କ’ଣ ଗଛ ଲଗାଇବା ଇସଲାମ ଧର୍ମ ବିରୁଦ୍ଧ ହେବାରୁ ପାକିସ୍ତାନର ବାସିନ୍ଦା ଗଛ ଉପାଡ଼ୁଛନ୍ତି? ଜାଣନ୍ତୁ ସତ୍ୟ।

False Social
image.jpg

୧୨ ଅଗଷ୍ଟ ରେ ଜଣେ ଫେସବୁକ ୟୁଜର ସାଇବର ଆର୍ମୀ ବିଜେପି ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋସ୍ତ କରିଛନ୍ତି। ଏହି ଭିଡିଓରେ କିଛି ଲୋକେ ମାଟିରେ ଲାଗି ଥିବା ଗଛ ଉପାଡ଼ୁଛନ୍ତି। ଏହି ଭିଡିଓ ନେଇ ପୋଷ୍ଟରେ ଦାବି କରା ଯାଇଅଛି ଯେ ଗଛ ଲଗାଇବା ଇସଲାମ ଧର୍ମରେ ଅନୁମତି ନାହିଁ। ସେଥିପାଇଁ ପାକିସ୍ତାନରେ ସରକାର ଲଗାଇଥିବା ଗଛ ଗୁଡ଼ିକ ଲୋକେ ଉପଡ଼ୁଛନ୍ତି। 

https://www.facebook.com/biswajit.sethi.397/videos/1175131889528627/

Archive

ଆମ ଅନୁସନ୍ଧାନ: 

ପରିବେଶ ଖରାବ ହେଇଚାଲି ଥିବାରୁ ଏହାର ସଂରକ୍ଷଣ ପାଇଁ ବିଶ୍ଵ ସାରା ସବୁ ଦେଶ ଏବଂ ସମସ୍ତ ଧର୍ମର ଲୋକେ ବର୍ତମାନ ବୃକ୍ଷରୋପଣ କରୁଛନ୍ତି। ଇସଲାମ ଧର୍ମରେ ବୃକ୍ଷରୋପଣ କରିବା ଅନୁମତି ନଥିବା ନୂଆ କଥା ପରି ଜଣା ପଡ଼ୁଛି। ସେଥିପାଇଁ ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ଇନଭିଡ ଗୁଗୁଲ କ୍ରୋମ୍ ଏକ୍ସଟେନସନ ଟୁଲ୍ ସାହାଜ୍ଯତା ରେ ବିଭିନ୍ନ ଫ୍ରେମ୍ ରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ପାକିସ୍ତାନର ଅଟେ। 

ଏହା ପରେ ଆମେ ଟୁଇଟରରେ ଯାଇ ପାକିସ୍ତାନରେ ବୃକ୍ଷରୋପଣ ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୮ ଅଗଷ୍ଟ ରେ ପାକିସ୍ତାନ ପ୍ରଶାନମନ୍ତ୍ରୀ ଇମରାନ ଖାନଙ୍କର ଟୁଇଟ ମିଳିଲା ଯେଉଁଥିରେ ସେ ସମସ୍ତଙ୍କୁ ୯ ଅଗଷ୍ଟରେ ବୃକ୍ଷରୋପଣ କରିବା ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଦେଶ ସାରା ୯ ଅଗଷ୍ଟରେ ୩୫ ଲକ୍ଷ ଗଛ ଲଗାଇବାର ଯୋଜନା ହେଇଛି। 

Archive

ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୧୦ ଅଗଷ୍ଟରେ ଗଲ୍ଫ ନ୍ୟୁଜ ପତ୍ରିକାରେ  ଏହି ବିଷୟ ନେଇ ଗୋଟିଏ ଅନୁଛେଦ ପ୍ରକାଶିତ ହେଇଥିବା ମିଳିଲା। ଏହି ଅନୁଛେଦରେ ଲେଖା ଯାଇଅଛି ଯେ ପାକିସ୍ତାନୀ ମିଡିଆ ରିପୋର୍ଟରଙ୍କ ଅନୁଯାୟୀ ଖାଇବାର ଜିଲ୍ଲା ବାସିନ୍ଦା ମାନେ ଦାବି କରିଛନ୍ତି ଯେ ବୃକ୍ଷରୋପଣ କରିବା ବାହାନାରେ ସରକାର ସ୍ଥାନୀୟ ଲୋକଙ୍କ ଠାରୁ ଏହି ଜମି ଛଡ଼େଇ ନେଉଛନ୍ତି। 

