
ନିକଟରେ କଙ୍ଗନା ରନାଓତ ଏକ ସାକ୍ଷାତକାରରେ ଏକ ବିବୃତ୍ତି ଦେଇଥିଲେ ଯେ ୧୯୪୭ ମସିହାରେ ଭାରତ ଯେଉଁ ସ୍ଵାଧୀନତା ପାଇ ଥିଲା ତାହା ଏକ ଭିକ୍ଷା ଥିଲା। ଭାରତକୁ ପ୍ରକୃତରେ ସ୍ଵାଧୀନତା ୨୦୧୪ରେ ମିଳିଛି ବୋଲି ସେ କହିଥିଲେ। ଏହି ବିବୃତ୍ତି ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ତାଙ୍କ ବିରୁଦ୍ଧରେ ଭାଇରାଲ ହେବାର ଦେଖିବାକୁ ମିଳିଛି। କିଛି ପୋଷ୍ଟରେ ଲୋକେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ ହେଇଥିବା ଅଯୋଗ୍ୟ ମାଉଥିବା ସମୟରେ ଲିଛି ଲୋକେ ଦାବି କରିଛନ୍ତି ଯେ ତାଙ୍କୁ ପୁରସ୍କାର ଫେରାଇ ଦେବା ଉଚ୍ଚିତ।
ବର୍ତ୍ତମାନ ସୋସିଆଲରେ କଙ୍ଗନାଙ୍କ ଏକ ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋରେ ସେ ଏକ ପବ୍ ରେ ଜଣେ ବ୍ୟକ୍ତିଙ୍କ ସହିତ ଅଛନ୍ତି। ଫୋଟୋ ପୋଷ୍ଟ କରି ଦାବି କରା ଯାଇଛି ଯେ କଙ୍ଗନା ଯେଉଁ ବ୍ୟକ୍ତିଙ୍କ ସହିତ ଅଛନ୍ତି ସେ ହେଉଛନ୍ତି ପ୍ରସିଦ୍ଧ ଗ୍ୟାଙ୍ଗଷ୍ଟର ଆବୁ ସାଲେମ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ କୁହା ଯାଇଛି ଏହି ପୋଷ୍ଟରେ?
୧୭ ନଭେମ୍ବରରେ ଜଣେ ଫେସବୁକ ବ୍ୟବହାରକାରୀ କଙ୍ଗନାଙ୍କ ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ ବ୍ୟକ୍ତିଙ୍କ ସହ ଅଛନ୍ତି। ପୋଷ୍ଟରେ କୁହା ଯାଇଛି ଯେ “୨୦୧୪ ର ସ୍ଵାଧୀନତା ପରେ ଭକ୍ ମାନଙ୍କ ଦିଦି କଙ୍ଗନା ଆବୁ ସାଲେମଙ୍କ ସହିତ”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୫ ସେପ୍ଟେମ୍ବର ୨୦୧୭ ରେ ନ୍ୟୁଜ ୧୮ ୱେବସାଇଟରେ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତିଙ୍କ ସହ କଙ୍ଗନାଙ୍କ ଏକ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଫୋଟୋ ସହିତ ଉଲ୍ଲେଖ କରା ଯାଇଛି ଯେ ଏହି ବ୍ୟକ୍ତି ହେଉଛନ୍ତି ମାର୍କ ମାନୁଏଲ।

ଏହା ପରେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କଙ୍ଗନାଙ୍କ ସହିତ ଥିବା ବ୍ୟକ୍ତି ମାର୍କ ମାନୁଏଲ କିଏ? ଏହା ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ ତାଙ୍କ ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ତାଙ୍କ ଲିଙ୍କଡ୍ ଏକାଉଣ୍ଟ ମିଳିଲା। ଇଙ୍କଡ୍ ଏକାଉଣ୍ଟରେ ସେ ନିଜ ବିଷୟରେ କହିଛନ୍ତି ଯେ ସେ ଜଣେ ଲେଖକ ଏବଂ ସମ୍ପାଦକ ଅଟନ୍ତି।

ଅଧିକ ତଥ୍ୟ ଏକତ୍ର କରିବା ପାଇଁ ଆମେ ମାର୍କ ମାନୁଏଲଙ୍କୁ ଫେସବୁକରେ ମଧ୍ୟ ସର୍ଚ୍ଚ କରିଲୁ। ୧୫ ସେପ୍ଟେମ୍ବର ୨୦୧୭ ରେ ଭାଇରାଲ ହେଉଥିବା ସମାନ ଫୋଟୋ ନିଜ ଏକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ସମାନ କଥା ଲେଖିଛନ୍ତି ଯାହା ନ୍ୟୁଜ ୧୮ ୱେବସାଇଟରେ ପ୍ରକାଶିତ ହେଇଥିବା ଅନୁଛେଦର ଏକ ଅନୁବାଦ ଅଟେ। ପୋଷ୍ଟ ଅନୁଯାୟୀ ଭାଇରାଲ ଫୋଟୋରେ ସେ କଙ୍ଗନାଙ୍କ ସହିତ ଅଛନ୍ତି ଏବଂ ଏହି ଫୋଟୋ ମୁମ୍ବଇର ଖାର ଅଞ୍ଚଳରେ ଥିବା କର୍ନର ହାଉସ ନାମକ ଏକ ରେଷ୍ଟୁରାଣ୍ଟରେ ନିଆ ଯାଇଥିଲା। ଏହା କଙ୍ଗନାଙ୍କ ଫିଲ୍ମ ଶିମ୍ରନର ରିଲିଜ ହେବା ଅବସରରେ ଏକ ପାର୍ଟି ସମୟର ଫୋଟୋ ଅଟେ।

ଏହା ପରେ ଆମେ ଗ୍ୟାଙ୍ଗଷ୍ଟର ଆବୁ ସାଲେମକ ବିଷୟରେ ସୂଚନା ଏକତ୍ର କରିଲୁ। ଚଳିତ ବର୍ଷ ୨୭ ଅକ୍ଟୋବରରେ ଦି ହିନ୍ଦୁ ପତ୍ରିକା ୱେବସାଇଟର ଏକ ପ୍ରକାଶନରେ କୁହା ଯାଇଛି ଯେ ସୁପ୍ରିମ୍ କୋର୍ଟ ଆବୁ ସାଲେମଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ୧୯୯୫ ରେ ପ୍ରଦୀପ ଜୈନ ବିଲ୍ଦାରର ହତ୍ୟା ଅଭିଯୋଗରେ ଆବୁ ସାଲେମକୁ ନ୍ୟାୟଳୟ ୨୦୧୫ ରେ ଆଜୀବନ କାରାଦଣ୍ଡ ଦେଇଥିଲା।
ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଆବୁ ସାଲେମ ୨୦୧୫ ମସିହାରୁ କାରାଦଣ୍ଡରେ ଅଛନ୍ତି। ଭାଇରାଲ ଫୋଟୋ ୨୦୧୭ ମସିହାର ହେଇଥିବାରୁ ଫୋଟୋରେ ଥିବା ବ୍ୟକ୍ତିଙ୍କର ଆବୁ ସାଲେମ ହେଇଥିବାର ସମ୍ଭାବନା ନାହିଁ।
ଏହା ପରେ ଆମେ ମାର୍କ ମାନୁଏଲ ଏବଂ ଆବୁ ସାଲେମଙ୍କ ଫୋଟୋ ତୁଳନା କରିଲୁ। ନିମ୍ନରେ ଆପଣ ମାନେ ଆମ ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋରେ କଙ୍ଗନାଙ୍କ ସହିତ ଥିବା ବ୍ୟକ୍ତି ଲେଖକ ଏବଂ ସମ୍ପାଦକ ମାର୍କ ମାନୁଏଲ ଅଟନ୍ତି। ଅନୁସନ୍ଧାନରୁ ଏହା ମଧ୍ୟ ଜଣା ପଡିଲା ଯେ ହତ୍ୟା ଅଭିଯୋଗରେ ଆବୁ ସାଲେମ ଆଜୀବନ କାରାଦଣ୍ଡରେ ଅଛନ୍ତି। ସେଥିପାଇଁ ଫୋଟୋରେ ଥିବା ବ୍ୟକ୍ତିଙ୍କର ଆବୁ ସାଲେମ ହେଇଥିବା ଦାବି ମିଥ୍ୟା ଅଟେ।

Title:କ’ଣ ଭାଇରାଲ ହେଉଥିବା ଫୋଟୋରେ କଙ୍ଗନା ରନାଓତ ପ୍ରସିଦ୍ଧ ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କ ସହିତ ଅଛନ୍ତି?
Fact Check By: Siddharth SahuResult: False
