
ସମ୍ପ୍ରତି ସମୟରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭୁସୁଡି ପଡିଥିବା ବିଲ୍ଦିଙ୍ଗ ଗୁଡିକ ମଧ୍ୟରେ ଗୋଟିଏ ସିଢିର ଫୋଟୋ ସେୟାର ହେଉଛି। ଦାବି କରା ଯାଉଛି ଯେ ଇସ୍ରାଏଲ୍ ହମାସ ଉପରେ ଆକ୍ରମଣ କରିବା ପରେ ସେଠାରେ ଏକ ବିଲ୍ଦିଙ୍ଗର ସିଢି ନଷ୍ଟ ନହୋଇ ଏପରି ଛିଡା ଅଛି।
କିନ୍ତୁ ବାସ୍ତବରେ କ୍ରେସେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଦାବି ମିଥ୍ୟା ଏବଂ ଭିତ୍ତିହୀନ ଅଟେ। ଏହି ଫୋଟୋ ୨୦୧୪ ମସିହାରୁ ଇଣ୍ଟର୍ନେଟ୍ ରେ ଉପଲବ୍ଧ ଅଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ପାଲେଷ୍ଟାଇନ ଜିହାଦୀଙ୍କ ଘର ପ୍ରଭାବିତ
କିନ୍ତୁ ସିଡ଼ି’ର ନିର୍ମାଣ ଢାଞ୍ଚା ସୁରକ୍ଷିତ। ଇସ୍ରାଏଲ’ର ଏହି ବୋମା ନିର୍ମାତା ମଧ୍ୟ ବିଶେଷ ଅତିକୁଶଳୀ ଜ୍ଞାନ ପାଇଁ ଧନ୍ୟବାଦ’ର ପାତ୍ର”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୮ ଜୁଲାଇ ୨୦୧୪ ମସିହାରେ ଆରବୀ ଭାଷା ନ୍ୟୁଜ୍ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା।

ସମାନ ଫୋଟୋ ଆମକୁ ୨୦୧୬ ରେ ପାଇଣ୍ଟ୍ରେଷ୍ଟ ସୋସିଆଲ ମିଡିଆ ରେ ଏବଂ ୨୦୧୯ ମସିହାରେ ନବଭାରତ ଟାଇମ୍ସ ପତ୍ରିକା ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା।
ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ୨୦୧୪ ମସିହାରେ ଜଣେ ୟୁଜର ସମାନ ଫୋଟୋ ଟୁଇଟ କରିଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ପୁରୁଣା ଅଟେ ଯାହା ୨୦୧୪ ମସିହାରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି। ଫୋଟୋକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଧ୍ୟ ସହିତ ଯୋଡି ଭାଇରାଲ କରା ଯାଉଛି।

Title:ଇସ୍ରାଏଲ-ହାମାସ ଯୁଦ୍ଧ ନାମରେ ଭାଇରାଲ ହେଉଥିବା ଫଟୋର ସତ୍ୟ କ’ଣ ଜାଣନ୍ତୁ।
Written By: Siddharth SahuResult: Missing Context
