
କିଛି ଦିନ ପୂର୍ବରୁ, ରାଜସ୍ଥାନରେ ଏକ ଦୁର୍ଘଟଣାରେ ଜଣେ ଅଳ୍ପସଂଖ୍ୟ ସମ୍ପ୍ରଦାୟର ୧୮ ବର୍ଷର ବାଳକ ନିଜ ଜୀବନ ହରାଇଛି। ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପୀଡିତଙ୍କ ପରିବାର ପାଇଁ ଚୁକ୍ତିଭିତ୍ତିକ ଚାକିରି ଘୋଷଣା କରିଛନ୍ତି।
ଏହି ପ୍ରସଙ୍ଗରେ ବର୍ତ୍ତମାନ ନଇମା ପରବୀନ ନାମରେ ୫୦ ଲକ୍ଷ ଟଙ୍କାର ଗୋଟିଏ ଚେକ୍ ର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୀଡିତ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ସୋସିଆଲ ମିଡିଆ ବ୍ୟବହାରକରି ମାନେ ଦାବି କରୁଛନ୍ତି ଯେ ରାଜସ୍ଥାନରେ କଂଗ୍ରେସ ସରକାର ପକ୍ଷପାତ କରୁଛନ୍ତି। ସଂଖ୍ୟାଲଘୁ ପରିବାର ପାଇଁ ସରକାର ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛି କିନ୍ତୁ କନ୍ହୟା ଲାଲଙ୍କ ହତ୍ୟା ମାମଲାରେ ତାଙ୍କ ପରିବାରକୁ ମାତ୍ର ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। କନ୍ହୟା ଲାଲଙ୍କ ପରିବାରକୁ ମଧ୍ୟ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଦିଆଯାଇଥିଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ରାଜସ୍ଥାନ ରେ ଜଣେ ସିଲାଇ ଦର୍ଜୀ ହିନ୍ଦୁ କହ୍ନେୟା ଲାଲକୁ ହତ୍ୟା ହେଲା ପରେ ରାଜସ୍ଥାନ ରେ ଥିବା କଙ୍ଗ୍ରେସ୍ ସରକାର କହ୍ନେୟା ଲାଲ୍ ର ପରିବାର କୁ ୫ ଲକ୍ଷ ଟଙ୍କା ସାହାଜ୍ଯ ଦେବାକୁ କହି ୨ ବର୍ଷ ବିତିଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ରାଜସ୍ଥାନ ରେ ଥିବା କଙ୍ଗ୍ରେସ୍ ସରକାର କୌଣସି ସାହାଜ୍ଯ କଲେ ନାହିଁ। କିନ୍ତୁ ଜଣେ ମୁସଲମାନ ଲୋକ ନିଜର ବେପରୁଆ ଗାଡି ଚଳାଇ ଦୁର୍ଘଟଣାରେ ମୃତ୍ୟୁ ହେବାରୁ ତା ପରିବାର କୁ ସେହି କଙ୍ଗ୍ରେସ୍ ସରକାର ୫୦ ଲକ୍ଷ ଟଙ୍କାର ଚେକ୍ ତୁରନ୍ତ ଦିଆ ଗଲା । ଏହାର କାରଣ ହେଲା, ନିର୍ବାଚନ କୁ ଆଖିରେ ରଖି ସରକାର ନିଜ ସରକାରୀ ପାୱାର ରେ କେମିତି ପାତର ଅନ୍ତର ହେଉଛି ତାହା ହିନ୍ଦୁ ଲୋକ ବୁଝି ପାରୁଥିବେ।“

Facebook | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୩୦ ଜୁନ୍ ୨୦୨୨ ରେ କନ୍ହୟା ଲାଲଙ୍କ ହତ୍ୟା ପରେ ରାଜସ୍ଥାନ ସରକାରର ଗୋଟିଏ ବିଜ୍ଞପ୍ତି ପ୍ରକାଶିତ ହେଇଥିବା ମିଳିଲା।
ଏଥିରେ ଉଲ୍ଲେଖ କରାଯାଇଛି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍ ସ୍ୱର୍ଗତ କନ୍ହୟା ଲାଲଙ୍କ ଘରକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ, ସେ ତାଙ୍କ ପରିବାରକୁ ଭେଟି ସେମାନଙ୍କୁ ଶୀଘ୍ର ନ୍ୟାୟ ଏବଂ ଦୋଷୀମାନଙ୍କୁ କଠୋର ଦଣ୍ଡର ଆଶ୍ୱାସନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୃହମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଯାଦବ କନ୍ହୟା ଲାଲଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

