
ଅନେକ ଦିନରୁ ଇସ୍ରାଏଲ୍-ପାଲେଷ୍ଟାଇନ ମଧ୍ୟରେ ଯୁଧ୍ୟ ଥମିବାର ନାମ ନେଉଆ ନାହିଁ। ପ୍ରତ୍ଯେକ ଦିନ ସୋସିଆଲ ମିଡିଆରେ ଏହି ଘଟଣାର ବିଭିନ୍ନ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ସହରରେ ଧୂଆଁ ଉଠୁଥିବା ସମୟରେ ସେଠାରେ ଏକ ବିଶାଳ ବିସ୍ଫୋରଣ ହେଉଛି।
ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ବିସ୍ଫୋରଣର ଦୃଶ୍ୟ ଇସ୍ରାଏଲ୍-ପାଲେଷ୍ଟାଇନ୍ ର ଏକ ଦୃଶ୍ୟ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ୨୦୨୦ ମସିହାରେ ଲେବାନନ୍ ଦେଶରେ ହେଇଥିବା ଏକ ବିସ୍ଫୋରଣର ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଅଚ୍ୟୁତାନନ୍ଦ ଙ୍କ ମାଳିକା ଯାହା ଆଜି ଅକ୍ଷରେ ଅକ୍ଷରେ ସତ ହେଉଛି।ଏ ଚିତ୍ର ହେଉଛି ଇସ୍ରାଏଲ ଯୁଦ୍ଧର।କି ହୃଦୟ ବିଦାରକ ପ୍ରଭୁ।ଜୟ ଜଗନ୍ନାଥ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୮ ଅଗଷ୍ଟ ୨୦୨୦ ରେ ଗ୍ଲୋବାଲ୍ ନ୍ଯୁଜର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ଏହି ଘଟଣା ୨୦୨୦ ମସିହାରେ ଲେବାନନ୍ ଦେଶର ରାଜଧାନୀ ବେରୁଟ ରେ ଘଟିଥିଲା। ସୂଚନା ଅନୁଯାୟୀ ଏମୋନିୟମ୍ ନାଇଟ୍ରେଟ୍ ରାସାୟନିକ କାରଖାନାରେ ବହୁ ସଂଖ୍ୟାରେ ବାଣ ରଖା ହୋଇଥିଲା। କଆରଖାନାରେ କୌଣସି କାରଣରୁ ନିଆ ଲାଗିଥିଲା। ରାସାୟନିକ ପଦାର୍ଥ ଥିବା କାରଣରୁ ନିଆ ଭୟଙ୍କର ଭାବରେ ବ୍ୟାପୀଥିଲା। ଏହା ପରେ ଏକ ବିଶାଳ ବିସ୍ଫୋରଣ ହୋଇଥିଲା। ସେଠିକାର କାରିଗର ମାନେ ପୂର୍ବରୁ ଅନେକ ଥର ଏପରି ଦୁର୍ଘଟଣା ଘଟିବାର ସନ୍ଦେହ କରି ଥିଲେ କିନ୍ତୁ ଏହା ରୋକିବା ପାଇଁ କୌଣସି ପଦକ୍ଷେପ ନିଆ ଯାଇନଥିଲା।
ନିମ୍ନରେ ଆପଣ ମାନେ ଏହି ଘଟଣାର ଅନ୍ୟ ଏକ ଭିଡିଓ ମଧ୍ୟ ଦେଖି ପାରିବେ।
ଅଲ୍-ଜଜୀରା ରିପୋର୍ଟ ଅନୁଯାୟୀ, ୨୦୨୦ ମସିହାର ଏହି ବିସ୍ଫୋରଣରେ ୨୧୮ ଲୋକଙ୍କ ମୃତ୍ୟୁ ଏବଂ ୭୦୦୦ ଲୋକ ଆଘାତ ହୋଇଥିଲେ। ୭୭,୦୦୦ ଜିଏଚଆର ନଷ୍ଟ ହୋଇଥିବା ହେତୁ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା। ଲେବାନନ୍ ରାଜଧାନୀ ବେରୁଟ୍ ର ବନ୍ଦରର ଗୋଟିଏ କାରଖାନାରେ ନିଆ ଲାଗିବା ପରେ ସେଥିରେ ଥିବା ୨,୭୫୦ ଏମୋନିୟମ୍ ନାଇଟ୍ରେଟ୍ ରାସାୟନିକ ଯାହା ୬ ବର୍ଷରୁ ଭୁଲ ଭାବରେ ଗଛିତ କରି ରଖା ଯାଇଥିଲା ବିସ୍ଫୋରଣ ହୋଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ୨୦୨୦ ମସିହାରେ ଲେବାନନ୍ ଦେଶରେ ହେଇଥିବା ଗୋଟିଏ ବିସ୍ଫୋରଣର ଭିଡିଓକୁ ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ବିଶାଳ ବିସ୍ଫୋରଣର ଏହି ଭିଡିଓ ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଧ୍ୟର ଗୋଟିଏ ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
