ଆଲ୍ଜେରିଆର ପୁରୁଣା ଭିଡିଓକୁ ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଚାଲୁଥିବା ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

False Social

୭ ଅକ୍ଟୋବର ରେ, ଆତଙ୍କବାଦୀ ସଂଗଠନ ହମାସ, ଇସ୍ରାଏଲ ଉପରେ ଆକ୍ରମଣ କରି ଗାଜା ଷ୍ଟ୍ରିପରୁ ୫୦୦୦ ରକେଟ ଛାଡିଥିଲା। ମୃତ୍ୟୁସଂଖ୍ୟା ୧,୭୦୦ ରେ ପହଞ୍ଚିଥିବା ବେଳେ ଅତିକମରେ ୨୭୦୦ ଜଣ ଆହତ ହୋଇଛନ୍ତି। ଏହି ସମୟରେ, ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରାଯାଇଛି ଯେ ଏହା ଦିୱାଲୀ ଭିଡିଓ ନୁହେଁ କିନ୍ତୁ ଇସ୍ରାଏଲ୍ ସେନାର ଗାଜା ଉପରେ ଏକ ଆକ୍ରମଣର ଭିଡିଓ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଆଲ୍ଜେରିଆ ଦେଶର ଗୋଟିଏ ପୁରୁଣା ଭିଡିଓକୁ ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଚାଲୁଥିବା ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଗୋଟିଏ ଟୁଇଟ ମିଳିଲା ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ ଏହି ଭିଡିଓ ୨୮ ସେପ୍ଟେମ୍ବରରେ @ramiguerfi41 ନାମକ ଟିକଟକ୍ ଏକାଉଣ୍ଟରେ ଅପ୍ଲୋଡ ହେଇଥିଲା। 

ଆମେ ଜାଣିଛୁ ଯେ ହମାସ୍ ଆତଙ୍କବାଦୀ ମାନେ ଇସ୍ରାଏଲ୍ ଉପରେ ୭ ଅକ୍ଟୋବର ରେ ଆକ୍ରମଣ କରିଥିଲେ। ସେଥିପାଇଁ ଏହି ଭିଡିଓର ସମ୍ପ୍ରତ୍ତି ସମୟରେ ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଧ୍ୟ ସହିତ ସମ୍ବନ୍ଧ ଥିବା ସମ୍ଭବ ନୁହେଁ। 

ଅଧିକ ସର୍ଚ୍ଚ କରିବା ପରେ ଆମକୁ କିଛି ଟୁଇଟ ମିଳିଲା ଯେଉଁଥିରେ କୁହା ଯାଇଛି ଯେ ଏହି ଭିଡିଓ ଆଲ୍ଜେରିଆ ଦେଶର ଅଟେ ଯେତେବେଳେ ସେଠିକାର ଫୁଟବଲ୍ ପ୍ରେମୀ ଲୋକମାନେ ବାଣ ଫୁଟାଇ ଉତ୍ସବ ପାଳନ କରିଥିଲେ। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ୧୯ ଜୁଲାଇରେ ଗୋଟିଏ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଏଥିରେ ଉଲ୍ଲେଖ କରା ଯାଇଛି ଯେ CRBelouizdad ଫୁଟବଲ୍ କ୍ଳବ୍ ର ୬୧ ତମ ବାର୍ଷିକୀ ଉତ୍ସବ ପାଳନ ସମୟର ଭିଡିଓ ଅଟେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓର ସମ୍ପ୍ରତ୍ତି ସମୟରେ ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଧ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ। ଆଲ୍ଜେରିଆ ଦେଶର ପୁରୁଣା ଭିଡିଓକୁ ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଚାଲୁଥିବା ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:ଆଲ୍ଜେରିଆର ପୁରୁଣା ଭିଡିଓକୁ ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଚାଲୁଥିବା ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *