କ’ଣ ଭାଇରାଲ ଭିଡିଓ ଆନ୍ଧ୍ରପ୍ରଦେଶରେ ଅସାନି ବାତ୍ୟାର ପ୍ରଭାବକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

False Natural Disaster

୧୦ ଏବଂ ୧୧ ମଇ ୨୦୨୨ ରେ ଅସାନି ବାତ୍ୟା ଭାରତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ରାଜ୍ୟ ଅଭିମୁଖ ହୋଇଥିଲା। କିନ୍ତୁ ଲ୍ୟାଣ୍ଡଫଲ୍ ହେବା ପୂର୍ବରୁ ଏହି ବାତ୍ୟା ଅସାନି ଦୁର୍ବଳ ପଡି ଯାଇଥିଲା। ଫଳସ୍ୱରୂପ ଭାରତର ପୂର୍ବ ତଟରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା। 

ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅସ୍ଥିର ସମୁଦ୍ରରେ ଏକ ଜାହାଜ ବାତ୍ୟା ସାମନା କରୁଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହା ଆନ୍ଧ୍ରପ୍ରଦେଶର ଭିଷାକାପାଟନାମ ସମୁଦ୍ରକୁଳର ଦୃଶ୍ୟ ଅଟେ। 

ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

Share Chat | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରୁଇଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ୟାଣ୍ଡେକ୍ସ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୩୧ ଜାନୁଆରୀ ରେ ନେଦରଲ୍ୟାଣ୍ଡ କୋଷ୍ଟଗାର୍ଡର (ତଟରକ୍ଷୀ ବାହିନୀ) ଟୁଇଟର ହେଣ୍ଡେଲରେ ଅପ୍ଲୋଡ ହେଇଥିବା ମିଳିଲା। ଟୁଇଟରେ କୁହା ଯାଇଛି ଯେ ନିୟନ୍ତ୍ରଣ ହରାଇ ଥିବା ଏକ ଜାହାଜର ସଦସ୍ୟନ୍କୀ କେଉଁ ପ୍ରକାର ଉଦ୍ଧାର କରା ଯାଏ ତାହାର ଏକ ଦୃଶ୍ୟଏହି ଉଦ୍ଧାର କାର୍ଯ୍ୟ ପାଇଁ ଅନେକ ହେଲିକପ୍ଟରର ଆବଶ୍ୟକ ହୋଇଥିଲା। 

୧ ଫେବୃଆଋରେ ଦି ସ୍କଟିଶ ସନ୍ ନିଜ ୟୁଟ୍ୟୁବ ଚ୍ୟାନାଲରେ ସମାନ ଭିଡିଓ ପୋଷ୍ଟ କରି କହିଛି ଯେ ଡଚ୍ ତଟରକ୍ଷୀ ବାହିନୀ ମାନେ ଏକ ମାଲ ପରିବହନ ଜାହାଜକୁ ବିଶାଳ ଢେଉ ମାଡରୁ ଉଦ୍ଧାର କରୁଛନ୍ତି। 

୧ ଫେବୃଆଋରେ ଏନଏଲ୍ ଟାଇମ୍ସ ୱେବସାଇଟରେ ଏହି ଘଟଣା ବିଷୟରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ ଜୁଲିଏଟା ଡି ନାମକ ଜାହାଜ ସମୁଦ୍ରରେ ନିୟତ୍ରାଣ ହରାଇବାରୁ କପ୍ତାନ ଏବଂ ଅନ୍ୟ ସଦସ୍ୟ ଜାହାଜକୁ ଅକାଳ ପରିତ୍ୟାଗ କରିଥିବାରୁ ଗିରଫ କରା ଯାଇଥିଲା। ବାତ୍ୟାର ବାତାବରଣ କାରଣରୁ ଏହି ଜାହାଜ ଏକ ଟ୍ୟାଙ୍କର ସହିତ ଦୁର୍ଘଟଣାଗସ୍ତ ହୋଇଥିଲା। ଘଟଣା ପରେ ଜାହାଜର ୧୮ ଟି ସଦସ୍ୟଙ୍କୁ ଉଦ୍ଧାର କରା ଯାଇଥିଲା। 

ଶେଷକଥା

ଆମ ଅନୁସନ୍ଧାନରେ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ଭିଷାକାପାଟନାମ କିମ୍ବା ଅସାନି ବାତ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ।  ଏହା ଜାନୁଆରୀ ମାସରେ ନେଦରଲ୍ୟାଣ୍ଡ ରେ ହେଇଥିବା ଏକ ଜାହାଜ ଦୁର୍ଘଟଣାର ଭିଡିଓ ଅଟେ।

Avatar

Title:କ’ଣ ଭାଇରାଲ ଭିଡିଓ ଆନ୍ଧ୍ରପ୍ରଦେଶରେ ଅସାନି ବାତ୍ୟାର ପ୍ରଭାବକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *