ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ମାନେ ଜଣେ ଯୁବକଙ୍କୁ ମାରୁଛନ୍ତି ଏବଂ ପଚରାଉଚରା କରୁଛନ୍ତି ସେଠାରେ ଜଣେ ମହିଳା ଆହତ ଅବସ୍ଥାରେ ଉପସ୍ଥିତ ଅଛନ୍ତି। ଲୋକମାନେ ସେହି ଯୁବକ ଉପରେ ଯୁବତୀର ହତ୍ୟା ଉଦ୍ଦ୍ୟୟମର ଅଭିଯୋଗ ଲଗାଉଛନ୍ତି। ଯୁବତୀ ମଧ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ନକରିବା ପାଇଁ ଅନୁରୋଧ କରୁଛନ୍ତି।

ଦାବି କରା ଯାଉଛି ଯେ ଜଣେ ମୁସ୍ଲିମ ଯୁବକ ଗୋଟିଏ ହିନ୍ଦୁ ଯୁବତୀକୁ ନିଜ ପ୍ରେମ ଜାଲରେ ଫସାଇ ତାଙ୍କ ବେକ କାଟି ହତ୍ୟା କରିବା ଉଦ୍ଦ୍ୟୟମ କରୁଥିବା ବେଳେ ଲୋକେ ସେହି ଯୁବତୀଙ୍କୁ ଉଦ୍ଧାର କରିଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଘଟଣାରେ ଅଭିଯୁକ୍ତ ଏବଂ ପୀଡ଼ିତା ହିନ୍ଦୁ ଧର୍ମର ଅଟନ୍ତି। ଏହା ଲଭ୍ ଜିହାଦ ମାମଲା ନୁହେଁ।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ଭାଇରାଲ କରି ସୋସିଆଲ ମିଡିଆରେ ଦାବି କରା ଯାଇଛି ଯେ ଗୋଟିଏ ଜିହାଦୀର ପ୍ରେମ ଜାଲରେ ଫସିଥିବା ହିନ୍ଦୁ ଯୁବତୀଙ୍କ ବେକ କାଟି ହତ୍ୟା କରିବା ଉଦ୍ଦ୍ୟୟମ କରୁଥିଲା ପ୍ରେମିକ। ଜଣେ ସୋସିଆଲ ମିଡିଆ ବ୍ୟବହାର କାରୀ ଲେଖିଛନ୍ତି, “ପ୍ରତ୍ୟେକ ହିନ୍ଦୁମାନଙ୍କ ଆତ୍ମସମ୍ମାନ ପାଇଁ ୨ଟା ଅପ୍ସନ୍- ନିଜେ ଚରିତ୍ରବାନ ହୋଇ ନିଜ ସନ୍ତାନମାନଙ୍କୁ ସଂସ୍କାର ଦିଅ ନଚେତ୍ ପୁଅକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଏବଂ ଝିଅ କୁ ଦୁର୍ଗାବାହିନୀ ପ୍ରଶିକ୍ଷଣ ବର୍ଗ ପଠାଇ ସଂସ୍କାରିତ କର। ଅନ୍ୟଥା ୧୦୦% ତମ ଝିଏ ଏମିତି ଜେହାଦୀଙ୍କ ଚକରରେ ପଡି ପିସ୍ ପିସ୍ ହୋଇ କଟି ମରିବ।”

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ବ୍ୟକ୍ତିର ଫୋଟୋ ୨୦୧୯ ମସିହାରେ ପ୍ରଭାତ ଖବରର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଝାରଖଣ୍ଡର ରାଁଚୀ ଜିଲ୍ଲାର ପିଠୋରିଆ ଥାନା କ୍ଷେତ୍ରରେ ଅରବିନ୍ଦ ନାମକ ଜଣେ ଯୁବକ ନିଜ ପ୍ରେମିକା ଉପରେ ଛୁରୀରେ ଆକ୍ରମଣ କରିଥିଲା।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଏବଂ ପୀଡ଼ିତା ସ୍କୁଲ୍ ସମୟରୁ ସାଙ୍ଗ ଥିଲେ। ଘଟଣା ଦିନ ଯୁବକ ଏବଂ ଯୁବତୀ ଡ୍ୟାମ୍ ବୁଲିବାକୁ ଯାଇଥିଲେ। ଘରକୁ ଫେରୁଥିବା ସମୟରେ ତାଙ୍କ ମଧ୍ୟରେ କୌଣସି କଥା ନେଇ ବିବାଦ ସୃଷ୍ଟି ହୋଇଥିଲା। ଅରବିନ୍ଦ ନିଜ ବାଇକ୍ ରାସ୍ତା ନିକଟରେ ରଖିଲା ପରେ ଦୁଇ ଜଣ ଗୋଟିଏ ଗଛ ତଳେ ବସିଥିଲେ। ଏହି ସମୟରେ ସେ ଯୁବତୀବକ ଉପରେ ଛୁରୀରେ ଆକ୍ରମଣ କରି ତାଙ୍କ ବେକ କାଟିବାର ଉଦ୍ଦ୍ୟୟମ କରିଥିଲେ। ଯୁବତୀ ସେଠାରୁ ନିଜ ଜୀବନ ବଞ୍ଚାଇ ରାସ୍ତା ଉପରକୁ ଯାଇଥିଲେ। ସେଠାରେ ଲୋକମାନେ ତାଙ୍କୁ ଦେଖି ସେହି ଯୁବକକୁ ଧରି ପଚରାଉଚରା କରିଥିଲେ।

ସମାନ ଘଟଣା ଜଡିତ ସୂଚନା ETv ଭାରତ ଦ୍ଵାରା ୨୦୧୯ ରେ ତାଙ୍କ ୱେବସାଇଟରେ ପ୍ରକାଶିତ କରା ଯାଇଥିଲା। ରିପୋର୍ଟ ଅନୁଯାୟୀ, ଅରବିନ୍ଦ କୁମାର ନାମକ ଜଣେ ଯୁବକ ନିଜ ପ୍ରେମିକା ସହିତ ସାକ୍ଷାତ କରିବାକୁ ରାଁଚୀ ଆସିଥିଲା। ଦୁହେଁ ପରସ୍ପର ସହିତ ରାଜି ହେବା ପରେ ପତରାତୁ ଘାଟି ବୁଲି ଯାଇଥିଲେ। ସେଠାରେ ଅରବିନ୍ଦ ନିଜ ପ୍ରେମିକ ଉପରେ ଅନ୍ୟ ଲୋକ ସହିତ ଅବୈଧ ସମ୍ବନ୍ଧ ଥିବା ଅଭିଯୋଗ ଲଗାଇଥିଲା ଯାହା ପରେ ତାଙ୍କ ମଧ୍ୟରେ ଝଗଡା ହେଇଥିଲା ଏବଂ ଅରବିନ୍ଦ ନିଜ ପ୍ରେମିକାର ହତ୍ୟା କରିବାର ଉଦ୍ୟଯମ କରିଥିଲେ।

ଅରବିନ୍ଦଙ୍କ କହିବ ନୁଯାୟୀ, ସେ ସେହି ଯୁବତୀଙ୍କ ସହିତ ବିବାହ କରିଥିଲେ ଏବଂ ତାଙ୍କ ମୋବାଇଲରେ ଫୋଟୋ ଥିଲା ଯାହାକୁ ସେ ଡ଼ିଲିଟ୍ କରିଥିବା କଥା କହିଥିଲେ। ହତ୍ୟା ଉଦ୍ୟଯମ କରିଥିବା ସମୟରେ ଯୁବତୀ ସେଠାରୁ ଖସି ପଳାଇବାରେ ସକୟାମ ହେଲେ। ରାସ୍ତାରେ ଯାଉଥିବା କିଛି ଲୋକେ ଏହି ଘଟଣା ଦେଖି ଅରବିନ୍ଦଙ୍କୁ ଅଟକାଇ ରାଖୀ ତାଙ୍କୁ ପଚରାଉଚରା କରିଥିଲେ ଏବଂ ସେମାନେ ସେହି ଯୁବତୀଙ୍କୁ ଉଦ୍ଧାର ମଧ୍ୟ କରିଥିଲେ।

ଏହି ଘଟଣାର ଅଧିକ ସୂଚନା ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ ଇଂରାଜୀ ଦଳ ଝାରଖଣ୍ଡର ରାମଗଡ ଜିଲ୍ଲାର ଏସପି ପ୍ରଭାତ କୁମାରଙ୍କ ସହିତ ଯୋଗାଯୋଗ କରିଥିଲା। ସେ ସୂଚନା ଦେଇଥିଲେ ଯେ “ଏହି ଘଟଣା ୨୦୧୯ ରେ ପାତ୍ରାତୁ ଘାଟି ନିକ୍ତରେ ଘଟିଥିଲା। ଏହି ଅଞ୍ଚଳ ରାଞ୍ଚି ଜିଲ୍ଲା ଅଧୀନରେ ଅଛି, ଏହି କାରଣରୁ ପିଠୋରିଆ ପୋଲିସ ଥାନାରେ ଏହି ଘଟଣାର ରିପୋର୍ଟ ରେକର୍ଡ କରାଯାଇଛି। କିନ୍ତୁ ଏହି ଘଟଣା ଲଭ୍-ଜିହାଦ୍ ସହିତ ଜଡିତ ନୁହେଁ। ଉଭୟ ଯୁବକ ଏବଂ ଯୁବତୀ ସମାନ ଧାର୍ମିକ ସମ୍ପ୍ରଦାୟର ଥିଲେ। ପିଲାଟି ମୁସଲମାନ ନଥିଲା।”

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ୨୦୧୯ ମସିହାର ଏକ ପୁରୁଣା ଘଟଣା ଅଟେ। ଘଟଣା ଜଡିତ ଯୁବକ ଏବଂ ଯୁବତୀ ସମାନ ଧାର୍ମିକ ସମ୍ପ୍ରଦାୟର ଅଟନ୍ତି। ଏହା ଲଭ୍ ଜିହାଦ ମାମଲା ନୁହେଁ।

Avatar

Title:କ’ଣ ଜଣେ ମୁସ୍ଲିମ ଯୁବକ ଛୁରୀରେ ନିଜ ହିନ୍ଦୁ ପ୍ରେମିକାର ବେକ କାଟିବାର ଉଦ୍ଦ୍ୟୟମ କରୁଥିବା ସମୟରେ ଲୋକ ମାନେ ତାକୁ ଧରିଛନ୍ତି? କ’ଣ ଏହା ଲଭ୍ ଜିହାଡ ର ମାମଲା? ଜାଣନ୍ତୁ ସତ୍ୟ।

Written By: Siddharth Sahu

Result: False