gulf.jpg

Gulf News | Archive

ଗୁଗୁଲରେ ସର୍ଚ କରିଲା ପରେ ଆମକୁ ୧୩ ଅଗଷ୍ଟରେ ଫ୍ରାନ୍ସ ୨୪ ପତ୍ରିକାର ଅନୁଛେଦରେ ଖାଇବାର ଅଞ୍ଚଳର ଜଣେ ନିବାସୀଙ୍କ ସାକ୍ଷୀ ମିଳିଲା। ଉମର ଫାରୁଖଙ୍କ କହିବା ଅନୁଯାୟୀ ଏହି ଘଟଣାର କୌଣସି ଧର୍ମ ବା ଚିନ୍ତାଧାରା ସହିତ କୌଣସି ସମବନ୍ଦ ନାହିଁ। ସ୍ଥାନୀୟ ଅଧିକାରୀ ସୂକ୍ଷ୍ମ ଭୂମିରେ ଗଛ ଲଗାଇବା ନିର୍ଣୟ ନେଇଥିଲେ ଯେଉଁଟା ସିପାହ ଏବଂ ଘାବୀ ଖାଲି ନାମକ ଦୁଇ ଜାତି ନିଜ ଜମି ବୋଲି ଦାବି କରୁଥିଲେ। ଅଧିକାରୀ ମାନେ “ଖାଲି” ସମୁଦାୟ ଲୋକଙ୍କ ସହିତ ବୁଝାମଣା କରି ବୃକ୍ଷରୋପଣ କରିଥିବା ସମୟରେ ସିପାହ ସମୁଦାଯ ଲୋକଙ୍କ ସହିତ ବୁଝାମଣା କରି ନଥିଲେ। ଏହି କଥାରୁ ସିପାହ ସମୁଦାୟ ଲୋକେ ଆସି ଗଛ ଉପାଡ଼ି ଦେଇଥିଲେ। 

france 24.jpg

France 24 | Archive

ଏହି ବିଷୟ ନେଇ ଆମକୁ ଆଉ ଗୋଟିଏ ଟୁଇଟ ମିଳିଲା ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖା ଯାଇଅଛି ଯେ ଜମି ବିବାଦ କୁ ନେଇ କିଛି ସ୍ଥାନୀୟ ଲୋକେ ଗଛ ଉପାଡ଼ି ଦେଇଥିଲେ। କିନ୍ତୁ ବର୍ତମାନ ଏହି ବିବାଦର ସମାଧାନ ବାହାରି ଯାଇଅଛି ଏବଂ ସ୍ଥାନୀୟ ଲୋକେ ସେହି ସ୍ଥାନରେ ପୁଣି ଗଛ ଲଗାଇ ସାରିଛନ୍ତି। 

Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ଗଛ ଲଗାଇବା ଇସଲାମ ବିରୁଦ୍ଧ କଥା ମିଥ୍ୟା ଅଟେ। ଏହି ଘଟଣାର ଧର୍ମ ସହିତ କୌଣସି ସମ୍ବନ୍ଧ ନାହିଁ। ବିବାଦୀୟ ଜମିରେ ବୃକ୍ଷରୋପଣ ହେଇଥିବାରୁ ସ୍ଥାନୀୟ ଲୋକେ ଏହି ଗଛ ଉପାଡ଼ିଥିଲେ। 

Avatar

Title:କ’ଣ ଗଛ ଲଗାଇବା ଇସଲାମ ଧର୍ମ ବିରୁଦ୍ଧ ହେବାରୁ ପାକିସ୍ତାନର ବାସିନ୍ଦା ଗଛ ଉପାଡ଼ୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *