
୨୨ ସେପ୍ଟେମ୍ବର ରେ ଜେନ ଫେସବୁକ ୟୁଜର ନବୀନ ପଟନାୟକ ଫ୍ୟାନ କ୍ଲବ ନାମକ ଗ୍ରୁପରେ ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ବିଶ୍ବ ପ୍ରସିଦ୍ଧ ଫେସନ ମଡେଲ ଡିଜାଇନର,ବ୍ଲଗର ଓ ଲେଖକ କିର୍ଜିଦା ରୋଡିଗ୍ଜ କ୍ୟାନସରରେ ମୃତ୍ୟୁବରଣ କରିବା ପୂର୍ବରୁ ଲେଖିଥିବା ନୋଟ୍
1.ଦୁନିଆର ସବୁଠାରୁ ମହଙ୍ଗା କାର ମୋ ଗ୍ୟାରେତରେ ଛିଡା ହେଇଛି , ଆଉ ମୁଁ ହୁଇଲ ଚେୟାର ଉପରେ
2. ମୋ ଘରେ ଦାମି ଓ ନାମୀ ଡିଜାଇନର ଦ୍ବାରା ପ୍ରସ୍ତୁତ ଡ୍ରେସ ଅଛି କିନ୍ତୁ ଏଠି ମୁଁ ହସ୍ପିଟାଲ ଗାଉନରେ
3. ଢେର ବ୍ୟାଙ୍କ ବାଲାନ୍ସ ଅଛି କିନ୍ତୁ କୋଉ କାମରେ ଆସିବ?
4. ମୋ ଘର ଗୋଟିଏ ମହଲ ଭଳି କିନ୍ତୁ ମୁଁ ଏବେ ଗୋଟେ କ୍ୟାବିନରେ
5. ମୁଁ ଗୋଟିଏ 5ଷ୍ଟାର ହୋଟେଲରୁ ଆଉ ଗୋଟେ 5ଷ୍ଟାର ହୋଟେଲକୁ ଯାଉଥିଲି ,ଏବେ ଗୋଟେ ଟେଷ୍ଟିଂ ଲାବରୁ ଆଉ ଗୋଟେକୁ
6. ମୁଁ ହଜାର ହଜାର ଲୋକଙ୍କୁ ଅଟୋଗ୍ରାଫ ଦେଇଛି,ଆଜି ଡାକ୍ତର ପ୍ରେସକ୍ରିପସନ ମୋ ପାଇଁ ଅଟୋଗ୍ରାଫ
6.ମୋ କେଶସଜା ପାଇଁ ମୋ ପାଖରେ 7 ଜଣ ବ୍ୟୁଟିସିୟାନ ଥିଲେ,ଆଜି ମୋ ମୁଣ୍ଡରେ ବାଳ ହିଁ ନାହିଁ
6.ପ୍ରାଇଭେଟ୍ ଜେଟରେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନ କୁ ଉଡୁଥିଲି ଏବେ ପାଦେ ଯିବାପାଇଁ ଦୁଇଜଣଙ୍କ ସାହାଯ୍ୟ ଦରକାର
9. ଦୁନିଆର ସବୁଖାଦ୍ୟ ଚାଖିଥିଲି ଏବେ ଦିନରେ ଦିଟା ଟାବଲେଟ୍,କେମିଓଥେରାପି
ଏ ଘର,ମହଲ,ଜେଟ୍ କିଛି ମତେ ଖୁସି ଦେଉନି
ଦେଉଛି କେବଳ ମୋତେ ଭଲ ପାଉଥିବା ଲୋକଙ୍କ ଚେହେରା, ସେମାନେ ଯୋଉମାନଙ୍କୁ ଦିନେ ମୁଁ କିଛି ଭାବୁନଥିଲି ଏବେ ଯେତେବେଳେ ମୋ ଆଖି ଆଗକୁ ଆସନ୍ତି ସେମାନେ କାନ୍ଦନ୍ତି କିନ୍ତୁ ମୁଁ ଖୁସି ହୁଏ
କାରଣ….
ଏବେ ବୁଝୁଛି ମୋର ସବୁ ଦୁର୍ବଳତା ସତ୍ଵେ ସେମାନେ ମୋତେ କେତେ ଭଲ ପାଉଥିଲେ

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୧୮ ଅକ୍ଟୋବର ୨୦୧୭ ମସିହାରେ ଗୋଟିଏ ବ୍ଲଗ ମିଳିଲା ଯେଉଁଥିରେ ଲେଖା ଯାଇଅଛି ଯେ ମୁ ନିଜ କୁ ସବୁଠାରୁ ଖରାପ ଅବସ୍ତା ପାଇଁ ପ୍ରସ୍ତୁତ କରୁଛି କିନ୍ତୁ ସୁସ୍ଥ ହେବା ପାଇଁ ମଧ୍ୟ ଆଶା ରଖିଛି। କର୍କଟ ରୋଗର ଚିକିତ୍ସା ସମୟରେ ମୋର କେଶ ଏବଂ ଶରୀର ର କଣ ହେବ ସେହା ମୁ ଜାଣିଛି।

