
ଗତ ସପ୍ତାହରେ ଯେତେବେଳେ ଲୋକଙ୍କ ମଧ୍ୟରେ ଦୂର୍ଗାପୂଜା ଉତ୍ସବର ଖୁସିର ପରିବେଶ ଥିଲା ସେତେବେଳେ କିଛି ଦୁଖଦାଯକ ଖବର ସାମନାକୁ ଆସିଥିଲା। ବାଂଲାଦେଶରେ ଦୂର୍ଗାପୂଜା ସମୟରେ ହିନ୍ଦୁ ସଂଖ୍ୟାଲଘୁ ସମ୍ପ୍ରଦାୟର ପୂଜାପାଠ ଉପରେ ଆକ୍ରମଣ ହୋଇଥିବା ଖବର ସାମନାକୁ ଆସିଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। କେଉଁଠାରେ ମୂର୍ତି ଭଙ୍ଗାରୁଜା କରା ଯାଇଛି ତ କେଉଁଠାରେ ହିନ୍ଦୁ ଲୋକଙ୍କ ଉପରେ ଆକ୍ରମଣର କରା ଯାଇଛି।
ଏହି ପ୍ରସଙ୍ଗରେ ଏକ ଫୋଟୋ ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଠାରେ ଜଣେ ମନ୍ଦିରର ପୂଜାରୀ କିହୀ ମୁସଲିମ ଲୋକଙ୍କୁ ଖାଇବା ବାଡୁଛନ୍ତି। ପୋଷ୍ଟରେ ଦାବି କରା ଯାଇଛି ଯେ ସେହି ବ୍ୟକ୍ତି ହେଉଛନ୍ତି ସ୍ଵାମୀ ନିତାୟୀ ଦାସ ପ୍ରଭୁ ଯେ ବଙ୍ଗଳାଦେଶ ଡେସ୍କ ଇସ୍କନ ମନ୍ଦିରର ପୂଜାରୀ ଅଟନ୍ତି ଏବଂ ୨ ଦିନ ପୂର୍ବରୁ ତାଙ୍କ ହତ୍ୟା କରା ଯାଇଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ପୋଷ୍ଟର?
୧୯ ଅକ୍ଟୋବରରେ ବାମଦେବ ମିଶ୍ର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ସେୟାର କରିଛନ୍ତି ଯେଉଁଥିରେ ଦାବି କରା ଯାଇଛି ଯେ ବାଂଲାଦେଶର ଇସ୍କନ ମନ୍ଦିର ପୂଜାରୀ ସ୍ଵାମୀ ନିତାୟୀ ଦାସ ପ୍ରଭୁଙ୍କର ୨ ଦିନ ପୂର୍ବରୁ ହତ୍ୟା ହୋଇଛି। ସେ ଭାଇଚାରା ପାଳନ କରୁଥିବା ଏକ ବ୍ୟକ୍ତି ଥିଲେ କିନ୍ତୁ ପୁରସକାରରେ ତାଙ୍କୁ ମୃତ୍ୟୁ ମିଳିଛି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଫୋଟୋର ସତ୍ୟତା ଯାଇବା ପାଇଁ ଏହାର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ପଶ୍ଚିମବଙ୍ଗର ପ୍ରସିଦ୍ଧ ପତ୍ରିକା ଆନନ୍ଦ ବଜାରର ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ୨୩ ଜୁନ୍ ୨୦୧୮ ରେ ୱେବସାଇଟରେ ପ୍ରକାଶିତ ହେଇଥିବା ସମ୍ବାଦ ଅନୁଯାୟୀ ମାୟାପୁର ଇସ୍କନର ଚାଂରୋଦୟା ମନ୍ଦିରରେ ଇମାମ ଏବଂ ସ୍ଥାନୀୟ ମସଜିଦର ଅନ୍ୟ ସଦସ୍ୟମାନଙ୍କ ସହ ଇଫତାର ଆୟୋଜନ କରା ଯାଇଥିଲା। ଅଭୟଚରଣ ଭକ୍ତିବେଦାନ୍ତ ସ୍ଵାମୀଙ୍କ ଦ୍ଵାରା ପ୍ରତିଷ୍ଠିତ ଇସ୍କନର ୧୫ ତମ ବାର୍ଷିକୀ ଅବସରରେ ଇସ୍କନ ପ୍ରଥମ ଇଫତାର ଆୟୋଜନ କରିଥିଲା।

ଏହା ପରେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଚନ୍ଦ୍ରୋଦୟା ମନ୍ଦିର ଏବଂ ମାୟାପୁର କେଉଁ ସ୍ଥାନରେ ଅବସ୍ଥିତ। ଗୁଗୁଲ ମ୍ୟାପ ସାହାଯ୍ୟତାରେ ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ମନ୍ଦିର ପଶ୍ଚିମବଙ୍ଗ ରାଜ୍ୟରେ ଅବସ୍ଥିତ। ତେଣୁ ଦାବି ଅନୁଯାୟୀ ଏହି ମନ୍ଦିର ବାଂଲାଦେଶର ହେଇଥବା ଦାବି ମିଥ୍ୟା ପ୍ରମାଣ ହୋଇଛି। ନିମ୍ନରେ ଆପଣ ମାନେ ଗୁଗୁଲ ମ୍ୟାପ ଲୋକେଶନ୍ ଦେଖି ପାରିବେ।

ଏହା ପରେ ଆମେ ପୋଷ୍ଟରେ ଦାବି ସ୍ଵାମୀ ନିତାୟୀ ଦାସ ପ୍ରଭୁଙ୍କ ବିଷୟରେ ସୂଚନା ଏକତ୍ର କରିବା ଆରମ୍ଭ କରିଲୁ। ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୯ ଫେବ୍ରୁଆରି ୨୦୧୨ ମସିହାରେ ଇସ୍କନ ୱେବସାଇଟରେ ନିତାୟୀ ଦାସକ ବିଷୟରେ କିଛି ତଥ୍ୟ ମିଳିଲା। ନିତାୟୀ ଦାସଙ୍କ ବିଷୟରେ ଅନୁଛେଦ ଲେଖିଥିବା ବ୍ୟକ୍ତି ଆମେରିକାର ଲାଗୁଆନା ବିଚ୍ ଇସ୍କନ ମନ୍ଦିର ଅଧ୍ୟକ୍ଷ ଟୁକାରାମ ଦାସ ଅଟନ୍ତି। ଏହି ଅନୁଛେଦରେ ସେ ନିତାୟୀ ଦାସଙ୍କ ଚରିତ୍ର ଏବଂ ତାଙ୍କ ସହ ସାକ୍ଷାତର ବର୍ଣ୍ଣନା କରିଛନ୍ତି। ଅନୁଛେଦର ଏକ ଅଂଶରେ ସେ ଉଲ୍ଲେଖ କରିଛନ୍ତି ଯେ ନିତାୟୀ ଦାସଙ୍କ ମୃତ୍ୟୁ ୩୧ ବର୍ଷରେ ଏକ କାର ଦୁର୍ଘଟଣାରେ ହେଇଥିଲା। ତାଙ୍କ ମର୍ତ୍ତ୍ୟ ଅବଶିଷ୍ଟକୁ ମାୟାପୁରାରେ ଗଙ୍ଗା ନଦୀରେ ସମର୍ପିତ କରା ଯାଇଥିଲା।

ନିତାୟୀ ଦାସଙ୍କ ସ୍ମରଣର ଏକ ଫେସବୁକ ପେଜ୍ ମଧ୍ୟ ଅଛି ଯେଉନଥାଏ ଆପଣ ମାନେ ତାଙ୍କ ବିଷୟରେ ଜାଣି ଜାଣି ପାରିବେ।
ଆମେ ଭାଇରାଲ ଫୋଟୋ ଏବଂ ଉପରୋକ୍ତ ଫେସବୁକ ପେଜ୍ ରେ ନିତାୟୀ ଦାସଙ୍କ ଫୋଟୋର ତୁଳନା କରିଲୁ, କିନ୍ତୁ ଆମକୁ ଦୁଇଟି ଫୋଟୋରେ କୌଣସି ସମାନତା ଦେଖିବାକୁ ମିଳିଲା ନାହିଁ। ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ।

ଏହି ପ୍ରସଙ୍ଗରେ ଆମକୁ ଇସ୍କନ ଦ୍ଵାରା ସେୟାର କରା ଯାଇଥିବା ଏକ ଫେସବୁକ ପେଜ୍ ମିଳିଲା। ଏହି ପୋଷ୍ଟରେ ଇସ୍କନ ସେହି ଦାସଙ୍କ ଫୋଟୋ ସେୟାର କରିଛି ଯାହାର ମୃତ୍ୟୁ ବାଂଲାଦେଶରେ ଘଟିଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି ସ୍ଵାମୀ ନିତାୟୀ ଦାସ ନୁହନ୍ତି ଏବଂ ଏହି ଫୋଟୋ ବାଗଲାଦେଶର ମଧ୍ୟ ନୁହେଁ। ପଶ୍ଚିମବଙ୍ଗରେ ଇସ୍କନ ଦ୍ଵାରା ଆୟୋଜିତ ହେଇଥିବା ଇଫତାର ଭୋଜିର ପୁରୁଣା ଫୋଟୋକୁ ବର୍ତ୍ତମାନ ବାଗଲାଦେଶରେ ହେଇଥିବା ସାମ୍ପ୍ରାଦାୟିକ ଦଙ୍ଗା ପ୍ରସଙ୍ଗରେ ଭାଇରାଲ କରା ଯାଇଛି।

Title:କ’ଣ ଫୋଟୋରେ ଥିବା ବ୍ୟକ୍ତି ସ୍ଵାମୀ ନିଟାଇ ଦାସ ପ୍ରଭୁ ଅଟନ୍ତି ଯାହାର ବାଙ୍ଗଲାଦେଶରେ ହତ୍ୟା କରା ଯାଇଛି? କ’ଣ ଭାଇରାଲ ହେଉଥିବା ଫୋଟୋ ବାଙ୍ଗଲାଦେଶର ଅଟେ?
Fact Check By: Siddharth SahuResult: False
