
ପୂର୍ବତନ କ୍ରିକେଟ୍ ଖେଳାଳି କପିଲ ଦେବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ତାଙ୍କ ମୂହରେ କପଡ଼ା ବାନ୍ଧି ଏବଂ ହାତକୁ ମଧ୍ୟ ବାନ୍ଧି ଅପହରଣ କରୁଛନ୍ତି। ଭିଭିନ୍ନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି ଏବଂ ଦାବି କରା ଯାଉଛି ଯେ କପିଲ ଦେବଙ୍କ ଅପହରଣ ହୋଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ପ୍ରକୃତ ଘଟଣା ନୁହେଁ ବରଂ କ୍ରିକେଟ୍ ବିଶ୍ଵ କପର ଗୋଟିଏ ବିଜ୍ଞାପନର ଭିଡିଓ ଅଟେ।
କ’ଣ ଦାବି କରା ଯାଉଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, “ଅପହରଣ ହେଲେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ କପିଲ ଦେବ l”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ସର୍ବପ୍ରଥମେ ଭାରତର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ଟୁଇଟ କରିଛନ୍ତି। ସେ ତାଙ୍କ ତ୍ୱ୍ବେତରେ ଲେଖିଛନ୍ତି, “ଅନ୍ୟ କେହି ଏହି ଭିଡିଓ ଦେଖିବାକୁ ପାଇଛନ୍ତି କି? ଆଶା କରୁଛି ଯେ ଏହି ଲୋକ ପ୍ରକୂଟରେ କପିଲ ଦେବ୍ ନୁହଁନ୍ତି ଏବଂ ସେ ସୁରକ୍ଷିତ ଅଛନ୍ତି।”
ଏହି ଟୁଇଟ ପରେ କପିଲ ଦେବଙ୍କ ଅପଘରଣ ହେଉଥିବା ଦାବି ସହିତ ଭିଡିଓ ଭାଇରାଲ ହେବା ଆରମ୍ଭ ହେଇଥିଲା। ଗୌତମ ଗମ୍ଭୀରଙ୍କ ଏହି ଟୁଇଟ ପରେ ବିଭିନ୍ନ ଲୋକମାନେ ପ୍ରତିକ୍ରିୟା ଦେଇ କମେଣ୍ଟ୍ କରିଛନ୍ତି ଯେ ଏହା ଗୋଟିଏ ବିଜ୍ଞାପନର ଭିଡିଓ ଅଟେ। ଏହା ପୂର୍ବରୁ ମଧ୍ୟ ଏପରି ଅନେକ ବିଜ୍ଞାପନ ସାମନାକୁ ଆସିଥିଲା ଯେଉଁଥିରେ ସୌରବ ଗାଙ୍ଗୁଲି, ବଲିୱୁଡ ଅଭିନେତ୍ରୀ କାଜୋଲଙ୍କୁ ଦେଖିବାକୁ ମିଳିଥିଲା।
ଭାଇରାଲ ଭିଡିଓ ସମ୍ବନ୍ଧୀୟ ଆମକୁ ଜି ନ୍ଯୁଜ ୱେବସାଇଟରେ ଏକ ଖବର ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, କପିଲ ଦେବଙ୍କ ଅପହରଣର ଭିଡିଓ ICC କ୍ରିକେଟ୍ ବିଶ୍ଵ କପ୍ ୨୦୨୩ ର ଏକ ବିଘଯାପନ ଅଟେ ଯାହା ଡିଷ୍ଣି ପ୍ଲସ୍ ହଟଷ୍ଟାର ଦ୍ଵାରା ନିର୍ମିତ। ଡିଷ୍ଣି ପ୍ଲସ୍ ହଟଷ୍ଟାର ମଧ୍ୟ ଏହି ଭିଡିଓକୁ ନିଜ ଅଫିସିଆଲ ଟୁଇଟର ହେଣ୍ଡେଲ ରେ ଟୁଇଟ କରିଛି।
ଡିଷ୍ଣି ପ୍ଲସ୍ ହଟଷ୍ଟାର ଟୁଇଟରେ ଲେଖିଛି, “କପିଲ ଦେବଙ୍କୁ ଅପହରଣ କରିବା ଆବଶ୍ୟକ କ’ଣ? ଡିଷ୍ଣି ପ୍ଲସ୍ ହଟଷ୍ଟାର ଆପଣଙ୍କ ସହିତ ଅଛି। ICC କ୍ରିକେଟ୍ ବିଶ୍ଵ କପ୍ ପୁରା ମାଗଣାରେ ମୋବାଇଲ୍ ରେ ଦେଖନ୍ତୁ। ଡାଟା ସେଭର ସହିତ।”
ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ କପିଲ ଦେବଙ୍କ ଅପହରଣ ହେଉଥିବା ମିଥ୍ୟା ଦାବି ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। କପିଲ ଦେବଙ୍କ ଅପହରଣ ହେବା ଭିଡିଓ ICC କ୍ରିକେଟ୍ ବିଶ୍ଵ କପ୍ ୨୦୨୩ ପାଇଁ ନିର୍ମିତ ଗୋଟିଏ ବିଜ୍ଞାପନର ଅଂଶ ଅଟେ ଯାହାକୁ ସତ୍ୟ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ପ୍ରକୃତରେ ପୂର୍ବତନ କ୍ରିକେଟ୍ ଖେଳାଳି କପିଲ ଦେବଙ୍କ ଅପହରଣ ହେଇଛି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
