
ବିଗତ କିଛି ଦିନ ପୂର୍ବରୁ ପାଲେଷ୍ଟାଇନର ହମାସ୍ ଆତଙ୍କବାଦୀ ମାନେ ଦକ୍ଷିଣ ଇସ୍ରାଏଲ୍ ରେ ପ୍ରବେଶ କରି ସେଠାର ବାସିନ୍ଦା ଏବଂ ସେନା ଯବାନଙ୍କ ହତ୍ୟା କରିଥିବା ଖବର ସାମନାକୁ ଆସିଛି। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ସେମାନେ କିଛି ଇସ୍ରାଏଲ୍ ଲୋକଙ୍କୁ ବନ୍ଦୀ କରି ନେଇଛନ୍ତି। ଏହାର ପ୍ରତିକ୍ରିୟାରେ ଇସ୍ରାଏଲ୍ ହମାସ୍ ଠିକଣା ଉପରେ କ୍ଷେପଣାସ୍ତ୍ର ରେ ଆକ୍ରମଣ କରିଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମସଜିଦର ଧ୍ଵଂଶ ହେବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ପାଲେଷ୍ଟାଇନର ଗାଜା ରେ ଥିବା ଅଲ-ଅମୀନ ମହମ୍ମଦ ମସଜିଦ ଅଟେ ଯାହା ଇସ୍ରାଏଲ୍ ଆକ୍ରମଣରେ ଧ୍ଵଂଶ ହେଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ସିରିୟା ଦେଶର ଭିଡିଓ ୭ ବର୍ଷ ପୁରୁଣା ଭିଡିଓ ଅଟେ ଯାହାର ବର୍ତ୍ତମାନ ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଚାଲୁଥିବା ଯୁଧ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଉଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ପାଲେଷ୍ଟାଇନ ଗାଜା ରେ ଥିବା ଅଲ-ଅମୀନ ମହମ୍ମଦ ମସଜିଦ ଇସ୍ରାଏଲ ବାୟୁସେନା ଦ୍ବାରା ଧ୍ବଂସ ହେବାର ଫୁଟେଜ୍।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ସମାନ ମସଜିଦ/ଷିକ୍ଷେତ୍ରର ଫୋଟୋ ଗୋଟିଏ ୱେବସାଇଟରେ ୨୦୧୪ ମସିହାରେ ପ୍ରକାଶିତ ହେଇଥିବା ପାଇଲୁ। ସୂଚନା ଅନୁଯାୟୀ, ଏହା ଓୱେଇସ୍ କରାଣୀ ଶ୍ରୀକ୍ଷେତର ଫୋଟୋ ଅଟେ ଯାହାକୁ ତୁର୍କୀ ଦେଶ ସାହାଯ୍ୟରେ ଆତଙ୍କବାଦୀ ମାନେ ଧ୍ଵଂଶ କରିଥିଲେ।

ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ୮ ଜୁନ୍ ୨୦୧୪ ମସିହାରେ ଗୋଟିଏ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓ ସହିତ ସୂଚନା ଦିଆ ଯାଇଛି ଯେ ଏହା ଓୱେଇସ୍ ଅଲ୍ କରାଣୀ ମସଜିଦ ଅଟେ ଯାହା ISIS ଧ୍ଵଂଶ କରିଛି।
ଏହା ପରେ ଆମେ ଗୁଗୁଲ ମ୍ୟାପ୍ ସାହାଯ୍ୟରେ ଏହି ମସଜିଦ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଓୱେଇସ୍ କରାଣୀ ମସଜିଦ ସିରିୟା ଦେଶରେ ଅବସ୍ଥିତ ଥିଲା। ନିମ୍ନରେ ଆପଣ ମାନେ ତାହା ଦେଖି ପାରିବେ।

ବାସ୍ତବରେ, ସେହି ସମୟରେ ଏପରି ଅନେକ ଭିଡିଓ ଥିଲା ଯେଉଁଥିରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନେ ଇରାକ ଏବଂ ସିରିଆର ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ ସ୍ଥାନଗୁଡିକ ଭାଙ୍ଗି କିମ୍ବା ନଷ୍ଟ କରୁଥିବା ଦେଖାଯାଇଥିଲା। ମିଣ୍ଟ୍ ଏହି ବିଷୟରେ ଏକ ୟୁଟ୍ୟୁବ୍ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛି ଯେଉଁଥିରେ ଏହି ଭିଡିଓ ମଧ୍ୟ ଉପସ୍ଥିତ ଅଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ସିରିୟା ଦେଶରେ ଆତଙ୍କବାଦୀଙ୍କ ଦ୍ଵାରା ଧ୍ଵଂଶ କରା ଯାଇଥିବା ଗୋଟିଏ ମସଜିଦର ଭିଡିଓ ଅଟେ। ଏହାର ଇସ୍ରାଏଲ୍ କିମ୍ବା ହମାସ୍ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଏହା ଇସ୍ରାଏଲ୍ ଆକ୍ରମଣ ସମୟରେ ପାଲେଷ୍ଟାଇନର ଗାଜା ରେ ଥିବା ଅଲ-ଅମୀନ ମହମ୍ମଦ ମସଜିଦ ଧ୍ଵଂଶ ହେବାର ଭିଡିଓ ଅଟେ?
Written By: Siddharth SahuResult: False
