
୨୮ ଫେବ୍ରୁଆରିରେ ଜୟ ପରସୁରାମ ନାମକ ଜଣେ ଫ୍କେବୂକ ୟୁଜର ପଏଣ୍ଟ ଜିରୋ ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଏହା ଲେଖିଛନ୍ତି ଯେ ମୁସଲିମ ଦଙ୍ଗାକାରୀ ହଜାର ହଜାର ସଂଖ୍ୟାରେ ଆସି ଭିଷମ ଶର୍ମାଙ୍କ ସ୍କୁଲ, ଗାଡି, ଘର ସବୁ ଜାଳି ଦେଲେ । ନିଜେ ବି ପରିବାର ସହ ଜୀବନ ବଞ୍ଚାଇ ଖସିଗଲେ । ଆଉ ସେ ଓ ତାଙ୍କର ସ୍ତ୍ରୀ ସବୁ ହରାଇ କାନ୍ଦି ବୁଲୁଛନ୍ତି । ବିଡମ୍ବନାର ବିଷୟ ମୁସଲିମମାନେ ଦେଖିଲେନି ଯେ ସେ ତାଙ୍କର ସେହି ପୂର୍ବତନ କଂଗ୍ରେସ ବିଧାୟକ ଯାହାକୁ ସେ ଦିନେ ଭୋଟ୍ ଦେଉଥିଲେ । ଆଉ ସେ ବି ପ୍ରତିବଦଳରେ ତାଙ୍କର ତୁଷ୍ଟିକରଣ କରୁଥିଲେ । ଏବେ ପ୍ରତ୍ୟେକ ବିଜେପି ବିରୋଧୀ ଦଳ ଓ ନେତା ହିନ୍ଦୁ ଓ ଅର ଏସ୍ ଏସ୍ କୁ ଗାଳି କରନ୍ତି । ଆଉ ମୁସଲିମଙ୍କୁ ଘଣ୍ଟ ଘୋଡାନ୍ତି । ସେମାନଙ୍କ କର୍ମୀ ବି ବହୁ ଆଗରେ ଆର.ଏସ୍.ଏସ୍ କୁ ବଦନାମ କରିବାରେ । ଦଳିତ ଭିମ୍ ଆର୍ମୀ ବି ମିମ୍ ଭାଇ ସାଜିଥିଲେ । କିନ୍ତୁ ମୁସଲିମ ଦଙ୍ଗାକାରୀ ଦିଲ୍ଲୀ ଦଙ୍ଗାରେ ନା କଂଗ୍ରେସ, ନା ଆପ ନା ଦଳିତ ଭାଇକୁ ଦେଖିଲେ… ସମସ୍ତଙ୍କୁ ବାସ୍ ହିନ୍ଦୁ ହିସାବରେ ହିସାବ ନେଲେ। ମାଗଣାଖିଆ ଦିଲ୍ଳୀର ହିନ୍ଦୁ ବି ଆଜି ମରୁଛନ୍ତି ଆଉ କାନ୍ଦୁଛନ୍ତି । ଦେଶ ସୁରକ୍ଷିତ ନ ରହିଲେ, ନା ତୁମେ ସୁରକ୍ଷିତ ରହିବ, ନା ପରିବାର, ନା ତୁମ ଅର୍ଜିତ ସମ୍ପତ୍ତି । ଦିଲ୍ଳୀର ହିନ୍ଦୁ ଆଜି ମୁସଲିମ ବହୁଳ ସ୍ଥାନରୁ କାଶ୍ମୀର ପଣ୍ଡିତଙ୍କ ଭଳି ଘରଦ୍ବାର ଛାଡି ପଳାୟନ କରୁଛନ୍ତି।
ଏହି ପୋଷ୍ଟଟି ଟୁଇଟରରେ ମଧ୍ୟ ଭାଇରାଲ କରା ଯାଇଅଛି।
कांग्रेसी भीष्म शर्मा दिल्ली के पूर्व विधायक हैं कांगेस से, ये स्कूल चलाते हैं, वोट बैंक के चलते सेकुलर थे, दाल दलिये के चक्कर में कांगेस पार्टी में थे कि कभी तो लहर आयेगी बेड़ा पार कर देगी, अब देखिये सेकुलर संरक्षित वोट बैंक ने भाईचारा निभाया व इनके स्कूल को दंगों में जला दिया pic.twitter.com/7eLcPqW3bZ
