
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ଯେଉଛି ଯେଉଁଥିରେ କିଛି ଗ୍ରାମବାସୀ ଏକ ଅଜ୍ଞାନ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରୁଛନ୍ତି। ସେହି ଅଜ୍ଞାନ୍ତ ବ୍ୟକ୍ତିଙ୍କ ହାତରେ ଗୋଟିଏ ସୁଟକେସ୍ ମଧ୍ୟ ଅଛି। ଗ୍ରାମବାସୀ ଅଭିଯୋଗ ଲଗାଉଛନ୍ତି ଯେ ସେହି ସୁଟକେସ୍ ରେ ଏକ ଶିଶୁକୁ ଅପହରଣ କରି ନେଇ ଯାଉଛି। କିଛି ସମୟ ପରେ ଗ୍ରାମବାସୀ ସୁଟକେସ୍ ଖୋଲିଲା ପରେ ତାହା ଭିତରୁ ଏକ ନାବାଳିକ ଝିଅ ମିଳିଲା। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ ଏହି ଭିଡିଓରେ ଜଣେ ଅଜ୍ଞାନ୍ତ ବ୍ୟକ୍ତି ନାବାଳିକକୁ ଅପହରଣ କରିବାର ଦେଖିବାକୁ ମିଳିଛି ଏବଂ ଏହା ଏକ ବାସ୍ତବିକ ଘଟଣା ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୩୦ ଡିସେମ୍ବରରେ ଆମ ପ୍ରତିଭା ନାମକ ଫେସବୁକ ଏକାଉଣ୍ଟରେ ଏହି ଭିଡିଓ ସେୟାର କରି କୁହା ଯାଇଛି ଯେ, “ଦୟାକରି ଭିଡିଓଟି କୁ ଶେଷ ପାଜୟନ୍ତ ଦେଖନ୍ତୁ। ନିଜ ଛୁଆଙ୍କୁ ଡାଇତ୍ଵରେ ରଖନ୍ତୁ….. ନଚେତ ଏହି ପରି କିଛି ସୈତାନ ହାବୁଡରେ ପଡିବାର ସମ୍ଭାବନା ଅଛି।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୭ ଡିସେମ୍ବରରେ ’ରାଜୁ ଭାରତୀ’ ନାମକ ଫେସବୁକ ଏକାଉଣ୍ଟରେ ଅପ୍ଲୋଡ୍ ହେଇଥିବା ମିଳିଲା। ଏହି ଭିଡିଓ ସହିତ ଉଲ୍ଲେଖ କରା ଯାଇଛି ଯେ “ଏଇ ପେଜ୍ ରେ କାଳ୍ପନିକ ଭିଡିଓ ଗୁଡିକ ପୋଷ୍ଟ ହେଇଛି ଏବଂ ଭିଡିଓରେ ଦେଖା ଯାଉଥିବା ସମସ୍ତ ଚରିତ୍ରଗୁଡିକ ମଧ୍ୟ କାଳ୍ପନିକ ଅଟେ। ନିର୍ମିତ ଭିଡିଓଗୁଡିକ ପ୍ରକୃତ ଘଟଣା ଦ୍ଵାରା ଅନୁପ୍ରାଣିତ ଏବଂ ସାମାଜିକ ଅସ୍ପଷ୍ଟତା ବିସ୍ତାର କରିବା ଉଦ୍ଦେଶ୍ୟରେ ବନା ଯାଇଛି। ଆମେ କୌଣସି ପ୍ରକାରର ଧର୍ମ, ଜାତି, ଳିଙ୍ଗ କିମ୍ବା କୌଣସି ବ୍ୟକ୍ତିଙ୍କୁ ବଦନାମ କରିବା ଏବଂ ଅସମ୍ମାନ କରିବା ଉଦ୍ଦେଶ୍ୟରେ ଭିଡିଓଗୁଡିକୁ ନିର୍ମିତ କରି ନାହୁଁ।”
ଆମେ ଜାଣିବାକୁ ପାଇଲୁ ଯେ ରାଜୁ ଭାରତୀଅନ୍ୟାନ୍ୟ ସଚେତନ ଭିଡିଓ ପୋଷ୍ଟ କରିବା ସହିତ ସାମାଜିକ ସଚେତନତା ପାଇଁ ଉଦ୍ଦିଷ୍ଟ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଆମେ ଭିଡିଓରେ ଥିବା ସମାନ ଲୋକକୁ ଏଠାରେ, ଏଠାରେ ଏବଂ ଏଠାରେ ଲାଲ୍ ଟୋପି ପିନ୍ଧିଥିବା ଦେଖିବାକୁ ପାଇଲୁ।

ଶେଷକଥା:
ଭିଡିଓ ସହିତ ହାଇରାଲ ଦାବିକୁ ଫ୍ୟାକ୍ଟ କ୍ରିଷେଣ୍ଡୋ ମିଥ୍ୟା ବୋଲି ପାଇଲା। ବିଭ୍ରାନ୍ତକାରୀ ଦାବି ସହିତ ଭିଡିଓଟି କୁ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି। ଭିଡିଓଟି କେବଳ ସଚେତନତା ସୃଷ୍ଟି କରିବା ପାଇଁ ଏକ ପ୍ରକୃତ ଘଟଣା ଭାବରେ ଅଂଶୀଦାର ହୋଇଥିବା ଏକ ସ୍କ୍ରପ୍ଟେଡ୍ ନାଟକ ଅଟେ।

Title:କ’ଣ ଶିଶୁ ଅପହରଣର ଏହି ଭିଡିଓ ପ୍ରକୃତର ଘଟଣା ଅଟେ? କ’ଣ ସତ୍ୟତା ଏହି ଭିଡିଓର?
Fact Check By: Siddharth SahuResult: False
