
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସୁଭାଷଚନ୍ଦ୍ର ବୋଷ ଏକ ଖବରକାଗଜ ପଢୁଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ଏହି ଖବରକାଗଜରେ ସେ ତାଙ୍କ ମୃତ୍ୟୁ ବିଷୟରେ ପ୍ରକାଶିତ ହେଇଥିବା ସମ୍ବାଦ ପଢୁଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨୭ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରା ଯାଇଛି ଯେ ଏହି ଫୋଟୋ ୨୩ ଏପ୍ରିଲ ୧୯୪୫ ର ଅଟେ ଏବଂ ସୁଭାଷଚନ୍ଦ୍ର ବୋଷ ବିମାନ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଥିବା ବିଷୟରେ ଏକ ଖବରକାଗଜରେ ପଢୁଛନ୍ତି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଆମକୁ “ନେତାଜୀ ସୁଭାଷଚନ୍ଦ୍ର ବୋଷ ମେମୋରିଆଲ ଇନ୍ ଦିଲ୍ଲୀ” ନାମକ ଏକ ଫେସବୁକ ଏକାଉଣ୍ଟରେ ସମାନ ଫୋଟୋ ପପୋଷ୍ଟ ହେଇଥିବା ମିଳିଲା। ଏହି ଫୋଟୋ ବିଷୟରେ କୁହା ଯାଇଛି ଯେ ସୁଭାଷ ବୋଷ ନିପ୍ପନ ଟାଇମ୍ସ (ଜାପାନ ଟାଇମ୍ସ) ପତ୍ରିକା ପଢୁଛନ୍ତି।
ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ଅନୁଜ ଧର ନାମକ ଏକ ଟୁଇଟର ଏକାଉଣ୍ଟରେ ଟୁଇଟ ହେଇଥିବା ମିଳିଲା। ଶ୍ରୀ ଅନୁଜ ଧର “Author of “Conundrum: Subhas Bose’s Life after Death” and “Your Prime Minister is Dead”” ପୁସ୍ତକର ଲେଖକ ଅଟନ୍ତି। ସେ ଫୋଟୋ ପୋଷ୍ଟ କରି ଟୁଇଟ କରିଚାଞ୍ଚି ଯେ ସୁଭାଷଚନ୍ଦ୍ର ବୋଷ ନିପ୍ପନ ଟାଇମ୍ସ ପତ୍ରିକା ପଢୁଛନ୍ତି।
Subhas Chandra Bose reading Nippon Times (now The Japan Times), Japan's largest and oldest English-language daily newspaper @japantimes pic.twitter.com/6A7YMXGEkW
— Anuj Dhar (@anujdhar) May 27, 2018
ଏହା ପରେ ଆମେ ଭାଇରାଲ ଫୋଟୋ ଏବଂ ଉପରୋକ୍ତ ଟୁଇଟରେ ମିଳିଥିବା ଫୋଟୋର ତୁଳନା କରିଲୁ। ଆମେ ଦେଖିବାକୁ ପାଇଲୁ ଯେ ଭାଇରାଲ ଫୋଟୋର ଖବରକାଗଜରେ “ଶ୍ରୀ ସୁଭାଷଚନ୍ଦ୍ର ବୋଷ ମୃତ” ହେଡ୍ଲାଇନ୍ ଥିବା ବେଳେ ଟୁଇଟରେ ଥିବା ଫୋଟୋରେ ଖବରକାଗଜରେ କିଛି ଅନ୍ୟ ହେଡ୍ଲାଇନ୍ ପ୍ରକାଶିତ ହେଇଥିଲା। ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ତାଙ୍କ ମୃତ ହେବାର ଖବର ପଢୁ ନାହାନ୍ତି। ଏହି ଫୋଟୋକୁ ଏଡିଟ୍ କରା ଯାଇଛି। ଅସଲି ଖବରକାଗଜରେ ଅନ୍ୟ କିଛି ଲେଖା ଯାଇଥିବାର ପ୍ରମାଣ ମିଳିଛି।

Title:କ’ଣ ଏହି ଫୋଟୋରେ ସୁଭାଷଚନ୍ଦ୍ର ବୋଷ ତାଙ୍କ ମୃତ୍ୟୁ ବିଷୟରେ ଏକ ଖବରକାଗଜରେ ପଢୁଛନ୍ତି?
Fact Check By: Siddharth SahuResult: False
