
କିଛି ଦିନ ପୂର୍ବରୁ ବିପିନ ରାବତ, ତାଙ୍କ ପତ୍ନୀ ଏବଂ ଅନ୍ୟ ଭାରତ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ସମୟରେ ହେଲିକପ୍ଟର ଦୁର୍ଘଟଣା ହେଇଥିଲା। ଏହି ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇ ଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ସିଡିଏସ୍ ବିପିନ ରାୱତ, ତାଙ୍କ ସହକର୍ମୀ ଏବଂ କିଛି ପାରିବାରିକ ଲୋକେ ସେହି ହେଲିକପ୍ଟରରେ ଯାତ୍ରା କରୁଥିଲା ସମୟରେ ତାମିଲନାଡୁର କୁନ୍ନୁର ଅଞ୍ଚଳରେ ତାଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।
ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଏକ ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ଫୋଟୋ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହା ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ଅଟେ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ବିପିନ ରାୱତଙ୍କର ହେଲିକପ୍ଟର ଦୁର୍ଘଟଣା ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୯ ଡିସେମ୍ବରରେ ଦି ଟ୍ରାଇବ୍ୟୁନ ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ବିପିନ ରାୱତଙ୍କର ହେଲିକପ୍ଟର ଦୁର୍ଘଟଣାସ୍ଥଳର ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଫୋଟୋରେ ଦୁର୍ଘଟଣା ଗ୍ରସ୍ତ ହେଇଥିବା ହେଲିକପ୍ଟରର ରଙ୍ଗ ବିପିନ ରାୱତଙ୍କର ହେଲିକପ୍ଟର ଠାରୁ ଭିନ୍ନ ଅଟେ ଏବଂ ଆମେ ଘଟନାସ୍ଥଳକୁ ମଧ୍ୟ ଭିନ୍ନ ବୋଲି ପାଇଲୁ। ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଫୋଟୋ ବିପିନ ରାୱତଙ୍କର ହେଲିକପ୍ଟର ଦୁର୍ଘଟଣାର ଫୋଟୋ ନୁହେଁ।
ତେବେ ଭାଇରାଲ ଫୋଟୋର ସତ୍ୟତା କ’ଣ?
ଭାଇରାଲ ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୪ ଅକ୍ଟୋବର ୨୦୧୯ ମସିହାରେ ଏଏନଆଇର ଏକ ଟୁଇଟ ମିଳିଲା ଯେଉଁଥିରେ ଭାଇରାଲ ଫୋଟୋ ପ୍ରକାଶିତ ହେଇଛି। ଏହି ଟୁଇଟ ଅନୁଯାୟୀ ହାଇରାଲ ଫୋଟୋ ଭାରତ ସେନାର ଏଡଭାନ୍ସ ଲାଇଟ୍ ହେଲିକପ୍ଟର (ALH) ର ଫୋଟୋ ଅଟେ ଯାହା ପୁଞ୍ଚ ଜିଲ୍ଲାରେ ଆପାତକାଳୀନ ଅବତରଣ କରିଥିଲା। ଏଥିରେ ହେଲିକପ୍ଟରରେ ଯାତ୍ରା କରୁଥିବା ସମସ୍ତେ ସୁରକ୍ଷିତ ଥିବାର ସୂଚନା ମଧ୍ୟ ଦିଆ ଯାଇଛି।
ଡେକାନ୍ ହେରାଲ୍ଦ୍ ୱେବସାଇଟ ଅନୁଯାୟୀ, ସେନାଧ୍ୟକ୍ଷ ଲେଫ୍ଟେନାଣ୍ଟ ଜେନେରାଲ ରଣବିର ସିଂହ ଏବଂ ଅନ୍ୟ ୮ ଜଣ ଯାତ୍ରୀ ହେଲିକପ୍ଟରରେ ଯାଉଥିବା ସମୟରେ ଜମ୍ମୁ କାଶ୍ମୀରର ପୁଞ୍ଚ ଠାରେ ତାଙ୍କର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାନ୍ତ୍ରିକ ସମସ୍ଯା କାରଣରୁ ଏହି ହେଲିକପ୍ଟରକୁ ଜାମ୍ମୁ କାଶ୍ମୀରର ପୁଞ୍ଚ ଅଞ୍ଚଳରେ ଆପାତକାଳୀନ ଅବତରଣ କରିବାକୁ ପଡିଥିଲା। ହେଲିକପ୍ଟରରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ବୋଲି ସେନାଧ୍ୟକ୍ଷ କହିଥିଲେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଦୁଇ ବର୍ଷ ପୂର୍ବରୁ ଏକ ହେଲିକପ୍ଟରର ଆପାତକାଳୀନ ଅବତରଣ ଫୋଟୋକୁ ବିପିନ ରାୱତଙ୍କର ହେଲିକପ୍ଟର ଦୁର୍ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଭାଇରାଲ ହେଉଥିବା ଫୋଟୋ ବିପିନ ରାୱତଙ୍କର ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଅଟେ?
Fact Check By: Siddharth SahuResult: False
