
୨୦ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ବ୍ୟକ୍ତି ଉତ୍ତରପ୍ରଦେଶର ବିଜେପି ବିଧାୟକ ଅଟନ୍ତି ଏବଂ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ କରା ଯାଇଅଛି। ଏହା ବାବଦ ଏହା ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ବର୍ତମାନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଦିନ କୁ ଦିନ ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯାତନା, ହତ୍ୟା ଏବଂ ଲିଞ୍ଚିଙ୍ଗ ମାମଲା ବୃଦ୍ଧି ପାଇଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ପତ୍ରିକାର ଅଙ୍କ୍ଷ ପଢିଲୁ। ପଢିଲା ପରେ ଆମେ ପାଇଲୁ ଯେ ଏହି ଅନୁଛେଦରେ ମହେଶ ନେଗୀଙ୍କ ବିଷୟରେ ଲେଖା ଯାଇଅଛି ଯେ ସେ ଉତ୍ତରାଖଣ୍ଡ ରାଜ୍ୟର ବିଜେପି ବିଧାୟକ ଅଟନ୍ତି ଏବଂ ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଜେନ ମହିଳା କହିଛନ୍ତି ଯେ 2016 ମସିହାରୁ 2018 ମସିହା ମଧ୍ୟରେ ମହେଶ ନେଗୀ ତାଙ୍କ ସହିତ ଅନେକ ଥର ଦୁଷ୍କର୍ମ କରିଥିଲେ। ଏହି ଅନୁଛେଦ ପଢିଲା ପରେ ଆମେ ଜାଣିବା କୁ ପାଇଲୁ ଯେ ଉତ୍ତରାଖଣ୍ଡ ବିଜେପି ବିଧାୟକଙ୍କୁ ଉତ୍ତରପ୍ରଦେଶ ବିଧାୟକ କହି ଉତ୍ତରପ୍ରଦେଶର ନାମ କଳଙ୍କିତ କରିବାର ଚେଷ୍ଟା କରା ଯାଇଅଛି।
ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୮ ଅଗଷ୍ଟରେ ଏବିପି ନ୍ୟୁଜ ଦ୍ଵାରା ପ୍ରସାରିତ ହେଇଥିବା ଗୋଟିଏ ଭିଡିଓ ମିଳିଲା। ଉତ୍ତରାଖଣ୍ଡ ଲାଇଭ୍ ର ଏହି ଭିଡିଓରେ କୁହା ଯାଇଅଛି ଯେ ଉତାରାଖଣ୍ଡ ବିଜେପି ବିଧାୟକ ମହେଶ ନେଗୀ ଉପରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଲଗାଇଛନ୍ତି। କିନ୍ତୁ ପୋଲିସ ମହିଳାଙ୍କ ଦ୍ଵାରା କରା ଯାଇଥିବା ଅଭିଯୋଗର ଯାଞ୍ଚ କରୁ ନାହିଁ ଏହା ପରେ ଏହି ଭିଡିଓର ସେହି ମହିଳା କହିଛନ୍ତି ଯେ ଗତ ୨ ବର୍ଷ ଧରି ମହେଶ ନେଗୀ ତାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିଛନ୍ତି। ଯେତେବେଳେ ସେ ଏହି ମାମଲା ନେଇ ଆୱାଜ ଉଠେଇବା କୁ ଚାହିଁଥିଲେ ସେତେବେଳେ ମହେଶ ନେଗୀ ତାଙ୍କ ବିରୁଦ୍ଧରେ ପୋଲିସ ପାଖରେ ମିଛ ମାମଲା ରୁଜୁ କରେଇଛନ୍ତି। ମହେଶ ନେଗୀଙ୍କ ସ୍ତ୍ରୀ ଏହି ମହିଳା ଉପରେ ବ୍ଳ୍ୟାକମେଲ ଅଭିଯୋଗ ଲଗେଇଛନ୍ତି। ପୋଲିସ ପାଖରେ ମାମଲା ରୁଜୁ କରି କୁହା ଯାଇଅଛି ଯେ ମହିଳା ୫ କୋଟି ଟଙ୍କା ମାଗୁଛନ୍ତି। ଉତ୍ତରାଖଣ୍ଡ ଡି.ଆଇ.ଜି କହିଛନ୍ତି ଯେ ଦୁଇ ପକ୍ଷ ରୁ ମାମଲା ସୁନା ଯାଉଛଚି ଏବଂ ଥାନା କୁ ମଧ୍ୟ ମାମଲା ଯାଞ୍ଚ କରିବା ନିର୍ଦେଶ ଦେଇ ଦିଆ ଯାଇଅଛି। ମହିଳାଙ୍କୁ ଥାନା ଡାକି ତାଙ୍କୁ ପୋଲିସ ପଚରାଉଚରା କରୁଛି କିନ୍ତୁ ମହିଳାଙ୍କକହିବା ଅନୁଯାୟୀ ପୋଲିସ ତାଙ୍କ ଉପରେ ଜୋର ଦେଉଛି ଏବଂ ତାଙ୍କ ପକ୍ଷ ସୂନୁ ନାହିଁ।
