
ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ହିଜାବ ପିନ୍ଧିଥିବା କିଛି ମହିଳା ଏବଂ କିଛି ଯୁବକଙ୍କ ସହିତ ଲୋକଙ୍କ ମୁହଁ ଏବଂ ପୋଷାକରେ ରକ୍ତ ପରି ନାଲି ପଦାର୍ଥ ଲଗା ଯାଉଛି। ମେକ୍-ଅପ୍ ହେଉଥିବା ସମୟରେ ସେମାନେ କେମେରାକୁ ଦେଖି ହସୁଥିବା ମଧ୍ୟ ଜଣା ପଡିଛି।
ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଇସ୍ରାଏଲ୍ କୁ ବଦନାମ କରିବା ପାଇଁ ପାଲେଷ୍ଟାଇନ୍ ଲୋକ ମାନେ ଏପରି ମେକ୍-ଅପ୍ କରି ଭିକ୍ଟିମ୍-କାର୍ଡ ଖେଳୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଗୋଟିଏ ପୁରୁଣା ଭିଡିଓ ଅଟେ ଯେଉଁଟା ଗୋଟିଏ ଚଳଚିତ୍ର ଶୁଟିଙ୍ଗର ଭିଡିଓ ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଫିଲିସ୍ଥିନ୍ (ହମାସ)ରେ “ବିକଟିମ୍ କାଡ଼” ଖେଳିବାକୁ ଚାଲିଛି ତିଆରି, ପୁରା ଦୁନିଆକୁ ଦେଖାଇବାକୁ ଚାହୁଁଛନ୍ତି ଯେ, ଇସରାଏଲ କେମିତି ତାଙ୍କୁ ବରବାଦ୍ କରି ଦେଲା”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଗ୍ଳ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୦୧୭ ମସିହାରେ ଟିଆରଟି ୱାର୍ଲ୍ଡ ନାମକ ୟୁଟ୍ୟୁବ ଚ୍ୟାନାଲରେ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ଏହା ଡକ୍ଟର ଅଫ୍ ଦି ୱାର୍ଲ୍ଡ ସଂଗଠନର ଏକ ପ୍ରୋଜେକ୍ଟର ଫିଲ୍ମ ସେଟରୁ ଆସିଛି। ନ୍ୟୁଜ୍ ସେଗମେଣ୍ଟରେ ଗାଜା ଷ୍ଟ୍ରିପ୍ ର ମେକଅପ୍ କଳାକାର ମରିୟମ୍ ସାଲାହଙ୍କ କାହାଣୀ ଏବଂ ମୁଖ୍ୟତ ପୁରୁଷମାନଙ୍କ ଦ୍ୱାରା ଅଧିକୃତ ଏକ କ୍ଷେତ୍ରରେ କାମ କରିବାକୁ ତାଙ୍କର ପସନ୍ଦ ଆଲୋକିତ ହୋଇଛି।
ଭିଡିଓରେ କୁହା ଯାଇଛି, “ଆମେ ଗାଜା ଷ୍ଟ୍ରିପ୍ ରେ ଏକ ଫିଲ୍ମ ସେଟ୍ ରେ ଅଛୁ। ମେକଅପ୍ କଳାକାର ମରିୟମ୍ ସଲାହ ଫ୍ରାନ୍ସର ଚାରିଟି ଡକ୍ଟର ଅଫ୍ ଦି ୱାର୍ଲ୍ଡର ଏକ ପ୍ରୋଜେକ୍ଟରେ ଭାଗ ନେଉଥିବା ଅଭିନେତାମାନଙ୍କ ଉପରେ ଭୟଙ୍କର ଆଘାତର ଇଫେକ୍ଟ ସୃଷ୍ଟି କରୁଛନ୍ତି। ଏହି ପ୍ରୋଜେକ୍ଟ ଦ୍ଵାରା ଗାଜା ବାସିନ୍ଦାମାନେ ସମ୍ମୁଖୀନ ହେଉଥିବା ବିପଦ ବିଷୟରେ ସଚେତନତା ସୃଷ୍ଟି କରିବାକୁ ସେମାନେ ଆଶା କରୁଛନ୍ତି”
ଏହି ଭାଇରାଲ୍ ଭିଡିଓ ପ୍ରକୃତରେ ୨୦୧୭ ରେ ନିର୍ମିତ ଏକ ଚଳଚ୍ଚିତ୍ରର ଶୁଟିଙ୍ଗ ସମୟରୁ ଆସିଛି ଏବଂ ଇସ୍ରାଏଲ୍-ହାମାସ୍ ବିବାଦ ସହିତ ଏହାର କୌଣସି ସମ୍ପର୍କ ନାହିଁ।
ସମ୍ପ୍ରତି ରିପୋର୍ଟରେ, ଘାଜା ଉପରେ ଇସ୍ରାଏଲର ବାୟୁ ଆକ୍ରମଣରେ ମୋଟ ୧,୯୦୦ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ୭,୬୯୬ ଜଣ ଆହତ ହୋଇଛନ୍ତି ଏବଂ ଇସ୍ରାଏଲରେ ୧୩୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୪୦୦ ଜଣ ଆହତ ହୋଇଛନ୍ତି।
ଶୁକ୍ରବାର ଦିନ, ଇସ୍ରାଏଲର ସୈନ୍ୟବାହିନୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜାରେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ୍ ଭିଡିଓ କ୍ଲିପ୍ ବାସ୍ତବରେ ୨୦୧୭ ରେ ନିର୍ମିତ ଏକ ଫିଲ୍ମର ଫୁଟେଜ୍ ଅଟେ ଏବଂ ଏହାର ଇସ୍ରାଏଲ୍-ଗାଜା ଯୁଧ୍ୟ ସହିତ କୌଣସି ସମ୍ପର୍କ ନାହିଁ | ଜନସାଧାରଣଙ୍କ ଧାରଣାକୁ ନିୟନ୍ତ୍ରଣ କରିବା ପାଇଁ ପାଲେଷ୍ଟାଇନୀୟମାନେ ନକଲି ଆଘାତ ପ୍ରଦର୍ଶନ କରୁଛନ୍ତି ବୋଲି ଦାବି ମିଥ୍ୟା ଅଟେ।

Title:କ’ଣ ଏହି ଭିଡିଓରେ ପାଲେଷ୍ଟାଇନ୍ ମାନେ ମେକ୍-ଅପ୍ କରି ଇସ୍ରାଏଲ୍ କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