୩୦ ଜୁନ୍ ୨୦୨୨ ରେ, ଦି ଫ୍ରି ପ୍ରେସ୍ ଜର୍ଣ୍ଣାଲ୍ ରିପୋର୍ଟ କରିଛି ଯେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍ ମୃତ କନ୍ହୟା ଲାଲଙ୍କ ପରିବାରକୁ ଭେଟି କିଛି ସମୟ ସେମାନଙ୍କ ସହିତ ରହିଲେ। ସେ କନ୍ହୟା ଲାଲଙ୍କ ପତ୍ନୀ ଏବଂ ପୁଅଙ୍କୁ ଭେଟି ସରକାରଙ୍କ ଠାରୁ ୫୦ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ସେ ମୃତକଙ୍କ ପୁଅକୁ ସରକାରୀ ଚାକିରି ଦେବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି। କନ୍ହୟା ଲାଲଙ୍କ ହତ୍ୟା ମାମଲାରେ ଫାଷ୍ଟ-ଟ୍ରାକ ଯାଞ୍ଚ ଏବଂ ଏକ ମାସ ମଧ୍ୟରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ସେ ଦାବି କରିଥିଲେ।
ନବଭାରତ ଟାଇମ୍ସ ନିଜର ୟୁଟ୍ୟୁବ ଚ୍ୟାନେଲରେ ରିପୋର୍ଟ କରିଛି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ୍ ମୃତକ କନ୍ହୟା ଲାଲଙ୍କ ଘରକୁ ଯାଇଥିଲେ। ସେ ପୀଡିତଙ୍କ ପରିବାରକୁ ୫୧ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ ଏବଂ କନ୍ହୟା ଲାଲଙ୍କ ଉଭୟ ପୁଅଙ୍କୁ ସରକାରୀ ଚାକିରି ଘୋଷଣା କରିଥିଲେ।
ରାଜସ୍ଥାନର ସୂଚନା ଏବଂ ଜନସମ୍ପର୍କ ବିଭାଗ ନିଜ ଅଫିସିଆଲ ଟୁଇଟର ହେଣ୍ଡେଲରେ ଗୋଟିଏ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ଯେ ବର୍ତ୍ତମାନ ସୋସିଆଲ ମିଡିଆରେ କନ୍ହୟା ଲାଲଙ୍କ ମୃତ୍ୟୁ ପରେ ତାଙ୍କ ପାରିବାରକୁ କେବଳ ୫ ଲକ୍ଷ କ୍ଷତିପୂର୍ଣ୍ଣ ଟଙ୍କା ଦିଆ ଯାଇଥିବା ଦାବି ମିଥ୍ୟା ଅଟେ। ରାଜସ୍ଥାନ ସରକାର ଦ୍ଵାରା କନ୍ହୟା ଲାଲଙ୍କ ପାରିବାରକୁ ୫୦ ଲକ୍ଷ ଟଙ୍କା ଦିଆ ଯାଇଥିଲା।
ନିକଟରେ ଘଟିଥିବା ଘଟଣା କ’ଣ?
ଏକ ରିପୋର୍ଟ ଅନୁଯାୟୀ, ରାଜସ୍ଥାନର ଜୟପୁରରେ ଦୁଇ ଜଣ ବାଇକ ଚାଳକଙ୍କ ପରସ୍ପର ସହିତ ଦୁର୍ଘଟଣା ହେବା ପରେ ଝଗଡା ହୋଇଥିଲା। ଏହି ଅଞ୍ଚଳର ବାସିନ୍ଦାମାନେ ଝଗଡା ବନ୍ଦ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ପୀଡିତ ଯୁବକ ସେମାନଙ୍କ ସହ ମଧ୍ୟ ଯୁଦ୍ଧ ଆରମ୍ଭ କରିଥିଲେ ଏବଂ ବାଇକ୍ରେ ଥିବା ଅନ୍ୟ ବ୍ୟକ୍ତି ସେହି ସ୍ଥାନରୁ ପଳାଇ ଯାଇଥିଲେ। ଏହି ଝଗଡାରେ ୧୮ ବର୍ଷୀୟ ଇକବାଲ ନିଜ ପ୍ରାଣ ହରାଇଥିଲେ। ପୋଲିସ ଏବଂ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଘଟଣାସ୍ଥଳରେ ପହଞ୍ଚିଥିଲେ। ପୀଡିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା, ଦୁଗ୍ଧ ବୁଥ ଏବଂ ଚୁକ୍ତିଭିତ୍ତିକ ଚାକିରି ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। କନ୍ହୟା ଲାଲଙ୍କ ମୃତ୍ୟୁ ପରେ ରାଜସ୍ଥାନ ସରକାର ତାଙ୍କ ପାରିବାରକୁ ୫୦ ଲକ୍ଷ ଟଙ୍କା ଦେଇଛନ୍ତି। କନ୍ହୟା ଲାଲଙ୍କ ପାରିବାରକୁ ୫ ଲକ୍ଷ ଟଙ୍କା ମିଳିଥିବା ଦାବି ମିଥ୍ୟା ଅଟେ।

Title:କ’ଣ ଅଶୋକ ଗେହଲତ ସରକାର, କନ୍ହୟା ଲାଲଙ୍କ ହତ୍ୟା ପରେ ତାଙ୍କ ପରିବାରକୁ କ୍ଷତିପୂରଣ ହିସାବରେ ମାତ୍ର ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି?
Written By: Siddharth SahuResult: False