— Pushpendra Kulshrestha (@PushpendraKuls4) February 28, 2020
ଆମ ଅନୁସନ୍ଧାନ:
ଫୋଟୋ ୧:
ଆମ ଅନୁସନ୍ଧାନରେ ଆମେ ପୋଷ୍ଟ କରା ଯାଇଥିବା ପ୍ରଥମ ଫୋଟୋର ରିଭର୍ସ ଇମେଜ ସର୍ଚ କରି ଦେଖିଲୁ। ଏହା ସ୍ସର୍ଚ କରିଲା ପରେ ଆମକୁ ଦି. ହିନ୍ଦୁ ପତ୍ରିକାରେ ଛାପି ଥିବା ଗୋଟିଏ ଅନୁଛେଦମିଳିଲା। ଦି. ହିନ୍ଦୁ ପତ୍ରିକା ଅନୁସାରେ ଫୋଟୋରେ ଥିବା ବ୍ୟକ୍ତି ଭିଷମ ଶର୍ମା ନୁହନ୍ତି। ଏହି ବ୍ୟକ୍ତିଙ୍କ ନାମ ମନୋଜ କୁଲାନି ଓ ସେ ରାଜଧାନୀ ପବ୍ଲିକ ସିନିୟର ସେକେଣ୍ଡାରୀ ବିଦ୍ୟାଳୟର କେୟାରଟେକର। ସେ ନିଜ ସ୍ତ୍ରୀ, ୧୦ ବର୍ଷ ଝିଅ ଓ ୮ ବର୍ଷ ପୁଅ ସହିତ ଦିଲ୍ଲୀରେ ଚାଲି ଥିବା ଦଙ୍ଗା ସମୟରେ ସ୍କୁଲରେ ଫସି ରହି ଯାଇଥିଲେ। ସେ ଏହି ସ୍କୁଲରେ ୧୮ ବର୍ଷ ଧରି କାମ କରି ଆସିଛନ୍ତି। ସୋମବାର ସନ୍ଧ୍ୟା ୪ ତ ବେଳକୁ ଦଙ୍ଗା ଆରମ୍ଭ ହେଲା ପରେ ଲୋକେ ପରସ୍ପର ଉପରେ ପଥର ଫିଙ୍ଗିବାକୁ ଆରମ୍ଭ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଦଙ୍ଗା ଠାରୁ ଦୂରେଇ ରହିବା ପାଇଁ ସେ ଗୋଟିଏ ବିଭିନ୍ନ ରୁମରେ ଲୁଚି ସମୟ ବିତାଇ ଥିଲେ। ବୁଧୁବାର ଦିନ ପୋଲିସ ଆସିଲା ପରେ ତାଙ୍କୁ ସେହି ସ୍କୁଲରୁ ବୁଧୁବାର ଦିନ ରକ୍ଷା କରା ଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ସ୍କୁଲ କୁ ଆଉ ଫେରି ଆସିବେନି।

ଫୋଟୋ ୪:
ପୋଷ୍ଟରେ ଥିବା ଚତୁର୍ଥ ଫୋଟୋରେ ଗୋଟିଏ ମହିଳାଙ୍କ ଛିଡା ହେଇ ଆଖିରୁ ଲୁହ ପୋଛିବା ଦେଖା ଯାଉଅଛି। କରା ଯାଇଥିବା ଦାବି ଅନୁସାରେ ଏହି ମହିଳା ଜଣକ ଭିଷମ ଶର୍ମାଙ୍କ ସ୍ତ୍ରୀ। ଯେତେବେଳେ ଆମେ ଏହି ଫୋଟୋର ରିଭର୍ସ ଇମେଜ ସର୍ଚ କରିଲୁ ଆମକୁ ଏନ.ଡି.ଟି.ଭି ପତ୍ରିକାରେ ଏହି ବିଷୟ ନେଇ ଗୋଟିଏ ଅନୁଛେଦ ମିଳିଲା। ୨୭ ଫେବ୍ରୁଆରିରେ ଏନ.