ଏହା ପରେ ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୧୮ ଅଗଷ୍ଟ ରେ ଏନ.ଡି.ଟି.ଭି ଦ୍ଵାରା ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଉତ୍ତରାଖଣ୍ଡର ବିଜେପି ବିଧାୟକ ମହେଶ ନେଗୀଙ୍କ ଉପରେ ଜଣେ ମହିଳା ଦୁଷ୍କର୍ମ କରିଥିବା ଅଭିଯୋଗ ଲଗାଇଛନ୍ତି। ମହିଳା ଜଣକ ନେହେରୁ କଲନୀ ପୋଲିସ ଥାନାରେ ମାମଲା ରୁଜୁ କରି କହିଛନ୍ତି ଯେ ୨୦୧୬ ମସିହାରୁ ମହେଶ ନେଗୀ ନୈନିତାଲ, ଦିଲ୍ଲୀ, ମସୁରୀ, ଦେହରାଡୁନ ଇତିଯାଡି ସ୍ଥାନରେ ଦୁଷ୍କର୍ମ କରିଛନ୍ତି। ମହେଶ ନେଗୀଙ୍କ ଠାରୁ ତାଙ୍କୁ ଗୋଟିଏ ସନ୍ତାନ ମଧ୍ୟ ପ୍ରାପ୍ତ ହେଇଛି। ସେ ତାଙ୍କ ସନ୍ତାନର ଡି.ଏନ.ଏ ପରୀକ୍ଷା କରି ସତ୍ୟତା ସାମନାକୁ ଆଣିବା ପାଇଁ ଅନୁରୋଧ କରିଛନ୍ତି। ମହିଳା ତାଙ୍କ ମାଁଙ୍କ ସ୍ୱାସ୍ଥ୍ୟ ନେଇ ମହେଶ ନେଗୀଙ୍କ ସହିତ ସାକ୍ଷାତ କରିଥିଲେ।
ମହେଶ ନେଗୀଙ୍କ ସ୍ତ୍ରୀ ରୀତା ନେଗୀ ସେହି ମହିଳାଙ୍କ ନାମ ରେ ବ୍ଳ୍ୟାକମେଲ ଅଭିଯୋଗ କରି ପୋଲିସ ପାଖରେ ମାମଲା ରୁଜୁ କରିଛନ୍ତି। ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି। ବିପକ୍ଷ ଦଳ କଂଗ୍ରେସ ନେତା ପ୍ରୀତମ ସିଂହ ମଧ୍ୟ ସନ୍ତାନର ଡି.ଏନ.ଏ ପରୀକ୍ଷା କରିବା ପାଇଁ ଜୋର ଦେଇଛନ୍ତି।
ଏହା ପରେ ଆମେ ମାଇ ନେତା ୱେବସାଇଟରେ ଯାଇ ମହେଶ ନେଗୀଙ୍କ ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ହେଶ ନେଗୀ ଉତ୍ତରାଖଣ୍ଡର ଆଲ୍ମୋରା ଜିଲ୍ଲାର ଦ୍ଵାରାହାଟ ଆଞ୍ଚଲର ନିବାସୀ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୋଷ୍ଟରେ ଥିବା ବ୍ୟକ୍ତି ମହେଶ ନେଗୀ ଅଟନ୍ତି। ସେ ଉତ୍ତରପ୍ରଦେଶର ବିଜେପି ବିଧାୟକ ହେଇ ଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ମହେଶ ନେଗୀ ଉତ୍ତରାଖଣ୍ଡର ବିଜେପି ବିଧାୟକ ଅଟନ୍ତି।

Title:କ’ଣ ଉତ୍ତରପ୍ରଦେଶ ବିଜେପି ବିଧାୟକ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ହେଇଛି? କ’ଣ ଫୋଟୋ ରେ ଥିବା ବ୍ୟକ୍ତି ଉତ୍ତରପ୍ରଦେଶ ବିଜେପି ବିଧାୟକ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Partly False