୨୦୧୪ ମସିହାରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଏକ ବିସ୍ଫୋରଣର ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

International Misleading

କିଛି ଦିନ ପୂର୍ବରୁ, ହାମାସ୍ ଆତଙ୍କବାଦୀମାନେ ଦକ୍ଷିଣ ଇସ୍ରାଏଲରେ ପ୍ରବେଶ କରି ଜନସାଧାରଣ ନାଗରିକ ଏବଂ ସୈନିକଙ୍କ ହତ୍ୟା କରିଥିଲେ। କେତେକ ରିପୋର୍ଟ ଅନୁଯାୟୀ, ସେମାନେ ଅନେକ ଲୋକଙ୍କୁ ଅପହରଣ କରି ଗାଜାକୁ ନେଇଥିଲେ। ଏହି ଘଟଣାର ଅନେକ ବିଚଳିତ ଭିଡିଓ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଇ ପ୍ରସଙ୍ଗରେ ଗୋଟିଏ ସହରରେ ବିସ୍ଫୋରଣ ହେଉଥିବା ଫୋଟୋ ଭାଇରାଲ ହେଉଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଫୋଟୋ ସମ୍ପ୍ରତ୍ତି ସମୟରେ ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଧ୍ୟର ଏକ ଦୃଶ୍ୟ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ଭ୍ରମାତ୍ମକ ଦାବି ଅଟେ। ଭାଇରାଲ ଫୋଟୋ 2014 ମସିହାର ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, “ବିଂଶ ଶତାଦ୍ଦୀ ର ରାଜନୈତିକ ଇତିହାସ ରେ ପଶ୍ଚିମ ଏସିଆ ଏକ ସମସ୍ୟା ବହୁଳ ଭୂଖଣ୍ଡ ଭାବେ ପରିଗଣିତ ହୋଇଛି. ଆଞ୍ଚଳିକ ବିବାଦ ଓ ସଂଘର୍ଷ ରାଜନୈତିକ ଆନ୍ଦୋଳନ ଓ ଅସ୍ଥିରତା ବୃହତ ଶକ୍ତି ମାନଙ୍କ ର ହସ୍ତକ୍ଷେପ ଓ ଅବିସନ୍ଧି ମୂଳକ ନିଷ୍ପତି ଆଦି କାରଣ ଯୋଗୁଁ ଏ ଅଂଚଳ ରେ ଥିବା ଦେଶ ଗୁଡିକ ଅଶାନ୍ତ ପରିବେଶ ମଧ୍ୟରେ ଗତି କରୁଛି. ନିରଙ୍କୁଶ ରାଜତନ୍ତ୍ର ଅପରିପକ୍ୱ ଗଣତାନ୍ତ୍ରିକ ବ୍ୟବସ୍ଥା ଉଗ୍ର ଜାତୀୟତା ମଧ୍ୟ ଯୁଗୀୟ ଧର୍ମାନ୍ଧ ତା ଏବଂ ସାମାଜିକ ଅନଗ୍ରସରତା ପ୍ରବୃତି ଯୋଗୁଁ ପଶ୍ଚିମ ଏସିଆ ର ଲୋକ ମାନଙ୍କର ଅବସ୍ଥା ସୁଖ ପ୍ରଦ ରହିପାରିନାହିଁ. ଧୀରେ ଧୀରେ ସମୟ ବଦଳିଲା ହେଲେ ପଶ୍ଚିମ ଏସିଆର ଲୋକଙ୍କ ମାନସିକତା ରେ କେତେ ପରିବର୍ତନ ହେଲା ତାହା ଏକ ଭିନ୍ନ ପ୍ରଶ୍ନ ଏବେ ଇସ୍ରାଏଲ ରେ ଯାହା ଘଟୁଛି ତାହା ବିନାଶ ର ଅଧ୍ୟାୟ ଲାଗୁଛି ଏହିଠାରୁ ହିଁ ବାଜିବ ତୃତୀୟ ବିଶ୍ୱ ଯୁଦ୍ଧ ର ବିଗୁଲ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମକୁ ସମାନ ଫୋଟୋ ୨୦୧୪ ମସିହାରେ ନ୍ୟୁୟର୍କ ପୋଷ୍ଟ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ତିନି ସପ୍ତାହ ଯୁଧ୍ୟରେ ଇସ୍ରାଏଲ୍ ହମାସ୍ ଉପରେ ଭୟଙ୍କର ଭାବରେ ଆକ୍ରମଣ କରିଥିଲା। ଏହି ବିସ୍ଫୋରଣରେ ଗାଜାର ଏକମାତ୍ର ପାୱାର ପ୍ଲାଣ୍ଟ ନଷ୍ଟ ହୋଇଥିଲା। ଫଳସ୍ୱରୂପ, ଗାଜା ଅଞ୍ଚଳର ୧୭୦ ଲକ୍ଷ ଲୋକଙ୍କୁ ବିଦ୍ୟୁତ୍ ଓ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା।

୨୦୧୭ ରେ ଅଲ ଜଜିରା ଇଂରାଜୀ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ, ୨୦୧୪ ମସିହାରେ ଗାଯା ଯୁଧ୍ୟର ଅନୁସନ୍ଧାନ କରିବା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନୟାହୁଙ୍କ ସମାଲୋଚନା କରା ଯାଇଥିଲା ଯେ ସେ ଏହି ୭ ସପ୍ତାହ ଚାଲିଥିବା ଯୁଧ୍ୟକୁ ଏଡାଇ ପାରିଥାନ୍ତେ। ବେଞ୍ଜାମିନ ନେତାନୟାହୁ ନିଜ କ୍ୟାବିନେଟ୍ ର ଚେତାବନୀକୁ ଅଣଦେଖା କରିଥିଲେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ୨୦୧୪ ମସିହାରେ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ହେଇଥିବା ଯୁଧ୍ୟର ଦୃଶ୍ୟ ଅଟେ। ଏହାର ସମ୍ପ୍ରତ୍ତି ସମୟରେ ହେଉଥିବା ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:୨୦୧୪ ମସିହାରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଏକ ବିସ୍ଫୋରଣର ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Written By: Siddharth Sahu  

Result: Misleading

Leave a Reply

Your email address will not be published. Required fields are marked *