କ’ଣ ମମତା ବାନେର୍ଜିଙ୍କୁ ସ୍କୁଟି ଶିଖେଇବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ରାସ୍ତା ବନ୍ଦ କରିଛନ୍ତି? ଜାଣନ୍ତୁ ସତ୍ୟ। 

False Political

ବର୍ତ୍ତମାନ ସୋସିଆଲ ମିଡିଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେରଜିଙ୍କ ସ୍କୁଟି ଚଲାଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ମମତା ବାନେର୍ଜିଙ୍କୁ ସ୍କୁଟି ଶିଖେଇବା ପାଇଁ ରାସ୍ତା ବନ୍ଦ କରା ଯାଇଛି। 

କିନ୍ତୁ, ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପେଟ୍ରୋଲ ଦର ବୃଦ୍ଧିର ବିରୋଧ କରି ମମତା ବାନେର୍ଜି ଇ-ସ୍କୁଟି ଚଲାଉଥିବା ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

ଭିଡିଓ ପୋଷ୍ଟ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ ମମତା ବାନେର୍ଜିଙ୍କୁ ସ୍କୁଟି ଶିଖେଇବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ରାସ୍ତା ବନ୍ଦ କରିଛନ୍ତି। 

Facebook | Archive

ଆମ ଅନୁସନ୍ଧାନ: 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲା ପରେ ଆମକୁ ଏଏନଆଇ ର ଅଫିସିଆଲ ଟୁଇଟର ହେଣ୍ଡେଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ୨୫ ଫେବୃଆରି ୨୦୨୧ ମସିହାର ଏହି ଟୁଇଟରେ କୁହା ଯାଇଛି ଯେ “ପେଟ୍ରୋଲ ମୂଲ୍ୟ ବୃଦ୍ଧିକୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି ହାୱଡାରେ ଏକ ବିଦ୍ୟୁତିକ ସ୍କୁଟି ଚଳାଇବା ସମୟରେ ନିଜ ସନ୍ତୁଳନ ହରାଇଥିଲେ। କିଛି ସମର୍ଥନରୁ ସେ ସନ୍ତୁଳନ ଫେରି ପାଇଲେ ଏବଂ ଗାଡ଼ି ଚଳାଇବାକୁ ଲାଗିଲେ। ତାଙ୍କ ବିରୋଧ ପ୍ରଦର୍ଶନରେ ସେ ରାଜ୍ୟ ସଚିବାଳୟରୁ କାଳୀଘାଟ ତକ ଯାଇଥିଲେ।”

ସମାନ ଖବର ଇକୋନୋମିକ ଟାଇମ୍ସ ପତ୍ରିକା ଦ୍ଵାରା ମଧ୍ୟ ପ୍ରକାଶିତ କରା ଯାଇଥିଲା। 

୨୫ ଫେବୃଆରି ୨୦୨୧ ରେ ଏବିପି ନ୍ୟୁଜ ନିଜ ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ କରି କହିଛି ଯେ ପେଟ୍ରୋଲ୍ ଦର ବୃଦ୍ଧିକୁ ବିରୋଧ କରିବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏକ ନିଆରା ଉପାୟ ଅବଲମ୍ବନ କରିଥିଲେ। ସେ ଏକ ବିଦ୍ୟୁତିକ ସ୍କୁଟି ଚଳାଇ ସଚିବାଳୟକୁ ଯାଇଥିଲେ।

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ପେଟ୍ରୋଲ ଦର ବୃଦ୍ଧିର ବିରୋଧ କରି ମମତା ବାନେର୍ଜି ଇ-ସ୍କୁଟି ଚଲାଉଥିବା ଏକ ପୁରୁଣା ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ମମତା ବାନେର୍ଜିଙ୍କୁ ସ୍କୁଟି ଶିଖେଇବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ରାସ୍ତା ବନ୍ଦ କରିଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *