
ବର୍ତ୍ତମାନ ଚାଲୁଥିବା ଟୋକିଓ ୨୦୨୦ ଅଲମ୍ପିକ୍ସରେ ଅନେକ ଦେଶ ପଦକ ପାଇବା ଏବଂ ନିଜ ଦେଶକୁ ଗର୍ବିତ କରିବା ପାଇଁ ପରସ୍ପର ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ଅଲମ୍ପିକ୍ସରେ ଭାରତ ମଧ୍ୟ ଅନେକ କ୍ରୀଡ଼ାରେ ଅଂଶଗ୍ରହଣ କରିଛି। ସମସ୍ତ ଖେଳାଳି ମାନେ ସେମାନଙ୍କର କ୍ରୀଡ଼ାବିତ୍ ଆତ୍ମା ପ୍ରଦର୍ଶନ କାରିଥିବା ବେଳେ ମିରାବାଇ ଚାନୁ ଚଳିତ ବର୍ଷ ଅଲମ୍ପ୍ପିକ୍ଷରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଏକ ଖୁସି ଖବର ଆଣିଛନ୍ତି।
ମିରାବାଇ ଚାନୁ ଟୋକିଓରୁ ଭାରତ ଫେରସ୍ତ ହେବା ପରେ ତାଙ୍କୁ ସ୍ଵାଗତ କରିବା ପାଇଁ ଲୋକେ ଏକତରତ ହୋଇଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଲୋକଙ୍କ ଏକ ବିଶାଳ ସମୂହ ଅଛି ଏବଂ ଖୁସିରେ ଲୋକେ ଫଟକା ମଧ୍ୟ ଫଟାଉଛନ୍ତି। ସେହି ସମୟରେ ରାସ୍ତାରେ କିଛି କାର ମଧ୍ୟ ଯିବା ଦେଖିବାକୁ ମିଳିଛି। ଏହି କାର ମଧ୍ୟରେ ଏକ କାରରେ ମିରାବାଇ ଅଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ମିରାବାଇଙ୍କ ଏହି ସ୍ଵାଗତ ଉତ୍ସବ ଦିଲ୍ଲୀ ବିମାନ ବନ୍ଦରର ଦୃଶ୍ୟ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
ପୋଷ୍ଟର ଦାବି ଅନୁଯାୟୀ “ଏହା ହେଉଛି ଟୋକିଓ ଅଲିମ୍ପିକ୍ସରେ ଏକ ସଫଳ ଅଭିଯାନ ସାରି ଘରକୁ ଫେରୁଥିବା ଆମ ଦେଶର ଗର୍ବ ଅଲିମ୍ପିକ୍ ରେ ରୌପ୍ୟ ପଦକ ବିଜେତା ଆମ ଭଉଣୀ ମିରାବାଇ ଚାନୁ ଦିଲ୍ଲୀ ବିମାନବନ୍ଦରରେ ଭବ୍ୟ ସ୍ଵାଗତ ଗ୍ରହଣ କରୁଥିବାର ମୁହୂର୍ତ୍ତ।”
ଆମ ଅନୁସନ୍ଧାନ:
କେଉଁ ପ୍ରକାରରେ ହେଇଥିଆ ସ୍ଵାଗତ ଦିଲ୍ଲୀରେ?
