
ପଞ୍ଜାବରେ ନିର୍ବାଚନ ଜିତିବା ପରେ ଆମ୍ ଆଦାମି ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ୨ ଏପ୍ରିଲ ୨୦୨୨ ରେ ଅହମଦାବାଦର ନିକୋଲରେ ଏକ ବିଶାଳ ରେଲି କରିଥିଲେ। ଏହି ପ୍ରସଙ୍ଗରେ ନ୍ୟୁୟର୍କ ଟାଇମ୍ସ ଦ୍ଵାରା ପ୍ରକାଶିତ ଏକ ଖବରର ସ୍କ୍ରିନଶଟ୍ ର ପ୍ରତିଛବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରତିଛବିରେ ଏକ ବିଶାଳ ସମାବେଶର ଫୋଟୋ ସହିତ ଖବର ପ୍ରକାଶିତ କରା ଯାଇଛି ଯେ ଆମ୍ ଆଦାମି ପାର୍ଟି ବିଶ୍ଵର ସବୁଠାରୁ ବିଶାଳ ରେଲି ଆୟୋଜିତ କରିଥିଲା।
ଦାବି ଅନୁଯାୟୀ ନ୍ୟୁୟର୍କ ଟାଇମ୍ସ ଅରବିନ୍ଦ କେଜ୍ରିୱାଲକୁ ସମର୍ଥନ କରି କହିଛି ଯେ ରେଲିରେ ୨୫ କୋଟି ଲୋକ ଯୋଗଦାନ ଦେଇଛନ୍ତି ଯେତେବେଳେ କି ଗୁଜୁରାଟର ଜନସଂଖ୍ୟା ୬ ରୁ ୭ କୋଟି ରହିଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏକ ବ୍ୟଙ୍ଗାତ୍ମକ ଏବଂ ଅବାସ୍ତବିକତା ବାସ୍ତବିକତାକୁ ଦର୍ଶାଉଥିବା ଭାବରେ ଫୋଟୋଟିକୁ ଭାଇରାଲ କରା ଯାଇଛି। ନ୍ୟୁୟର୍କ ଟାଇମ୍ସ ଏପରି ଖବର ପ୍ରକାଶିତ କରି ନାହିଁ।

ଆମ ଅନୁଅନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ନ୍ୟୁୟର୍କ ଟାଇମ୍ସ ୱେବସାଇଟରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। କିନ୍ତୁ ଆମକୁ ନ୍ୟୁୟର୍କ ଟାଇମ୍ସ ୱେବସାଇଟରେ ଆମ ଆଦାମି ପାର୍ଟି ଜଡିତ ସେଶ ଖବର ୧୦ ମାର୍ଚ୍ଚରେ ପ୍ରକାଶିତ ହେଇଥିବା ମିଳିଲା।

ଆମେ ମଧ୍ୟ ଏପ୍ରିଲ ୨ ରେ ପ୍ରକାଶିତ ନ୍ୟୁୟର୍କ ଟାଇମ୍ସର ଆନ୍ତର୍ଜାତୀୟ ସଂସ୍କରଣର ଇ-ପେପର ରେ ଆମ ଅଦମ୍ୟ ପାର୍ଟିର ରେଲି ବ୍ବିଶୟରେ ଖବର ସର୍ଚ୍ଚ କରିଲୁ। ତଥାପି ଆମେ ସମାନ ସମ୍ବାଦ ରିପୋର୍ଟ ପାଇଲୁ ନାହିଁ।
ଏହା ପାରେ ଆମକୁ ରାଣା ଆୟୁବ ନାମକ ଜେନ ଭାରତୀୟ ସାମ୍ବାଦିକଙ୍କ ଏକ ଟୁଇଟ ମିଳିଲା ଯେଉଁଥିରେ ସେ ପୋଷ୍ଟର ଫୋଟୋ ଏବଂ ଦାବିକୁ ମିଥ୍ୟା ବୋଲ କହି ଖଣ୍ଡନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏକ ଆନ୍ତର୍ଜାତୀୟ ପ୍ରକାଶନ ‘କୋଟି’ ଶବ୍ଦର ବ୍ୟବହାର କେବେ ମଧ୍ୟ କରିବା ନାହିଁ।
ରାଣା ଆୟୁବଙ୍କ ଟୁଇଟକୁ ଉତ୍ତର ଦେଇ ନ୍ୟୁୟର୍କ ଟାଇମ୍ସ ଏକ ଟୁଇଟ କରିଛି ଯେଉଁଥିରେ ସେ ଖବର ପ୍ରକାଶନକୁ ମିଥ୍ୟା ବୋଲି କହିଛି। ନ୍ୟୁୟର୍କ ଟାଇମ୍ସ ଏହି ଖବର ପ୍ରକାଶିତ କରି ନାହିଁ ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ କରା ଯାଇଛି। ତାଙ୍କ ସମସ୍ତ ପ୍ରକାଶନ http://nytimes.com/spotlight/india ୱେବସାଇଟରେ ମିଳିବ।
ଶେଷକଥା:
ଫୋଟୋ ଶୀତ ଭାଇରାଲ ହେଉଥିବା ଦାବିକୁ ଫ୍ୟାକ୍ଟ କ୍ରିଷେଣ୍ଡୋ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଫୋଟୋକୁ ଏଡିଟ କରି ଏକ ପ୍ରକୃତ ଖବରର ରୂପ ଦିଆ ଯାଇଛି। ନ୍ୟୁୟର୍କ ଟାଇମସ ଆମ୍ ଆଦାମି ପାର୍ଟି ଦ୍ଵାରା ଆୟୋଜିତ ରେଲିକୁ ବିଶ୍ଵର ସବୁଠାରୁ ବିଶାଳ ରେଲି ସମ୍ବନ୍ଧିତ କୌଣସି ଖବର ପ୍ରକାଶିତ କରି ନାହିଁ।

Title:କ’ଣ ନ୍ୟୁୟର୍କ ଟାଇମ୍ସ ଦାବି କରିଛି ଯେ ଗୁଜୁରାଟରେ ଆମ୍ ଆଦାମି ପାର୍ଟି ବିଶ୍ଵର ସବୁଠାରୁ ବିଶାଳ ରେଲି ଆୟୋଜିତ କରିଥିଲା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
