
ପେଙ୍ଗୋଙ୍ଗ ଲେକ୍ ରେ କିଛି ଚିନୀ ପର୍ଯ୍ୟଟକଙ୍କ ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଦେଖି ଅନେକ ଲୋକ ଅନେକ ପ୍ରକାର ର ମତ ଦେଇଥିବା ବେଳେ ଏହା ଚର୍ଚାରେ ଅଛି ଯେ ଏହି ଭିଡିଓଟି ଭାରତ ସୀମା ଭିତର ଭିଡିଓ ଅଟେ। ୧୦ ସେପ୍ଟେମ୍ବର ରେ ଜେନ ଫେସବୁକ ୟୁଜର ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଯେଉଁ ଅଞ୍ଚଳ ଭାରତରେ ଥିଲା, ବର୍ତମାନ ବିଜେପି ସରକାର ଆସିଲା ପରେ ସେହି ଅଞ୍ଚଳ ଚାଇନା ଅଧୀନକୁ ପଳେଇଛି।
ଏହି ଭିଡିଓ ପ୍ରଥମେ କଂଗ୍ରେସ ନେତା ସରଲ ପଟେଲ ଟୁଇଟ କରିଥିଲେ। ୮ ସେପ୍ଟେମ୍ବର ରେ ସେ ଟୁଇଟ କରି ଦାବି କରିଥିଲେ ଯେ ଏହି ଚିନୀ ପର୍ଯ୍ୟଟକଙ୍କ ଭିଡିଓ ପେଙ୍ଗୋଙ୍ଗ ଲେକ୍ ର ଅଟେ।
ଆମ ଅନୁସନ୍ଧାନ:
ପେଙ୍ଗୋଙ୍ଗ ବିଶ୍ଵର ସର୍ବୋଚ୍ଚ ଲୁଣୀଜଳ ହ୍ରଦ ଅଟେ ଯେଉଁଟା ସମୁଦ୍ର ପତ୍ତନ ଠାରୁ ୪୩୫୦ ମିଟର ଉପରେ ସ୍ଥିତ ଅଛି। ଏକ୍ଚୁଆଲ ଲାଇନ ଅଫ କଣ୍ଟ୍ରୋଲ (ଏଲଏସି) ପେଙ୍ଗୋଙ୍ଗ ଲେକ୍ କୁ ଦୁଇ ଭାଗରେ ବିଭାଜିତ କରିଛି। ଏହି ହ୍ରଦର ଗୋଟିଏ ଅଙ୍କ୍ଷ ଭାରତ ରେ ଅଛି ଏବଂ ଅନ୍ୟ ଅଙ୍କ୍ଷ ଚୀନର ଅଛି।

ସାମ୍ପ୍ରତିକ ଖବର ଅନୁଯାୟୀ ଚୀନ ବର୍ତମାନ ପେଙ୍ଗୋଙ୍ଗ ସୋ ହ୍ରଦକୁ ଜାତୀୟ ଏବଂ ଅନ୍ତରାଷ୍ଟ୍ରୀୟ ପର୍ଜ୍ଜ୍ୟତକଙ୍କ ପାଇଁ ଖୋଲି ଦେଇଛି।

ଏହି ଖବର ଆମକୁ ଚୀନ ଅଧୀନରେ ଥିବା ପେଙ୍ଗୋଙ୍ଗ ହ୍ରଦର ବିଭିନ୍ନ ସ୍ଥାନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଅନୁସନ୍ଧାନ କରିବା ପାଇଁ ପ୍ରେରିତ କରିଲା ଗୁଗୁଲ ଆର୍ଥ ବ୍ୟବହାର କରି ଆମେ ପେଙ୍ଗୋଙ୍ଗ ହ୍ରଦ ଯେଉଁଟା ଚୀନରେ ବେଙ୍ଗୋଙ୍ଗ ହ୍ରଦ ନାମରେ ଜଣା ଯାଏ, ଏହାର ଅନୁସନ୍ଧାନ କରିଲୁ। ଏହି ହ୍ରଦ ଚୀନର ରୁଟୋଗ କାଉଣ୍ଟି ଅଞ୍ଚଳରେ ସ୍ଥିତ ଏବଂ ଚୀନ ଜାତୀୟ ରାଜପଥ ୨୧୯ ଏହି ନଦୀ ଦେଇ ଯାଇଥିବା ମିଳିଲା।

