ବର୍ତ୍ତମାନ ସୋସିଆଲ ମିଡିଆରେ ସୋନିଆ ଗାନ୍ଧୀଙ୍କ ଗୋଟିଏ ଫୋଟୋ ଭାଇରାଲ ହେବା ରେ ଲାଗିଛି ଯେଉଁଥିରେ ସେ ଭଗବାନ ରାମଙ୍କ ଭେଷରେ ଥିବା ଜଣେ ବ୍ୟକ୍ତିଙ୍କୁ ଟିଲକ ଲଗାଉଛନ୍ତି। ଦାବି କରା ଯାଉଛି ଯେ ରାମ ମନ୍ଦିର ନିର୍ମାଣ ହେବା କାର୍ଯ୍ୟ ଦେଖି ସୋନିଆ ଗାନ୍ଧୀ ମଧ୍ୟ ଏପରି କରିବାକୁ ବାଧ୍ୟ ହେଇଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ଏବଂ ଭ୍ରମାତ୍ମକ ବୋଲି ପାଇଲା। ଏହା ଗୋଟିଏ ପୁରୁଣା ଫୋଟୋ ଏବଂ ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ଏପରି କରୁ ନାହାଁନ୍ତି।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ “ଶ୍ରୀ ରାମଙ୍କ ମନ୍ଦିର କରାଇ ନଦେବାକୁ ପୁରା ୨୦ ଓକିଲ ଦେଇଥିବା ଲୋକ ଆଜି ଶ୍ରୀ ରାମଙ୍କୁ ତିଳକ ଲଗାଇବାକୁ ବାଧ୍ୟ ହୋଇ ପଡ଼ିଛି। ଆଉ କେତେ ଅଛେ ଦିନ ଦରକାର୍?

Facebook | Archive

ସମାନ ପୋଷ୍ଟ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ମଧ୍ୟ ଭାଇରାଲ ହେଉଥିବା ଦେଖି ପାରିବେ।

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଏହା ସୋନିଆ ଗାନ୍ଧୀଙ୍କ ଗୋଟିଏ ପୁରୁଣା ଫୋଟୋ। ୨୦୧୮ ମସିହାରେ କଂଗ୍ରେସ ଦଳର ଟୁଇଟର ହେଣ୍ଡେଲରେ ସମାନ ଫୋଟୋ ପୋଷ୍ଟ ହେଇଥିବା ମିଳିଲା।

ଟୁଇଟରେ ଉଲ୍ଲେଖ କରା ଯାଇଛି ଯେ ଦଶହରା ପୂଜା ଅବସରରେ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ ସିଂ ଧାର୍ମିକ ରାମଳୀଳା କମିଟିରେ ଯୋଗଦାନ ଦେଇଥିଳୀ। ନିମ୍ନରେ ଆପଣ ମାନେ ସେହି ଟୁଇଟ ଦେଖି ପାରିବେ।

୧୯ ଅକ୍ଟୋବର ୨୦୧୮ ମସିହାର ଏନଡ଼ିଟିଭି ରିପୋର୍ଟ ଅନୁଯାୟୀ, ୨୦୧୮ ମସିହାର ଦଶହରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ରାମଲୀଳା ମଇଦାନ୍ ରେ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ମନମୋହନ ସିଂ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଏବଂ ଉତ୍ସବ ପାଳନରେ ଯୋଗ ଦେଇଥିଲେ। ସେମାନେ ରାବଣ, ମେଘନାଦ ଏବଂ କୁମ୍ଭକର୍ଣ୍ଣକୁ ତୀର ମାରି ନିଆ ଲଗାଇଥିଲେ। ସେମାନେ ରାମ, ସୀତା ଏବଂ ଲକ୍ଷ୍ମଣଙ୍କ ଭୂମିକା ଅଭିନୟ କରୁଥିବା ଅଂଶଗ୍ରହଣକାରୀଙ୍କୁ ତିଲକ ଲଗେଇଥିଲେ।

ଅଧିକ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ପ୍ରଥମ ଥର ପାଇଁ ନୁହେଁ ଯେବେ ସୋନିଆ ଗାନ୍ଧୀ ଦଶହରା ରେ ଯୋଗଦାନ ଦେଇଥିଲେ। ଗେଟି ଇମେଜେସ୍ ୱେବସାଇଟରେ ୨୦୦୬ ଆମକୁ ସୋନିଆ ଗାନ୍ଧୀଙ୍କୁ ରାମ ଏବଂ ଲକ୍ଷ୍ମଣଙ୍କ ଭୂମିକାରେ ଅଂଶଗ୍ରହଣ କରିଥିବା ଅଭିନେତାଙ୍କ ଆଳତି କରୁଥିବାର ଫୋଟୋ ମିଳିଲା। ଏହା ୨୦୦୬ ମସିହାର ଫୋଟୋ ଅଟେ ଯେତେବେଳେ ଅଜୋଧ୍ୟା ରାମ ମନ୍ଦିର ବିବାଦ ସମାଧାନ ହୋଇନଥିଲା ଏବଂ କେନ୍ଦ୍ରରେ କଂଗ୍ରେସର ସରକାର ଥିଲା।

୨୦୦୭ ମସିହାରେ ମୁମ୍ବଇ ମିରର ୱେବସାଇଟରେ ମଧ୍ୟ ସୋନିଆ ଗାନ୍ଧୀଙ୍କୁ ରାମ ଏବଂ ଲକ୍ଷ୍ମଣଙ୍କର ଆଳତି କରୁଥିବା ଫୋଟୋ ପ୍ରକାଶିତ ହେଇଥିଲା। ୨୦୧୦ ରେ ମଧ୍ୟ ଏପରି ଏକ ଫୋଟୋ ଗେଟି ଇମେଜେସ୍ ୱେବସାଇଟରେ ଅପ୍ଲୋଡ ହେଇଥିଲା।

2010 2016

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ୨୦୧୮ ମସିହାର ଅଟେ। ସୋନିଆ ଗାନ୍ଧୀ ଏହା ପୂର୍ବରୁ ମଧ୍ୟ ଅନେକ ଥର ଦଶହରା ସମୟରେ ରାମ ଲକ୍ଷ୍ମଣନାକ ପୂଜା ଏବଂ ଲଟି କରୁଥିବା ରିପୋର୍ଟ ମଧ୍ୟ ଉପଲବ୍ଧ ଅଛି।

Avatar

Title:କ’ଣ ରାମ ମନ୍ଦିର ନିର୍ମାଣର ବିରୋଧ କରୁଥିବା ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ଭଗବାନ ରାମଙ୍କ ଭେଷ ହେଇଥିବା ଲୋକକୁ ତିଳକ ଲଗାଉଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu

Result: Misleading