ଡି.ଟି.ଭି ପତ୍ରିକା ଅନୁସାରେ ଦିଲ୍ଲୀର ଗୋଟିଏ ସ୍କୁଲରେ ଦଙ୍ଗାଇ ପଶି ଆସି ସ୍କୁଲରେ ନିୟା ଲଗାଇ ଦେଇଥିଲେ। ସେହି ସମୟରେ ସ୍କୁଲରେ କୌଣସି ଛାତ୍ର ବା ଛାତ୍ରୀ ନଥିଲେ। ୪ ଘଣ୍ଟା ନିୟାରେ ଜାଲିଳା ପରେ ଦମକଳ ଆସି ନିୟା ଲିଭାଇଲା। ଛୁଆ ମାନଙ୍କ କଥା, ପରୀକ୍ଷା ଖାତା,ସବୁ ଜଳି ନଷ୍ଟ ହେଇଗଲା। ସ୍କୁଲର ଏକମାତ୍ର ଚୌକିଦାର ମଧ୍ୟ ଦଙ୍ଗାଇଙ୍କୁ ଦେଖି ଖସି ଚାଲିଗଲା। ସ୍କୁଲର କେଶିୟର ନିତୁ ଚଉଧରୀଙ୍କ କହିବା ଅନୁଯାୟୀ ୨୫୦ ରୁ ୩୦୦ ଲୋକ ସ୍କୁଲ ଭିତରକୁ ପଶି ଆସିଥିଲେ। ଏହା ଦେଖି ଚୌକିଦାର ସ୍କୁଲ ପଛ ପଟ ଗେଟ ଦେଇ ଖସି ଚାଲି ଯାଇଥିଲା। ଦମକଳ କୁ ସନ୍ଧ୍ୟା ୪ ଟା ରେ ଫୋନ କରି ଡକାଇ ଥିଲେ କିନ୍ତୁ ଏହା ସଞ୍ଜ ୮ ତ ସମୟରେ ଆସି ନିୟା ଲିଭାଇ ଥିଲା।
ଏହା ପରେ ଆମେ ଏହି ବିଷୟରେ ଆହୁରି ଜାଣିବା ପାଇଁ ଖ୍ୟାତିଗ୍ରସ୍ତ ହୋଇଥିବା ଅରୁନ ମଡର୍ନ ପବ୍ଲିକ ସ୍କୁଲ ଫୋନ ଲଗାଇ ପଚାରିଲୁ। ସ୍କୁଲ ଅଧ୍ୟକ୍ଷ ଆମକୁ ଏହା କହିଲେ ଯେ ଏହି ସ୍କୁଲ ଭିଷମ ଶର୍ମାଙ୍କ ଅଟେ। ଭିଷମ ଶର୍ମା ବର୍ତମାନ ସମୟରେ କଂଗ୍ରେସ ଦଳର ନେତା ଅଟନ୍ତି। ସେ ଏହା ମଧ୍ୟ କହି ଛନ୍ତି ଯେ ପୋଷ୍ଟରେ ଥିବା ଲୋକ ଭିଷମ ଶର୍ମା ନୁହନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ଦିଲ୍ଲୀ ଦଙ୍ଗାରେ ଭିଷମ ଶର୍ମାଙ୍କ ସ୍କୁଲ ଜଳିଯିବା କଥା ସତ୍ୟ ଅଟେ। କିନ୍ତୁ ପୋଷ୍ଟରେ କରା ଯାଇଥିବା ଦାବି ଯେ ଫୋଟୋରେ ଥିବା ଯୁବକ ଭିଷମ ଶର୍ମା ଓ ମହିଳା ତାଙ୍କ ସ୍ତ୍ରୀ ଅଟନ୍ତି ଗୋଟିଏ ମିଥ୍ୟା କଥା। ଯୁବକ ରାଜଧାନୀ ସ୍କୁଲର କେୟାରଟେକର ଓ ମହିଳା ଜଣକ ଅରୁନ ସ୍କୁଲର କେଶିୟର ଅଟନ୍ତି।

Title:କ’ଣ ଫୋଟୋରେ ଥିବା ଲୋକ ଓ ମହିଳା ଜଣକ ପୂର୍ବତନ କଂଗ୍ରେସ ନେତା ଭିଷମ ଶର୍ମା ଓ ତାଙ୍କ ସ୍ତ୍ରୀ? ଜାଣନ୍ତୁ ସତ।
Fact Check By: Siddharth SahuResult: Partly False