ଗୁଗୁଲ ମ୍ୟାପ ଦ୍ଵାରା ସାହାଜ୍ଯତାରେ ଆମେ ଚୀନରେ ସ୍ଥିତ ବେଙ୍ଗୋଙ୍ଗ ହ୍ରଦର କିଛି ଫୋଟୋ ଖୋଜି ବାହାର କରିଲୁ।

ପୋଷ୍ଟ କରା ଯାଇଥିବା ଭିଡିଓରେ ଆମେ ଗୋଟିଏ ଡଙ୍ଗା ଉପରେ କିଛି ପରୟତକଙ୍କୁ ଦେଖିବା କୁ ପାଇଲୁ। ଏହି ଭିଡିଓର ଯାଞ୍ଚ କରିଲା ପରେ ଆମକୁ କିଛି ପ୍ରମାଣ ମିଳିଲା।
- ଫୋଟୋ ୧: କମଳା ରଙ୍ଗ ଜୀବନଜୀବୀ
- ଫୋଟୋ ୧: ନୀଳ ରଙ୍ଗ ଚେୟାର
- ଫୋଟୋ ୨: ଧଳା ରଙ୍ଗ ଟେବୁଲ୍
- ଫୋଟୋ ୩, ୪: ଡଙ୍ଗା ପଛରେ ଥିବା ଧଳା ରଙ୍ଗ ଗଠନ


ଗୁଗୁଲ ମ୍ୟାପରେ ଉପଲବ୍ଧ ଥିବା ଡଙ୍ଗାରେ ମଧ୍ୟ ଆମକୁ ଉପରେ ଥିବା ପ୍ରମାଣ ଦେଖିବାକୁ ମିଳିଲା।

ଏହି ଡଙ୍ଗାର ଭିଡିଓ ଦିଆ ଯାଇଥିବା ଲିଙ୍କରେ ମଧ୍ୟ ଦେଖିବାକୁ ମିଳିଛି।
ଚୀନର ଜଣେ ସାମ୍ବାଦିକ ଡଙ୍ଗାର ଗୋଟିଏ ଭିଡିଓ ନିଜ ଟୁଇଟର ହେଣ୍ଡେଲରେ ଟୁଇଟ କରିଛନ୍ତି। ୮ ସେପ୍ଟେମ୍ବର ରେ ଭିଡିଓ ଟୁଇଟ କରି ସେ କହିଛନ୍ତି ଯେ ବର୍ତମାନ ପେଙ୍ଗୋଙ୍ଗ ହ୍ରଦ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆ ଯାଇଅଛି। ଏହି ହ୍ରଦ ଚୀନର ଜାତୀୟ ରାଜପଥ ନିକଟରେ ସ୍ଥିତ ଅଛି।
ଏହି ଭିଡିଓରେ ପର୍ଯ୍ୟଟକ ମାନେ ପକ୍ଷୀକୁ ଖାଇବା ଦେବା ମଧ୍ୟ ଦେଖିବାକୁ ମିଳିଛି। ଆମକୁ ଏହି ପକ୍ଷୀ ଦୁଡ଼ିକର ଫୋଟୋ ବେଙ୍ଗୋଙ୍ଗ ହ୍ରଦର ଫୋଟୋ ହେବା ପ୍ରମାଣ ମିଳିଲା। ଗେଟି ଇମେଜେସ୍ ନାମକ ୱେବସାଇଟରେ ଏହି ପକ୍ଷୀ ମାନଙ୍କ ଫୋଟୋ ଦେଖିବାକୁ ମିଳିଛି।

ଶେଷକଥା:
ପ୍ରମାଣ ଯାଞ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ପେଙ୍ଗୋଙ୍ଗ ହ୍ରଦରେ ପର୍ଯ୍ୟଟକଙ୍କ ପୋଷ୍ଟ କରା ଯାଇଥିବା ଭିଡିଓ ଚୀନର ଅଟେ। ଏହି ଭିଡିଓର ଭାରତୀୟ ଅଧୀନରେ ଥିବା ପେଙ୍ଗୋଙ୍ଗ ହ୍ରଦ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ପେଙ୍ଗୋଙ୍ଗରେ ପର୍ଯ୍ୟଟକଙ୍କ ଏହି ଭିଡିଓ ଭାରତ ସୀମା ଭିତର ଘଟଣା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False