
22 ଡିସେମ୍ବରରେ Subhasis Sarangi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ BBC hindi NEWS ନ୍ୟୁଜର ଏକ ଟ୍ୱିଟ ପୋଷ୍ଟ କରିଛନ୍ତି। ଏହି ଟ୍ୱିଟରେ ଲେଖା ଯାଇଛି ଯେ, ଲଖନଉରେ CAA ବିରୋଧରେ ହେଉଥିବା ପ୍ରଦର୍ଶନରେ ଏକ ପ୍ରଦର୍ଶନକାରି NDTV ର ଭ୍ୟାନରେ ନିଆଁ ଲଗାଇ ଜାଳି ଦେବାର ଦାବି କରାଯାଇଛି। ଭାଇରାଲ ଟ୍ୱିଟରେ ଏହା ମଧ୍ୟ ଲେଖା ଯାଇଛି ଯେ, ଭ୍ୟାନର ଡ୍ରାଇଭର ପ୍ରଦର୍ଶନକାରିଙ୍କୁ ରୋକିବା ସହିତ ଭ୍ୟାନଟି NDTV ନ୍ୟୁଜର ବୋଲି କହିଥିଲେ। ହେଲେବି ଉପଦ୍ରବ ଜଣକ ଡ୍ରାଇବର କିଛି କଥା ନ ଶୁଣି ଭ୍ୟାନକୁ ଜାଳି ଦେଲେ।

ଏଠାରେ ପୋଷ୍ଟର ଲିଙ୍କ୍ ଦେଖନ୍ତୁ-Facebook । Archive
ତେବେ ପୋଷ୍ଟରେ କରାଯାଇଥିବା ଟ୍ୱିଟ କ’ଣ ସତ୍ୟ ଅଟେ ? ଯଦି ପୋଷ୍ଟ ସତ୍ୟ ଅଟେ ତେବେ ଟ୍ୱିଟରେ କରାଯାଇଥିବା ଦାବି କ’ଣ ସତ୍ୟ ଅଟେ? କ‘ଣ CAA ପ୍ରଦର୍ଶନ ସମୟରେ ପ୍ରଦର୍ଶନକାରି NDTV ଚ୍ୟାନେଲ ଭ୍ୟାନ ଜାଳି ଦେଇଥିଲେ? ଏହାର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-ଅନୁସନ୍ଧାନ ଆରମ୍ଭରେ ଆମେ ଏହି ନ୍ୟୁଜକୁ ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଆମକୁ NDTV ନ୍ୟୁଜ ପେଜରେ ଏହାକୁ ନେଇ ଏକ ନ୍ୟୁଜ ମିଳିଲା। 19 ଡିସେମ୍ବରେ ପ୍ରକାଶିତ ହୋଇଥିବା ଏହି ନ୍ୟୁଜ ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଲଖନଉରେ CAA ବିରୋଧ ପ୍ରଦର୍ଶନ ସମୟରେ କିଛି ଉପଦ୍ରବ ପଥର ମାରୁଥିଲେ। ଏହି ପଥର ମାରୁଥିବା ସମୟରେ କିଛି ପୋଲିସ ଗାଡ଼ି ଏବଂ ନ୍ୟୁଜ ଚ୍ୟାନେଲ ଓବି ଭ୍ୟାନର କ୍ଷ୍ୟତି ହୋଇଛି ଏବଂ NDTV ଭ୍ୟାନର ଟେକ୍ନିସିଆନ କିଛି ମାତ୍ରାରେ ଆହତ ହେବାର କୁହାଯାଇଛି। କିନ୍ତୁ ନ୍ୟୁଜରେ NDTV ନ୍ୟୁଜ ଚ୍ୟାନେଲର ଭ୍ୟାନକୁ ଜାଳି ଦେବାର କୌଣସି ସୂଚନା ଦିଆ ଜାଇ ନାହିଁ।

ଏଠାରେ ଲିଙ୍କ୍ ଦେଖନ୍ତୁ- NDTV । Archive
ଏହାପରେ ଆମେ ଟ୍ୱିଟ କ‘ଣ ସତରେ BBC NEWS ଦ୍ୱାରା କରାଯାଇଛି ଏହାକୁ ନେଇ ସର୍ଚ କରିଲୁ। ସର୍ଚରେ ଆମକୁ BCC HINDI ନ୍ୟୁଜର ଏଡିଟର Mukesh Sharmaର ଏକ ଟ୍ୱିଟ ପାଇଲୁ। ମୁକେସ ସର୍ମା ଭାଇରାଲ ଟ୍ୱିଟକୁ ରି ଟ୍ୱିଟ କରି ଲଖିଛନ୍ତି ଯେ, ଭାଇରାଲ ହେଉଥିବା ଟ୍ୱିଟ ଗୁଜବ ଅଟେ। BCC HINDI ଏପରି କୌଣସି ଟ୍ୱିଟ କରିନାହଁ।

ଏଠାରେ ଲିଙ୍କ୍ ଦେଖନ୍ତୁ- Twitter । Archive
ଶେଷକଥା-
ଅନୁସନ୍ଧାନରୁ ଆମେ ପାଇଲୁ ଯେ, BCC HINDI ନ୍ୟୁଜ ନାମରେ ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। BCC HINDI ଦ୍ୱାରା ଏପରି କୌଣସି ଟ୍ୱିଟ କରାଯାଇ ନାହିଁ। ଏହା ସହିତ ପ୍ରଦର୍ଶନ ସମୟରେ NDTV ଚ୍ୟାନେଲର ଭ୍ୟାନର କିଛି କ୍ଷ୍ୟତି ହୋଇଛି କିନ୍ତୁ ଭ୍ୟାନକୁ ପ୍ରଦର୍ଶନକାରି ଜାଳି ନାହାନ୍ତି। ତେଣୁ ଭାଇରାଲ ଟ୍ୱିଟ ମିଥ୍ୟା ଅଟେ।

Title:BCC ହିନ୍ଦି ନାମରେ ଏକ ମିଥ୍ୟା ଟ୍ୱିଟ ସୋସିଆଲ ମିଡିଆରେ ହେଉଛି ଭାଇରାଲ।
Fact Check By: Saritadevi SamalResult: False