ଏହା ପରେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି କାୟରଜାଏଦା ରଡରିଗେଜଙ୍କ ଇଶୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ପ୍ପାରେ ଦେଖିବାକୁ ପାଇଲୁ ଯେ କାୟରଜାଏଦା ରଡରିଗେଜଙ୍କ ବାସ୍ତବ ଫୋଟୋ ପୋଷ୍ଟ କରା ଯାଇଥିବା ଫୋଟୋଠାରୁ ସମ୍ପୂର୍ଣ ଭାବେ ଭିନ୍ନ ଅଟେ। ଆମକୁ କାୟରଜାଏଦା ରଡରିଗେଜଙ୍କ ଇଂଷ୍ଟାଗ୍ରାମ ଏକାଉଣ୍ଟ ମଧ୍ୟ ମିଳିଲା। ଏଆଙ୍କ ଇଂଷ୍ଟାଗ୍ରାମ ଏକାଉଣ୍ଟରେ ଯାଇ ଆମକୁ ଜଣା ପଡ଼ିଲା ଯେ ସେ ଜେନ ଫେଶନ ଡିଜାଣିର ଅଟନ୍ତି।

ଗୁଗୁଲର ମୁଖ୍ୟଶବ୍ଦ ବ୍ୟବହାର କରି ଆମେ କାୟରଜାଏଦା ରଡରିଗେଜଙ୍କ ସେଶ କଥା କହିଥିବା ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ପୋଷ୍ଟରେ ତାଙ୍କ ସେଶ କଥା ଦାବି ବିଷୟରେ କୌଣସି ସୂଚନା ମିଳିଲା ନାହିଁ। ତାଙ୍କ ଇଂଷ୍ଟାଗ୍ରାମ ଫୋଟୋରେ ମଧ୍ୟ ଦାବି କରା ଯାଇଥିବା ଶେଷ କଥା ବିଷୟରେ କେଉଁଠାରେ ମଧ୍ୟ ଉଲ୍ଲେଖ ହେଇ ନାହିଁ। କିନ୍ତୁ ଷ୍ଟାଣ୍ଡାର୍ଡ ମିଡିଆ ନାମକ ୱେବସାଇଟରେ କାୟରଜାଏଦା ରଡରିଗେଜଙ୍କ ବିଷୟରେ ଲେଖା ହେଇଥିବା ମିଳିଲା। ଏହି ଅନୁଛେଦରେ ଲେଖା ଯାଇଅଛି ଯେ ୧୦ ମାସ କର୍କଟ ରୋଗ ସହିତ ଲଢିଲା ପରେ ନିଜ ଜୀବନ ହରାଇଛନ୍ତି। ୪୦ ବର୍ଷ ବୟସ ଥିବା କାୟରଜାଏଦାଙ୍କୁ ଗତ ବର୍ଷ ନଭେମ୍ବରରେ ଚତୁର୍ଥ ସ୍ତର କର୍କଟ ରୋଗ ହେଇଥିଲା। ସେ ନିଜ ଚିକିତ୍ସା ବିଷୟରେ ସଦାବେଳେ ପୋଷ୍ଟ କରୁଥିଲେ। ତାଙ୍କ ଗୋଟିଏ ପୋଷ୍ଟରେ ସେ ଲେଖିଥିଲେ ଯେ ଯେଉଁ ପରି ଚିକିତ୍ସା ତାଙ୍କୁ ସୁସ୍ତ କରିବା ବୋଲି ସେ ଭାବି ଥିଲେ ସେ ପରି ହେଉନଥିବାରୁ ସେ ଚିକିଟା ବନ୍ଦ କରିବା ନିର୍ଣଯ ନେଇଛନ୍ତି। ସେ ନିଜ ସେଶ ଜୀବନ ତାଙ୍କ ପରିବାର ଏବଂ ସାଙ୍ଗ ସାଥି ମାନଙ୍କ ସହିତ ରହିବା ପାଇଁ ଚହୁଁଛନ୍ତି ବୋଲି ଲେଖି ଥିଲେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଫୋଟୋ ରେ ଥିବା ମହିଳାଙ୍କୁ ୨୦୧୭ ମସିହାରୁ କର୍କଟ ରୋଗ ହେଇଥିଲା, କିନ୍ତୁ କାୟରଜାଏଦା ରଡରିଗେଜଙ୍କୁ ନଭେମ୍ବର ୨୦୧୯ ମସିହାରେ କର୍କଟ ରୋଗ ହେଇଥିବା ପ୍ରମାଣ ମିଳିଛି। ପୋଷ୍ଟ କରା ଯାଇଥିବା ଫୋଟୋ କାୟରଜାଏଦା ରଡରିଗେଜଙ୍କ ହେଇଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Title:କ’ଣ ଫୋଟୋରେ ଥିବା ମହିଳା ବିଶ୍ଵ ପ୍ରସିଦ୍ଧ ଫେଶନ ଡିଜାଇନର କାୟରଜାଏଦା ରଡରିଗେଜ ଅଟନ୍ତି। ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False