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଧବ ଦେଇ ଏହି ବିଷୟରେ ସର୍ଚ କରିଲୁ। ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଦିଲ୍ଲୀରେ ମିରାବାଇଙ୍କ ସ୍ଵାଗତ କେଉଁ ପ୍ରକାର ହେଲା। ଏହି ବ୍ୟୟରେ ସର୍ଚ କରିଲା ପରେ ଆମକୁ 26 ଜୁଲାଇ ରେ ଇଣ୍ଡିଆ ଟୁଡେର ଅଫିସିଆଲ ଏକାଉଣ୍ଟରେ ଏକ ଟୁଇଟରେ ଭିଡିଓ ପ୍ରସାରିତ ହୋଇଥିବା ମିଳିଲା। ଏହା ମିରାବାଇ ଚାଣୁ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ପହଞ୍ଚିଲା ପର ଭିଡିଓ ଅଟେ। ତାଙ୍କ ସ୍ଵାଗତରେ ବିମାନ ବନ୍ଦର କଷ୍ଟମ୍ ଅଧିକାରୀ, କ୍ରୀଡ଼ା ମନ୍ତରାଳୟ ଉପସ୍ଥିତ ଥିଲେ। ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କ କୋଭିଡ ପରୀକ୍ଷା ମଧ୍ୟ କରା ଗଲା। କ୍ରୀଡ଼ା ମନ୍ତିଙ୍କ ଆସିବା ପରେ ସେ କ୍ରିଡା ମନ୍ତରାଳୟରେ ତାଙ୍କ ସହିତ ସାକ୍ଷାତ କରିବା କଥା ମଧ୍ୟ କୁହା ଯାଇଅଛି। ବିମାନ ବନ୍ଦର ବାହାରେ ମିଡିଆ ମଧ୍ୟ ତାଙ୍କ ସ୍ଵାଗତ ରେ ଉପସ୍ଥିତ ଥିଲା।
ତେବେ ଭାଇରାଲ ଭିଡିଓ କେଉଁ ସ୍ଥାନର?
ଭାଇରାଲ ଭିଡିଓ କେଉଁ ସ୍ଥାନର ଜାଣିବା ପାଇଁ ଆମେ ଟୁଇଟରରେ ଯାଇ ମିରାବାଇ ଚାନୁଙ୍କର ଟୁଇଟର ଏକାଉଣ୍ଟ ସର୍ଚ କରିଲୁ। ଫଳାଫଳରେ ଆମକୁ ମିରାବାଇଙ୍କ ଦ୍ଵାରା 27 ଜୁଲାଇରେ ଆଇ.ପି.ଏସ ଅଧିକାରୀ ରୁପିନ ଶର୍ମାଙ୍କ ଏକ ଟୁଇଟକୁ ଶେୟାର କରିଥିବା ମିଳିଲା। ଏହି ଟୁଇଟରେ ଭାଇରାଲ ଭିଡିଓ ପୋଷ୍ଟ କରା ଯାଇଅଛି ଏବଂ କୁହା ଯାଇଅଛି ଯେ ଏହା ମିରାବାଇଙ୍କ ସ୍ଵାଗତରେ ଇମ୍ଫାଲ ସହରର ଦୃଶ୍ୟ ଅଟେ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ସମାନ ଭିଡିଓ ୨୮ ଜୁଲାଇରେ ନବଭାରତ ଟାଇମ୍ସ ପତ୍ରିକା ୱେବସାଇଟରେ ପ୍ରସାରିତ ହୋଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ ଭାଇରାଲ ଭିଡିଓ ମଣିପୁର ରାଜଧାନୀ ଇମ୍ଫାଲର ଅଟେ। ମିରାବାଇଙ୍କ ସ୍ଵାଗତରେ ସ୍ଥାନୀୟ ଲୋକେ ରାସ୍ତାରେ ଚିଡ଼ା ଥିଲେ। ବିମାନ ବନ୍ଦରରେ ନିଜେ ମଣିପୁର ରାଜ୍ୟ ମୁଖ୍ୟମନ୍ତ୍ରୀ ବିରେନ ସିଂହ ତାଙ୍କ ସ୍ଵାଗତ କରିଥିଲେ।

ଉପସଂହାର:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମିରାବାଇଙ୍କ ସ୍ଵାଗତର ଏହି ଭାଇରାଲ ଭିଡିଓ ଦିଲ୍ଲୀର ନୁହେଁ ବରଂ ମଣିପୁର ରାଜ୍ୟର ରାଜଧାନୀ ଇମ୍ଫାଲର ଅଟେ।

Title:କ’ଣ ଏହି ଭିଡିଓ ଦିଲ୍ଲୀ ବିମାନ ବନ୍ଦରରେ ମୀରାବାଈ ଚାନୁଙ୍କ ସ୍ଵାଗତ କରିବାର ଭିଡିଓ ଅଟେ?
Fact Check By: Siddharth SahuResult: Partly False
