
୧୯ ଫେବ୍ରୁଆରିରେ ଈଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପତାଞ୍ଜଳିର କୋରୋନିଳକୁ କୋରୋନା ଭାଇରସର ଚିକିତ୍ସା ଭାବରେ ଅନୁମୋଦନ କରିଥିବା ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ପତାଞ୍ଜଳିର କୋରୋନିଲକୁ ବିଶ୍ଵସ୍ୱାସ୍ଥ୍ୟ ସଂଗଠନ ୧୫୪ ଦେଶରେ ବିକିବା ପାଇଁ ଅନୁମୋଦନ ଦେଇଛି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ସର୍ଚ କରି ବାହାର କରିଲୁ ଯେ ଏହି ଖବର କେଉଁ ମାଧ୍ୟମରୁ ଏବଂ କାହା ଦ୍ଵାରା ଭାଇରାଲ ହେଇଛି। ସର୍ଚ କରିଲା ପରେ ଆମକୁ ୧୯ ଫେବ୍ରୁଆରିରେ ଟୁଇଟରରେ ନ୍ୟୁଜ ନେଶନ୍ ଦ୍ଵାରା ଏହି ଖବର ପ୍ରକାଶଶିତ କରା ଯାଇଥିଲା। ଏହି ସମ୍ବାଦର ହେଡଲାଇନ୍ ରେ ଲେଖା ଯାଇଅଛି ଯେ ବାବା ରାମଦେବଙ୍କ କୋରୋନିଳକୁ ବିଶ୍ଵ ସ୍ଵାଷ୍ଠ ସଂଗଠନର ଅନୁମୋଦନ ମିଳିଛି। ଗୋଟିଏ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ହର୍ଶବର୍ଦ୍ଧନ ଏବଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଦକାରୀଙ୍କ ଉପସ୍ଥିତିରେ ବାବା ରାମଦେବ କହିଥିଲେ ଯେ “ଯେତେବେଳେ ଆମେ ଅନୁସନ୍ଧାନ କରି ପ୍ରମାଣ କରିଥିଲୁ ଯେ କୋରୋନିଳ କରୋନାକୁ ରୋକିବା, ଚିକିତ୍ସା କରିବା, କରୋନା ପରବର୍ତ୍ତୀ ପ୍ରଭାବ ଏବଂ କରୋନା ଜଟିଳତାକୁ ମୁକାବିଲା କରିବା ପାଇଁ ଏକତ୍ର କାର୍ଯ୍ୟ କରେ, ସମଗ୍ର ଦେଶ ଏବଂ ବିଶ୍ଵ ଏହାକୁ ଗ୍ରହଣ କରିଲା। ଆମକୁ ବର୍ତ୍ତମାନ ୧୫୦ ରୁ ଅଧିକ ଦେଶରେ କୋରୋନିଳ ବିକ୍ରିୟ କରିବାକୁ WHO ଦ୍ଵାରା ଅନୁମତି ଦିଆ ଯାଇଅଛି।“
ଏହି ବିଷୟରେ ସର୍ଚ କରିଲା ପରେ ଆମକୁ ଦକ୍ଷିଣ ଉତ୍ତର ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଗୋଟିଏ ଟୁଇଟ ଦେଖିବାକୁ ମିଳିଲା। ଏହି ଟୁଇଟରେ WHO କହିଛି ଯେ ଚିକିତ୍ସା ପାଇଁ ସେ କୌଣସି ପାରମ୍ପାରିକ ଔଷଧର ପ୍ରଭାବକୁ ସମୀକ୍ଷା କିମ୍ବା ଅନୁମତି ଦେଇ ନାହିଁ।
ଏହା ପରେ ଆମକୁ ପତାଞ୍ଜଳିର ପରିଚାଳନା ନିର୍ଦେଶକ ଆଚାର୍ଯ୍ୟ ବାଳାକୃଷ୍ଣନ କହିଛନ୍ତି ଯେ କୋରୋନିଳ WHO ର ‘ଭଲ ଉତ୍ପାଦନ ଅଭ୍ଯାସ’ ନିର୍ଦ୍ଦେଶାବଳିକୁ ପାଳନ କରୁଛନ୍ତି ଏବଂ ଏହି ପ୍ରମାଣପତ୍ରକୁ ଭାରତ ସରକାର ପ୍ରଦାନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ WHO ଔଷଧକୁ ଅନୁମୋଦନ କରେ ନାହିଁ କିମ୍ବା ପ୍ରତ୍ୟାଖାନ ମଧ୍ୟ କରେ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଇଛି ଯେ ପତାଞ୍ଜଳି ନିର୍ମିତ କୋରୋନିଳକୁ WHO ଅନୁମୋଦନ ଦେଇଥିବା ଦାବି ମିଥ୍ୟା ଅଟେ। ପତଞ୍ଜଳିର କୋରୋନିଳ ଭାରତ ସରକାରଙ୍କ ଅଧୀନରେ ଥିବା କେନ୍ଦ୍ରୀୟ ଦ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ସଂସ୍ଥାର ଆୟୁଷ ବିଭାଗ ଗୋଟିଏ ସିପିପି ଜାରି କରିଛି ଏବଂ WHO ଦ୍ଵାରା କୋରୋନିଳ ଅନୁମୋଦିତ କରା ଯାଇଥିବା ଦାବି ବିଭ୍ରାନ୍ତକାରୀ ଅଟେ।

Title:କ’ଣ ବାବା ରାମଦେବଙ୍କ ପତାଞ୍ଜଳି ଦ୍ଵାରା ନିର୍ମିତ କୋରୋନିଳକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ଦେଇଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Misleading