କୋରୋନା ର pH ସ୍ତର କେତେ ଅଟେ? କ’ଣ କ୍ଷାର ଖାଦ୍ୟ ସେବନ କରିଲେ କୋରୋନା ନଷ୍ଟ ହେଇଥାଏ? ଆସନ୍ତୁ ସତ୍ୟ କଣ ଜାଣିବା।

False Social
image.jpg

କୋରୋନା ନେଇ ଲୋକଙ୍କ ମଧ୍ୟରେ ସଚେତନା ନ ବଢେଇ ସୋସିଆଲ ମିଡିଆରେ କୋରୋନା ବିଷୟରେ ଅନେକ ଗୁଜବ ଭାଇରାଲ କରା ଯାଉଅଛି। ଏହା ମଧ୍ୟରୁ ଆମେ ଦେଖିବା କୁ ପାଇଛୁ ଯେ କିଛି ପୋଷ୍ଟ ଘରେ ତିୟାରି ପ୍ରତିକାର କୁ ନେଇ ଅନେକ ମେସେଜ ଭାଇରାଲ କରା ଯାଉଅଛି। ଏପରି ଗୋଟିଏ ପୋଷ୍ଟ ଆମ ସାମନା କୁ ଆସିଛି ଯେଉଁ ଥିରେ ଦାବି କରା ଯାଇଅଛି ଯେ କ୍ଷାର ଖାଦ୍ୟ ସେବନ କରିଲେ କୋରୋନା ନଷ୍ଟ ହୋଇଥାଏ। ଆମେ ଏହି ବିଷୟରେ ଅନୁସନ୍ଧାନ କରିଲା ପରେ ଏହା ମିଥ୍ୟା ବୋଲି ଜାଣିବା କୁ ପାଇଲୁ। ଆସନ୍ତୁ ଜାଣିବା ଏହି ପୋଷ୍ଟରେ କଣ କୁହା ଯାଇଅଛି। 

ପୋଷ୍ଟରେ କୁହା ଯାଇଅଛି ଯେ କୋରୋନା ଭୂତାଣୁ କୁ ପରାସ୍ତ କରିବା ପାଇଁ ଭୂତାଣୁର pH ସ୍ତରରୁ ଅଧିକ କ୍ଷାରୀୟ ଖାଦ୍ୟ ଖାଇବା ଦରକାର। ସେମାନଙ୍କ ମଧ୍ୟରୁ କିଛି ଖାଦ୍ୟ ହେଉଛି:- 

ଲେମ୍ବୁ9.9
ଚୂନ 8.2
ଆଭୋକାଡୋ 15.6
ରସୁଣ13.2
ଆମ୍ବ8.7
ଟାଙ୍ଗରାଇନ 8.5
ଧନିଆ ପତ୍ର 12.7
ଦାଣ୍ଡେଲିନ22.7
କମଳା9.2
screenshot-fnb.sharechat.com-2020.07.20-14_37_10.jpg

Archive

ଏହି ପୋଷ୍ଟ ଟୁଇଟରରେ ମଧ୍ୟ ଭାଇରାଲ ହେଇଥିବା ଦେଖିବା କୁ ମିଳିଛି। 

Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାବା ଅନୁସନ୍ଧାନ ସଂଶୋଧନ କେନ୍ଦ୍ର ଫୋନ ଲଗାଇ ଡାଃ ଶରଦ କାଲେ ସହିତ କଥା ହେଳୁ। ଡାଃ ଶରଦ କାଲେଙ୍କ କହିବା ଅନୁଯାୟୀ ଏହି ଖବର ସମ୍ପୂର୍ଣ ଭାବେ ମିଥ୍ୟା ଅଟେ ଏବଂ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ କୋରୋନା ଭୂତାଣୁର କୌଣସି pH ସ୍ତର ଥାଏ ନାହିଁ, ସେଥି ପାଇଁ କ୍ଷାରୀୟ ସେବନ କରିଲେ କୋରୋନା ଭୂତାଣୁ ପରାସ୍ତ ହେବା କଥା ଅର୍ଥହିନ ଅଟେ। 

ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠାନ (WHO) ଭାଇରୋଲୋଜିଷ୍ଟ ଓଏୱାଲେ ଟୋମୋରି ଆଫ୍ରିକା ଚେକ୍ କୁ କହିଛନ୍ତି ଯେ କୋରୋନା ଭୂତାଣୁର pH ସ୍ତର ବିଷୟର ଦାବି ମିଥ୍ୟା ଅଟେ। କୋରୋନା ଭାଇରସର ପେଟ ସହିତ କୌଣସି ସମ୍ବନ୍ଧ ନାହିଁ, ସେଥିପାଇଁ କ୍ଷାରୀୟ ଖାଦ୍ୟ ସେବନ କରିଲେ କୋରୋନା ପରାସ୍ତ ହେବ ନାହିଁ। 

ଆସନ୍ତୁ ଜାଣିବା pH ସ୍ତର କଣ-

pH ହେଉଛି ଜଳୀୟ କିମ୍ବା ଅନ୍ୟାନ୍ୟ ତରଳ ଦ୍ରବଣର ଅମ୍ଳତା କିମ୍ବା ମଳିକତାର ପରିମାନିକ ମାପ। ୭ ରୁ କାମ pH ଥିବା ଦ୍ରବଣ କୁ ଅମ୍ଳିୟ ବୋଲି କୁହା ଯାଏ ଏବଂ ୭ ରୁ ଅଧିକ pH ସ୍ତର ଥିବା ଦ୍ରବଣକୁ ମଲିକ ବୋଲି କୁହା ଯାଏ। କୌଣସି ମଧ୍ୟ ଖାଦ୍ୟର pH ସ୍ତର 0 ରୁ ୧୪ ମଧ୍ୟରେ ଥାଏ। 

୭ ରୁ କମ pH ସ୍ତର ମାନେ: ଅମ୍ଳୀୟ

ସମାନ ୭ pH ସ୍ତର ମାନେ: ନିରପେକ୍ଷ

୭ ରୁ ଅଧିକ pH ସ୍ତର ମାନେ: କ୍ଷାର

An-Education-Poster-of-pH-Scale-illustration-VectorBlueRingMedias.jpg

ମେସେଜରେ ଦାବି କରା ଯାଇଅଛି ଯେ ଆଭୋକାଡୋର pH ସ୍ତର ୧୫.୬ ଏବଂ ଦାଣ୍ଡେଲିଅନର ୨୨.୫ ଅଟେ। ଏହା ବିଜ୍ଞାନର ବାହାରେ। ଡାଃ କାଲେ କହିବା ଅନୁଯାୟୀ “କେବଳ ଗୋଟିଏ ମୂର୍ଖ ଲୋକ ଯାହାକୁ ବିଜ୍ଞାନ ବିଷୟରେ କୌଣସି ଜ୍ଞାନ ନାହିଁ ଏପରି ନିରର୍ଥକ ମେସେଜ ଭାଇରାଲ କରି ପାରିବ।“ ଲେମ୍ବୁର ପିଏଚ ସ୍ତର ୧ ରୁ ୧.୫ ମଧ୍ୟର ରହି ଥାଏ, କିନ୍ତୁ ମେସେଜରେ ଏହାର ସ୍ତର ୯.୯  କୁହା ଯାଇଅଛି। ଫେକ୍ଟ କୃସେଣ୍ଡୋ ମରାଠୀ ଏବଂ ଏଙ୍ଗ୍ରାଜି ଏହୋଇ ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛନ୍ତି। 

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ଭାଇରାଲ ହେଉଥିବା ମେସେଜରେ କୌଣସି ସତ୍ୟତା ନାହିଁ। ମେସେଜରେ ବିଭିନ୍ନ ଜିନିଷର pH ସ୍ତର ମୂଲ୍ୟ ମଧ୍ୟ ଭୁଲ ଲେଖା ଯାଇଅଛି। BARC ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ମେସେଜ ସମ୍ପୂର୍ଣ ଭାବେ ଅର୍ଥହିନ ଅଟେ ଏବଂ କୋରୋନାର ଖାଦ୍ୟ ବା ପେଟ ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କୋରୋନା ର pH ସ୍ତର କେତେ ଅଟେ? କ’ଣ କ୍ଷାର ଖାଦ୍ୟ ସେବନ କରିଲେ କୋରୋନା ନଷ୍ଟ ହେଇଥାଏ? ଆସନ୍ତୁ ସତ୍ୟ କଣ ଜାଣିବା।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *