ଚୀନର ୟେଲୋ ନଦୀ ଡ୍ୟାମର ଏକ ଭିଡିଓକୁ ଓଡ଼ିଶାର ହୀରାକୁଦ ଡ୍ୟାମର ଦୃଶ୍ୟ ଦାବି ଶୀତ ଭାଇରାଲ କରା ଯାଉଛି। 

False Social

ଦେଶର ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ସ୍ଥିତି ହେଇଥିବା ସମୟରେ ଏହାର ପ୍ରଭାବ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉତ୍ପନ ହୋଇ ଲୋକଙ୍କ ଜୀବନ ଅସୁବିଧାରେ ପଡ଼ିଛି। 

ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ଗୋଟିଏ ଡ୍ୟାମ୍ ରୁ ତୀବ୍ର ବେଗରେ ପାଣି ଛଡ଼ା ହେଇଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଭାଇରାଲ ଭିଡିଓ ସମ୍ବଲପୁରର ହୀରାକୁଦ ଡ୍ୟାମର ଦୃଶ୍ୟ ଅଟେ। 

କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓ ଚୀନର ଏକ ଡ୍ୟାମର ଦୃଶ୍ୟ ଅଟେ। ସମ୍ବଲପୁର ହୀରାକୁଦ ଡ୍ୟାମର ଦୃଶ୍ୟ ହୋଇଥିବା ମିଥ୍ୟା ଦାବି ସହିତ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ “ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ। ଏହି ଦୃଶ୍ୟ ହୀରାକୁଦ ଜଳ ଭଣ୍ଡାର ଏବଂ ହୀରାକୁଦ ନଦୀ ପାଣିକୁ ଦର୍ଶାଉଛି।”

ShareChat | Archive

ଆମ ଅନୁସନ୍ଧାନ: 

ଭାଇରାଲ ଭିଡିଓର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ସମାନ ଭିଡିଓ ବର୍ଷ-ବର୍ଷ ଧରି ଇଣ୍ଟର୍ନେଟରେ ଉପଲବ୍ଧ ଅଛି। ସମାନ ଭିଡିଓ ୨୦୨୦, ୨୦୧୯, ଏବଂ ୨୦୧୮ ମସିହାରେ ଚୀନ ଦେଶର ୟେଲୋ ନଦୀ ଉପରେ ନିର୍ମାଣ ହୋଇଥିବା ଏକ ଡ୍ୟାମ୍ ନାମରେ ଭାଇରାଲ ହେଇଥିଲା। 

ୟେଲୋ ନଦୀ ଚୀନର ଦ୍ଵିତୀୟ ବିଶାଳ ନଦୀ ଅଟେ। ୨୦୧୮ ମସିହାରେ ଏହି ନଦୀରେ ଅନେକ ଥର ବନ୍ୟା ଆସିଥିବା ଖବର ସାମନାକୁ ଆସିଥିଲା। 

ଚୀନର ହୀନାନ ପ୍ରଦେଶରେ ଅବସ୍ଥିତ ଏହି ଡ୍ୟାମର ନାମ ହେଉଛି ଶିଯୋଲାଙ୍ଗଡୀ ଡ୍ୟାମ୍। ଡ୍ୟାମରେ ଜମା ହେଇଥବା ପାଣି ଛାଡ଼ିବା ପାଇଁ ଡ୍ୟାମର ଦ୍ଵାର ଖୋଲିବା ପରେ ଏହି ପରି ଦୃଶ୍ୟ ଦେଖିବାକୁ ମିଳି ଥାଏ। 

ଏହି ଡ୍ୟାମର ନିର୍ମାଣ ଏପରି କରା ଯାଇଛି ଯେ ଯେତେବେଳେ ଏଥିରୁ ଜଳ ନିର୍ଗତ କରା ଯାଏ ସେତେବେଳେ ପାଣି ଉପରକୁ ମାଡି ପଡ଼ି ଥାଏ ଏବଂ ଏହା ପରେ ଏକ କ୍ୟାନାଲକୁ ଖସି ନଦୀରେ ମିଶି ଥାଏ। 

Website

ବର୍ଷା ପରେ ଏହି ଡ୍ୟାମରୁ ପାଣି ଛଡ଼ା ହେବା ଦୃଶ୍ୟ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷକର କେନ୍ଦ୍ର ଅଟେ। ଡ୍ୟାମରୁ ପାଣି ବାହାରୁଥିବା ଦେଖିବାକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ସେଠାକୁ ଆସନ୍ତି। 

ଗୁଗୁଲ ମ୍ୟାପ୍ ରେ ଆପଣ ଏହି ଡ୍ୟାମ୍ ଦେଖି ପାରିବେ। ୨୦୧୯ ମସିହାରେ ମହାରାଷ୍ଟ୍ରର ପୁଣେ ସହରରେ ସ୍ଥିତ ପାଭାନା ଡ୍ୟାମର ଦୃଶ୍ୟ ବୋଲି ଦାବି କରି ଏକ ଭିଡିଓ ମଧ୍ୟ ସେୟାର କରା ଯାଇଥିଲା ଯାହାକୁ ଫ୍ୟାକ୍ଟ କ୍ରିଷେଣ୍ଡୋ ମରାଠୀ ଦଳ ଫ୍ୟାକ୍ଟ ଚେକ୍ କରିଥିଲା। 

ତେବେ ହୀରାକୁଦ ଡ୍ୟାମର କ’ଣ ସ୍ଥିତି? 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୧୮ ଜୁଲାଇ ୨୦୨୨ ରେ ଓଟିଭିର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ଅନୁଯାୟୀ ୧୮ ତାରିଖ ଦିନ ସମ୍ବଲପୁରର ହୀରାକୁଦ ଡ୍ୟାମରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିବାର ଯୋଜନା କରା ଯାଇଥିଲା। ଏହା ନେଇ ଡ୍ୟାମ ପ୍ରଶାଶନ ମାନେ ଲୋକଙ୍କୁ ସତର୍କ କରିବା ପାଇଁ ଡ୍ୟାମର ସାଇରେନ ମଧ୍ୟ ବ୍ୟବହାର କରିଥିଲେ। 

ଭିଡିଓର ୩.୩୦ ମିନିଟ ପର ଠାରୁ ଆପଣ ମାନେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ହେଉଥିବା ଦେଖି ପାରିବେ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଭିଡିଓ ହୀରାକୁଦ ଡ୍ୟାମର ଦୃଶ୍ୟ ହୋଇଥିବା ଦାବି ମିଥ୍ୟା ଅଟେ। ଚୀନର ୟେଲୋ ନଦୀ ଡ୍ୟାମର ଏକ ଭିଡିଓକୁ ଓଡ଼ିଶାର ହୀରାକୁଦ ଡ୍ୟାମର ଦୃଶ୍ୟ ଦାବି ଶୀତ ଭାଇରାଲ କରା ଯାଉଛି। 

Avatar

Title:ଚୀନର ୟେଲୋ ନଦୀ ଡ୍ୟାମର ଏକ ଭିଡିଓକୁ ଓଡ଼ିଶାର ହୀରାକୁଦ ଡ୍ୟାମର ଦୃଶ୍ୟ ଦାବି ଶୀତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *