ଲକ୍ଷ୍ନୌର ଏକ ସ୍କୁଲରେ ଭାରତ ମାତା ମୁଣ୍ଡରୁ ମୁକୁଟ ହଟାଇ ଜାଲି ଟୋପି ପିନ୍ଧାଗଲା? ଜାଣନ୍ତୁ ସତ୍ୟତା. . 

Missing Context Social

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ସହ ଦାବି ହେଉଛି ଯେ ସ୍ୱାଧୀନତା ଦିବସ ଅବସରରେ ଲକ୍ଷ୍ନୌର ଏକ ବିଦ୍ୟାଳୟରେ ଭାରତ ମାତାର ଭୂମିକାରେ ଅଭିନୟ କରୁଥିବା ଝିଅର ମୁକୁଟ ହଟାଇ ତାକୁ ନମାଜ ପଢ଼ିବାକୁ କୁହାଗାଲା। ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶ ରେ ବିଜେପି ଥାଇ ମଧ୍ୟ କଂଗ୍ରେସ ସମୟ ର ଅବସ୍ଥା ଆଜି ମଧ୍ୟ ବଜାୟ ଅଟେ । ମୁସଲମାନ ବହୁଳ ସ୍ଥାନ ଏକ ସ୍କୁଲ୍ ରେ ଭାରତ ମାତା ମୁଣ୍ଡରୁ ମୁକୁଟ ହଟାଇ ଜାଲି ଟୋପି ପିନ୍ଧା ଯାଉଛି। 

Engr Ashesh Nayak ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଏଇଥି ପାଈଁ ମୁଁ କୁହେ ଯେ ଧର୍ମର ସୁରକ୍ଷା ପଇଁ କୌଣସି ରାଜନୈତିକ ଦଳ ଉପରେ ଭରଷା ରଖନ୍ତୁ ନାହିଁ , ନଚେତ୍ ହିନ୍ଦୁ ଠକାମିରେ ପଡ଼ିଯିବ । ଉତ୍ତର ପ୍ରଦେଶ ରେ ବିଜେପି ଥାଇ ମଧ୍ୟ କଂଗ୍ରେସ ସମୟ ର ଅବସ୍ଥା ଆଜି ମଧ୍ୟ ବଜାୟ ଅଟେ । ମୁସଲମାନ ବହୁଳ ସ୍ଥାନ ଏକ ସ୍କୁଲ୍ ରେ ଭାରତ ମାତା ମୁଣ୍ଡରୁ ମୁକୁଟ ହଟାଇ ଜାଲି ଟୋପି ପିନ୍ଧା ଯାଉଛି

ଫେସବୁକଆର୍କାଇଭ

ଅନୁସନ୍ଧାନ-

ଅଗଷ୍ଟ 15 ରେ ଆଜ ତକ ୱେବସାଇଟରେ ପ୍ରକାଶିତ ଖବରରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବଜାର ଖାଲା ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଶିଶୁ ଭାରତ ବିଦ୍ୟାଲୟଙ୍କର ଅଟେ।

ପ୍ରକାଶିତ ଖବର ଅନୁସାରେ ଏହି ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଅବସରରେ କିଛି ଛାତ୍ର “ଭାରତର ଚାରି ପୁଅ” ନାମକ ଏକ ନାଟକ ପରିବେଷଣ କରିଥିଲେ। ଏଥିରେ ସେମାନେ ସାମାଜିକ ଭାଇଚାରା ବଜାୟ ରଖିବା ଏବଂ ଝଗଡ଼ା ନକରିବା ପାଇଁ ବାର୍ତ୍ତା ଦେଉଥିଲେ। ଏହି ନାଟକରେ ସେ ସମସ୍ତ ଧର୍ମ ବିଷୟରେ କହିଛନ୍ତି।

ଭିଡିଓ ଭାଇରାଲ ହେବା ପରେ ଲକ୍ଷ୍ନୌ ପୋଲିସ ଏହାର ତଦନ୍ତ କରିଥିଲା। ଏଥିରେ ପୋଲିସ ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଛି ଏବଂ ସାଇବର ସେଲ ସହାୟତାରେ ଏହି ଭିଡିଓ ସେୟାର କରିଥିବା ଘଟଣାର ତଦନ୍ତ ଚାଲିଛି।

ଏହି ସୂଚନାକୁ ଦୃଷ୍ଟିରେ ରଖି ଆମେ ବଜାର ଖାଲା ଡିଏସପି ସୁନୀଲ କୁମାର ଶର୍ମାଙ୍କ ସହ ଯୋଗାଯୋଗ କରିଥିଲୁ। ସେ ଆମକୁ କହିଛନ୍ତି ଯେ “ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଅସମ୍ପୂର୍ଣ୍ଣ ଅଟେ। କେହି କେହି ମୂଳ ଭିଡିଓର ଏକ ସଂକ୍ଷିପ୍ତ କ୍ଲିପ୍ ସେୟାର କରିଛନ୍ତି। ଭାଇରାଲ ଭିଡିଓ ସହିତ ମିଥ୍ୟା ଦାବି କରାଯାଉଛି। ଆମେ ଆମର ଟ୍ୱିଟର ହ୍ୟାଣ୍ଡେଲରେ ଏହା ସ୍ପଷ୍ଟ କରିଛୁ। 

ମୂଳ ଭିଡିଓ ପୋଲିସ କମିଶନର ଲକ୍ଷ୍ନୌର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ମିଳିଥିଲା। ଏଥିରେ ଆପଣ ଦେଖିପାରିବେ ଯେ ପିଲାମାନେ ପ୍ରତ୍ୟେକ ଧର୍ମର ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ପ୍ରଥମେ ସେମାନେ ହିନ୍ଦୁ ଧର୍ମ ଅନୁଯାୟୀ ଉପାସନା କଲେ, ପରେ ନମାଜ ପଢ଼ିଲେ , ତାପରେ ଶିଖ ଧର୍ମ ଏବଂ ଖ୍ରୀଷ୍ଟିଆନ ଧର୍ମରେ ମଧ୍ୟ ପ୍ରାର୍ଥନା କରିଥିଲେ। 

ଆପଣ ନିମ୍ନରେ ଥିବା ତୁଳନାତ୍ମକ ଭିଡିଓରେ ଭାଇରାଲ୍ ଭିଡିଓ ଏବଂ ମୂଳ ଭିଡିଓ ମଧ୍ୟରେ ପାର୍ଥକ୍ୟ ଦେଖିପାରିବେ।

ଲକ୍ଷ୍ନୌ ପୋଲିସ ଏହାକୁ ନେଇ ଟ୍ୱିଟ ମାଧ୍ୟମରେ ସ୍ପଷ୍ଟୀକରଣର ଦେଇଛି।। ଆପଣ ତାହା ମଧ୍ୟ ନିମ୍ନରେ ଦେଖିପାରିବେ।

ସିଦ୍ଧାନ୍ତ-

 ତଥ୍ୟ ଯାଞ୍ଚ କରିବା ପରେ ଏହା ସ୍ପଷ୍ଟ ହେଲା ଯେ,  ଭାଇରାଲ୍ ଭିଡିଓ ସହିତ କରାଯାଇଥିବା ଦାବି ଭ୍ରମାତ୍ମକ ଅଟେ। ଏହି ଭିଡିଓ ଅସମ୍ପୂର୍ଣ୍ଣ ଅଟେ। ମୂଳ ଭିଡିଓରେ ଭାରତ ମାତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଝିଅ ସମସ୍ତ ଧର୍ମ ବିଷୟରେ ଉପସ୍ଥାପନା ଦେଇଥିଲେ। ଏହି ନାଟକ ପ୍ରେମ ଏବଂ ଶୁଭେଚ୍ଛାର ବାର୍ତ୍ତା ଦେଇଥିଲା।

Avatar

Title:ଲକ୍ଷ୍ନୌର ଏକ ସ୍କୁଲରେ ଭାରତ ମାତା ମୁଣ୍ଡରୁ ମୁକୁଟ ହଟାଇ ଜାଲି ଟୋପି ପିନ୍ଧାଗଲା? ଜାଣନ୍ତୁ ସତ୍ୟତା. .

Fact Check By: Saritadevi Samal 

Result: Missing Context

Leave a Reply

Your email address will not be published. Required fields are marked *