କ’ଣ ଟାଟା କମ୍ପାନୀ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ପୁତ୍ରୀକୁ ଚାକିରିରୁ ବଦଳି କରିଛି? ଜାଣନ୍ତୁ ସତ୍ୟ

False Social

ଦୁଇଟି ଏୟାର ହଷ୍ଟେସ୍ ଏୟାର ଇଣ୍ଡିଆ ବିମାନ ନିକଟରେ ଛିଡା ହୋଇଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫୋଟୋ ସହିତ ଦାବି କରା ଯାଇଛି ଯେ ଟାଟା କମ୍ପାନୀରାଷ୍ଟ୍ରପତି ରାମନାଥ କୋଭିଣ୍ଡଙ୍କ ପୁତ୍ରୀକୁ ନିକଟରେ ଏୟାର ହଷ୍ଟେସ ପଦବୀରୁ ଇଣ୍ଟର୍ନାଲ ଏଫେୟାର୍ସ ପଦବୀରେ ବଦଳି କରିଛି। ସୁରକ୍ଷା କାରଣରୁ ଏହି ପଦକ୍ଷେପ ନିଆ ଯାଇଥିବା ଦାବି କରା ଯାଇଛି। 

ଆମକୁ ଏହି ଦାବିର ଫ୍ୟାକ୍ଟ ଚେକ୍ କରିବାର ଅନୁରୋଧ ଆମ ଫ୍ୟାକ୍ଟ ଲାଇନ ନମ୍ବର 9049053770 ରେ ଆସିଥିଲା।

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଗେଟି ଇମେଜେସ ୱେବସାଇଟରେ ସମାନ ଫୋଟୋ ଅପ୍ଲୋଡ ହେଇଥିବା ମିଳିଲା। ଏହି ଫୋଟୋ ଡିସେମ୍ବର ୨୦୦୬ ମସିହାର ଅଟେ। ଫୋଟୋ ସହିତ ଲେଖା ଯାଇଛି ଯେ ଏୟାର ଇଣ୍ଡିଆ ନିଜ ପ୍ରଥମ ବୋଇଙ୍ଗ ବିମାନର ଦିଲ୍ଲୀରେ ଡେଲିଭେରୀ ହେଇଥିବା ଅବସରରେ  ବିମାନର ଏୟାର ହଷ୍ଟେସ ନିଜ ନୂଆ ୟୁନିଫର୍ମ ପିନ୍ଧିଛନ୍ତି।

ଫୋଟୋର ବର୍ଣନାରେ କୌଣସି ସ୍ଥାନରେ ଲେଖା ଯାଇ ନାହିଁ ଯେ ଏୟାର ହଷ୍ଟେସ ହେଉଛନ୍ତି ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ପୁତ୍ରୀ ସ୍ଵାତି କୋଭିନ୍ଦ। 

ଏହା ପରେ ଆମେ ରାଷ୍ଟ୍ରପତି ରାମନାଥ କୋଭିଣ୍ଡଙ୍କ ପୁତ୍ରୀ ସ୍ଵାତି କୋଭିନ୍ଦଙ୍କ ଫୋଟୋ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ସ୍ଵାତି କୋଭିନ୍ଦ ଫୋଟୋରେ ଥିବା ଏୟାର ହଷ୍ଟେସ ମାନଙ୍କ ଠାରୁ ଭିନ୍ନ ଦେଖିବାକୁ ଅଟନ୍ତି। ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୧୨ ନଭେମ୍ବର ୨୦୧୭ ମସିହାର ଏନଡିଟିଭି ର ଏକ ରିପୋର୍ଟ ମିଳିଲା। ଏହି ରିପୋର୍ଟ ଅନୁଯାୟୀ ସ୍ଵାତି କୋଭିନ୍ଦ ଏୟାର ଇଣ୍ଡିଆ ବିମାନରେ ଏକ ଏୟାର ହଷ୍ଟେସ ପଦବୀରେ ଚାକିରି କରୁଥିଲେ। କିନ୍ତୁ ୨୦୧୭ ରେ ବିମାନ ଅଧିକାରୀ କହିଥିଲେ ଯେ ସ୍ଵାତି ରାଷ୍ଟ୍ରପତିଙ୍କ ପୁତ୍ରୀ ହେବା କାରଣରୁ ନିଜ ସୁରକ୍ଷାକର୍ମୀଙ୍କ ସହିତ ବିମାନ କର୍ମଚାରି ଭାବରେ କାର୍ଯ୍ୟ କରି ପାରିବେ। ଏତେ ଯାତ୍ରୀଙ୍କ ସିଟ୍ ଅବରୋଧ କରିବା ସମ୍ଭବ ନୁହେଁ। ସେଥିପାଇଁ ସ୍ଵାତି କୋଭିନ୍ଦକୁ ଏୟାର ହଷ୍ଟେସ ପଦବୀରୁ ବଦଳି କରି ଗ୍ରାଉଣ୍ଡ ଷ୍ଟାଫ ଭାବରେ ଚାକିରି ଦିଆ ଯାଇଥିଲା। 

ଟାଟା କମ୍ପାନୀ କେବେ ଆୟାର ଇଣ୍ଡିଆ କିଣିଲା? 

ଏୟାର ଇଣ୍ଡିଆ ୱେବସାଇଟରେ ତାଙ୍କ ଇତିହାସ ବିଷୟରେ ଉଲ୍ଲେଖ କରା ଯାଇଛି ଯେଉଁଥିରେ କୁହା ଯାଇଛି ଯେ ୨୭ ଜାନୁଆରୀ ୨୦୨୨ରେ ଟାଟା କମ୍ପାନୀ ସରକାର ଠାରୁ ଏୟାର ଇଣ୍ଡିଆ କିଣିଛି। 

ଶେଷକଥା

ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଫୋଟୋରେ ଥିବା ଏୟାର ହଷ୍ଟେସ ସ୍ଵାତି କୋଭିନ୍ଦ ନୁହନ୍ତି। ସ୍ଵାତି କୋଭିନ୍ଦଙ୍କୁ ଏୟାର ହଷ୍ଟେସ ପଦବୀରୁ ବଦଳି ଗ୍ରାଉଣ୍ଡ ଷ୍ଟାଫ୍ ଭାବରେ ଚାକିରି ଦେବା ୨୦୧୭ ମସିହାରେ ହେଇଥିଲା। କିନ୍ତୁ ଟାଟା କମ୍ପାନୀ ସରକାର ଠାରୁ ଏୟାର ଇଣ୍ଡିଆ ଜାନୁଆରୀ ୨୦୨୨ରେ କିଣିଥିଲା। ସେଥିପାଇଁ ଟାଟା ଦ୍ଵାରା ସ୍ଵାତିଙ୍କ ପଦବୀ ବଦଳି କରିବା ଦାବି ମଧ୍ୟ ମିଥ୍ୟା ଅଟେ।

Avatar

Title:କ’ଣ ଟାଟା କମ୍ପାନୀ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ପୁତ୍ରୀକୁ ଚାକିରିରୁ ବଦଳି କରିଛି? ଜାଣନ୍ତୁ ସତ୍ୟ

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *