଧାନ ମୂଳକ ଅନୁଛେଦ ୨୫, ୨୬, ୨୭, ୨୮, ୨୯, ୩୦ ଏବଂ ୩୧ ରେ ବର୍ତ୍ତମାନ ପରିବର୍ତନ କରା ଯିବା କଥା।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରହମେ ଆମେ ଭାଇରାଲ ହେଉଥିବା ସ୍କ୍ରିନଶଟ୍ ରେ ରାଜନ ଗୋଗୋଇଙ୍କର ନାମ ଦେଖିଲୁ। ଏହି ଟୁଇଟର ସ୍କ୍ରିନଶଟ୍ ରେ ଆମକୁ ଟୁଇଟର ଦ୍ଵାରା ଭେରୀଫାଏଡ ନୀଳ ଟିକ୍ ଚିହ୍ନ ଦେଖିବାକୁ ମିଳିଲା ନାହିଁ। ଏନହା ଚଡ଼ା ରଞ୍ଜନ ଗୋଗୋଇଙ୍କର ନାମ ମଧ୍ୟ ଭୁଲ ଭାବରେ ଲେଖା ଯାଇଥିବା ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଏହି ଟୁଇଟର ସ୍କ୍ରିନଶଟ୍ କୌଣସି ବୈଧ ଏକାଉଣ୍ଟରୁ ଆସି ନାହିଁ।

ଏହା ପରେ ଆମେ ଟୁଇଟରରେ ଯାଇ ଏହି ଏକାଉଣ୍ଟ ଖୋଜିଲୁ। ଖୋଇଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ନାମରେ କୌଣସି ଏକାଉଣ୍ଟ ଟୁଇଟରରେ ଉପଲବ୍ଧ ନାହିଁ। ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଏହା ଏକ ନକଲି ଟୁଇଟର ଏକାଉଣ୍ଟର ସ୍କ୍ରିନଶଟ୍ ଅଟେ ଯେଉଁଟା ଇଣ୍ଟର୍ନେଟ ମାଧ୍ୟମରେ ସୃଷ୍ଟି କରା ଯାଇଅଛି।

ଗତ ମାସ ରଞ୍ଜନ ଗୋଗୋଇଙ୍କ ନାମରେ ଏକ ଟୁଇଟ ଭାଇରାଲ ହୋଇଥିଲା। ତାହା ନେଇ ଫ୍ୟାକ୍ଟ କ୍ରିଷେଣ୍ଡୋ ତାଙ୍କ ସହିତ ଯୋଗାଯୋଗ କରିଲା ପରେ ସେ ସୂଚନା ଦେଇଥିଲେ ଯେ, “ଭାଇରାଲ ହେଉଥିବା ପୋଷ୍ଟରେ ଦେଖା ଯାଉଥିବା ଟୁଇଟର ହେଣ୍ଡେଲ ନକଲି ଅଟେ। ସେ କହିଛନ୍ତି, “ମୋର ଟୁଇଟର ଏକାଉଣ୍ଟ ନାହିଁ। ଆଜି ପର୍ଯ୍ୟନ୍ତ ମୁଁ ଦିଲ୍ଲୀ ପୋଲିସକୁ ଏପରି ୨୦ଟି ନକଲି ଟୁଇଟର ହେଣ୍ଡେଲ ନାମରେ ଅଭିଯୋଗ କରିଛି। ଆପଣ ଦିଲ୍ଲୀ ପୋଲିସର ଯୁଗ୍ନ କମିଶନରଙ୍କ ଠାରୁ ନିଶ୍ଚିତ କରି ପାରିବେ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମନାୟତ ହେଲା ଯେ ଭାଇରାଲ ହେଉଥିବା ପୋଷ୍ଟରେ ଟୁଇଟରର ସ୍କ୍ରିନଶଟ୍ ରଞ୍ଜନ ଗୋଗୋଇଙ୍କର ନୁହେଁ। ରଞ୍ଜନ ଗୋଗୋଇ ନିଜେ କହିଛନ୍ତିଯେ ତାଙ୍କର କୌଣସି ଟୁଇଟର ଏକାଉଣ୍ଟ ନାହିଁ।
ତଳେ ଆପଣ ରଞ୍ଜନ ଗୋଗୋଇଙ୍କୁ ନେଇ ଆମର କିଛି ଅନୁସନ୍ଧାନ ପାଢୀ ପାରିବେ।
୧) ରଞ୍ଜନ ଗୋଗୋଇ ଆଇଏମଏ ବିରୁଦ୍ଧରେ ଟୁଇଟ କରି କହିଛନ୍ତି ଯେ ଏହା ଏକ ଇସାଇ ସଂସ୍ଥା
୨) ରାମ ମନ୍ଦିର ପାଇଁ ଅନୁମତି ଦେଇ ନଥିବା ପୂର୍ବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଭୁମି ପୂଜନ ଦିନ କୋରୋନା ହୋଇଗଲା

Title:କ’ଣ ରଞ୍ଜନ ଗୋଗୋଇ ବିଭିନ୍ନ ଧର୍ମର ପର୍ବ ପାଳନ କରିବା ସମ୍ବନ୍ଧ ନେଇ ସମ୍ବିଧାନରେ ପରିବର୍ତନ କରିବା ବିଷୟରେ ଟୁଇଟ କରିଛନ୍ତି?
Fact Check By: Siddharth SahuResult: False
