କ’ଣ ରାସ୍ତାରେ ଜମି ରହିଥିବା ବର୍ଷା ପାଣିର ଏହି ଭିଡିଓ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।

False Political

ଦେଶରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା କାରଣରୁ ଅନେକ ସ୍ଥାନରେ ବନ୍ୟାର ପରିସ୍ଥିତି ହେଇଛି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ରାସ୍ତାରେ ପାଣି ଜମି ରହିଥିବା ସ୍ଥିତିରେ କିଛି ଲୋକେ ଗାଡ଼ିକୁ ଠେଲି ନେଉଛନ୍ତି। 

ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହା ଦିଲ୍ଲୀର ଦୃଶ୍ୟ ଅଟେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଅଡିଓ ମଧ୍ୟ ଶୁଭୁଚି ଯେଉଁଥିରେ ସେ ଦିଲ୍ଲୀର ଘରେ ଘରେ ପାଣି ପହଞ୍ଚାଇବାର ପ୍ରତିଶୃତି ନେଇଥିଲେ।

କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଦିଲ୍ଲୀର ନୁହେଁ, ବରଂ ହରିୟାଣାର ରୋହତକ ସହରର ଅଟେ। 

Facebook | Archive

ସମାନ ଭିଡିଓ ଆପଣ ମାନେ ଏଠାରେ ଏବଂ ଏଠାରେ ମଧ୍ୟ ଦେଖି ପାରିବେ। 

ଟୁଇଟରରେ ମଧ୍ୟ ଏହି ଭିଡିଓଟି ଭାଇରାଲ ହେବାରେ ଦେଖିବାକୁ ମିଳିଛି। ଏଥିରେ କୁହା ଯାଇଛି ଯେ “ଦିଲ୍ଲୀ ମଡେଲର ସତ୍ୟତା ସୁନନ୍ତୁ। କେଉଁ ପ୍ରକାର ଦିଲ୍ଲୀର ବାସିନ୍ଦାଙ୍କୁ ପାଣି ସୁବିଧା ପହଚାଇ ଦିଆ ଯାଇଛି।”

ଆମ ଅନୁସନ୍ଧାନ: 

ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଯେଉଁ ଗାଡ଼ିକୁ କିଛି ଲୋକେ ଠେଲି ନେଉଛନ୍ତି ସେହି ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ଡ଼ିଏଲ ଣ ହେଇ ଏଚ ରୁ ଆରମ୍ଭ ହେଇଛି। ଏହା ଦ୍ଵାରା ଆମକୁ ସନ୍ଦେହ ହେଲା ଯେ କ’ଣ ପ୍ରକୃତରେ ଏହି ଭିଡିଓ ଦିଲ୍ଲୀର ଅଟେ?

ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ହରିୟାଣା ନ୍ୟୁଜ୍ ଏକ୍ସପ୍ରେସ ନାମକ ଚ୍ୟାନାଲରେ ୩୦ ଜୁନ୍ ରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ଆପଣ ମାନେ ଭାଇରାଲ କ୍ଳିପ୍ କୁ ୧.୦୩ ମିନିଟରେ ଦେଖି ପାରିବେ। 

ରିପୋର୍ଟ ଅନୁଯାୟୀ ହରିୟାଣାର ରୋହତକ ସହର ସହିତ ଅନେକ ସ୍ଥାନରେ ଭୟଙ୍କର ବର୍ଷା ହେଇଥିଲା। ବର୍ଷା କାରଣରୁ ରାସ୍ତାରେ ପାଣି ଜମି ରହି ଯାଇଥିଲା। 

ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ହିନ୍ଦୀ ଦଳ ହରିୟାଣା ନ୍ୟୁଜ୍ ଏକ୍ସପ୍ରେସର ସମ୍ପାଦକ ରାଜେନ୍ଦ୍ର ଭାରଦ୍ଵାଜଙ୍କ ସହିତ ଯୋଗାଯୋଗ କରିଲା। ସେ ଆମକୁ ସୂଚନା ଦେଲେ ଯେ “ଭାଇରାଲ ଭିଡିଓ ହରିୟାଣାର ରୋହତକ ସହରର ଅଟେ। ଏହି ଘଟଣାର ରିପୋର୍ଟ ରୋହତକର ଆମ ଜଣେ ସାମ୍ବାଦିକ ଆମକୁ ପଠେଇଛନ୍ତି। ଏହି ଭିଡିଓ ଚୋଟୁରାମ ଛକରୁ ନେଇ ସାନତମଇ ଅଞ୍ଚଳର ଭିଡିଓ ଅଟେ।”

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓର ଲୋକେସନ୍ ଦେଖି ପାରିବେ। 

ଶେଷକଥା

ଉପରୋକ୍ତ ତଥ୍ୟ ଯାଞ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓର ଦିଲ୍ଲୀ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ହରିୟାଣାର ରୋହତକ ଜିଲ୍ଲାର ଅଟେ।

Avatar

Title:କ’ଣ ରାସ୍ତାରେ ଜମି ରହିଥିବା ବର୍ଷା ପାଣିର ଏହି ଭିଡିଓ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *