images.jpg

୨୪ ଅଗଷ୍ଟରେ ଓଡ଼ିଆ ନ୍ୟୁଜ ୨୪ ନିଜ ଫେସବୁକ ଗ୍ରୁପରେ ଗୋଟିଏ ପୋଷ୍ଟରେ ଦାବି କରିଛି ଯେ ଭାରତର ସେରମ୍ ଇନଷ୍ଟିଚ୍ୟୁଟ ଆସନ୍ତା ୭୩ ଦିନ ମଧ୍ୟରେ କୋରୋନା ଟୀକା ଆବିଷ୍କାର କରି ଲୋକଙ୍କ ଚିକିତ୍ସା ପାଇଁ ବଜାରରେ ଉପଲବ୍ଧ କରାଇବ। ବର୍ତମାନ ଏହି ଟୀକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରି ସାରିଛି ଏବଂ ସରକାର ସେମାନଙ୍କୁ ଏକ ସ୍ଵତନ୍ତ୍ର ନିର୍ମାଣ ପ୍ରଥମିକତା ଲାଇସେନ୍ସ ମଧ୍ୟ ଦେଇଛନ୍ତି। ୧୭ ଟି କେନ୍ଦ୍ରରେ ୧୭୦୦ ଟି ଲୋକଙ୍କ ଉପରେ ପରୀକ୍ଷଣ ଚାଲିଛି।

fb.jpg

Facebook | Archive Odia News 24 | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଟୁଇଟରରେ ଯାଇ ସିରମ ଇନଷ୍ଟିଚ୍ୟୁଟର ତ୍ଵିଇତର ଏକାଉଣ୍ଟ ସର୍ଚ କରିଲୁ। ସର୍ଚ କରିଲା ପରେ ୨୩ ଅଗଷ୍ଟ ରେ ସିରମ୍ ଇନଷ୍ଟିଚ୍ୟୁଟ ଦ୍ଵାରା କରା ଯାଇଥିବା ଟୁଇଟ ମିଳିଲା। ଆସନ୍ତା ୭୩ ଦିନରେ କୋରୋନା ଟୀକା ଉପଲବ୍ଧ ହେବା କଥାକୁ ଖାନଧନ କରି ସିରମ୍ ଇନଷ୍ଟିଚ୍ୟୁଟ କହିଛି ଯେ ମିଡିଆରେ ପ୍ରଚାର ହେଉଥିବା କଥା ବିଭ୍ରାନ୍ତକାରୀ ଅଟେ। ବର୍ତମାନ ଏହି ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି ଏବଂ ଟୀକା ଉପଲବ୍ଧ ହେବା ବିଷୟରେ ଅଦ୍ଯତନ କରିବା।

Archive

୨୩ ଅଗଷ୍ଟ ରେ ସ୍କ୍ରୋଲ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ୭୩ ଦିନରେ କୋରୋନା ଟୀକା ଉପଲବ୍ଧ ହେବା କଥାକୁ ସିରମ୍ ଇନଷ୍ଟିଚ୍ୟୁଟ ଖଣ୍ଡନ କରିଛି। ସିରମ ଇନଷ୍ଟିଚ୍ୟୁଟ କହିଛି ଯେ କୋରୋନା ଟୀକା ଉପଲବ୍ଧ ହେବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ସିରମ୍ ଇନଷ୍ଟିଚ୍ୟୁଟ କହିବା ଅନୁଯାୟୀ ସରକାର କେବଳ ଟୀକା ଉତ୍ପାଦନ ଏବଂ ଭବିଷ୍ୟରେ ବ୍ୟବହାର କରିବା ଅନୁମତି ଦେଇଅଛି। ବର୍ତମାନ ଏହି ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। ୧୧ ଅଗଷ୍ଟରେ ସିରମ୍ ସିଇଓ ଆଦର ପୁନାବାଲା କହିଛନ୍ତି ଯେ ୨୦୨୦ ସେଶ ବେଳକୁ ମାତ୍ର ଭାରତରେ ଟୀକା ଉପଲବ୍ଧ ହେବ।

scroll.jpg

Scroll | Archive

ଏହି ଖବର ସିରମ୍ ଇନଷ୍ଟିଚ୍ୟୁଟ ନିଜ ଫେସବୁକ ଏକାଉଣ୍ଟ ମାଧ୍ୟମ ରେ ମଧ୍ୟ ସାମନାକୁ ଆଣିଛି।

SIV.jpg

Facebook | Archive

ଶେଷକଥା:

ଆମ ଅନୁସନ୍ଧାରେ ଆମେ ଜାଣିବାକୁ ପାଇଲୁ ଯେ ସିରମ୍ ଇନଷ୍ଟିଚ୍ୟୁଟ ୭୩ ଦିନ ମଧ୍ୟରେ କୋରୋନା ଟୀକା ଉପଲବ୍ଧ ହେବା କଥା ଖଣ୍ଡନ କରି ଏହାକୁ ମିଥ୍ୟା ଏବଂ ବିଭ୍ରାନ୍ତକାରୀ ଖବର ବୋଲି କହିଛି। ସିରମ୍ ସିଇଓ ଆଦର ପୁନାୱାଲାଙ୍କ କହିବା ଅନୁଯାୟୀ ବର୍ତମାନ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି ଏବଂ ଟୀକା ଏହି ବର୍ଷ ସେଶ ପର୍ଯ୍ୟନ୍ତ ଉପଲବ୍ଧ ହେଇ ପାରିବ ନାହିଁ।

Avatar

Title:କ’ଣ ଆସନ୍ତା ୭୩ ଦିନ ମଧ୍ୟରେ ଭାରତର ସେରମ୍ ଇନଷ୍ଟିଚ୍ୟୁଟ କୋରୋନା ଟୀକା ଆବିଷ୍କାର କରିବ ବୋଲି ଦାବି କରିଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu

Result: False