
ସୋସିଆଲ ମିଡିଆରେ ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସନ୍ନ ବାଜପାଇଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଙ୍ଗଳାରେ ରେଡ୍ ପଡିଲା, ପ୍ରସିଦ୍ଧ ସାମ୍ବାଦିକଙ୍କ ଜବରଦସ୍ତ ଖୁଲାସା ଲାଇଭ୍ କହୁଥିବା ଦାବି କରାଯାଉଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ୍ ଭିଡିଓରେ, ଦୁଇଟି ଭିନ୍ନ୍ ଭିଡ଼ିଓ କ୍ଲିପକୁ ମିଶାଇ ଖବର ପ୍ରସ୍ତୁତ କରାଯାଇଛି।
6 ଜୁଲାଇରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଙ୍ଗଳାରେ ରେଡ୍ ପଡିଲା, ପ୍ରସିଦ୍ଧ ସାମ୍ବାଦିକଙ୍କ ଜବରଦସ୍ତ ଖୁଲାସା ଲାଇଭ୍ । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅଧିକରୁ ଅଧିକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଭିଡିଓ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓରେ ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସନ୍ନ ବାଜପାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଙ୍ଗଳାରେ ରେଡ୍ ପଡିଥିବାର ଖୁଲାସା କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳୁଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।
ପ୍ରଥମ ଫଟୋ-
ଭିଡିଓର ପ୍ରଥମ ଫଟୋ ଆମକୁ ommcomnews ପେଜରେ ମିଳିଲା। ଯାହାକି 2017ରେ ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁସାରେ ଭାଇରାଲ ଫଟୋ କର୍ଣ୍ଣାଟକ ମିନିଷ୍ଟର ଘରେ ଟାକ୍ସ ରେଡ୍ ପଡ଼ିଥିବାର ଫଟୋ ଅଟେ। ଫଟୋର ବିଜେପି କିମ୍ବା ବଙ୍ଗଳା ନିର୍ବାଚନ ସହ କୋଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-ommcomnews । Archive
ଦ୍ୱିତିୟ ଫଟୋ-
ଦ୍ୱିତିୟ ଫଟୋ ଆମକୁ economictimes ପେଜରେ 2 ନଭେମ୍ବର 2014ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଭାଇରାଲ ଫଟୋରେଥିବା ନେତାର ଫଟୋ କଳାଧନ ସମ୍ପର୍କରେ ସମାଲୋଚନା କରିବା ଉଦେଷ୍ୟରେ ବ୍ୟବହାର କରାଯାଇଥିଲା। ଫଟୋର ବର୍ତ୍ତମାନ ବଙ୍ଗଳା ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ତୃତିୟ ଫଟୋ-
500 ଟଙ୍କାର ନେଟ୍ ବଣ୍ଡଲ ଫଟୋ ଆମକୁ deccanchronicle ପେଜରେ ମିଳିଲା। ଯାହାକି 2014ରେ ପ୍ରକାଶତ କରାଯାଇଥିଲା। ଖବର ଅନୁସାରେ ଏହି ଫଟୋ ମଧ୍ୟ କଳାଧନ ସମ୍ପର୍କରେ କୁହାଯାଇଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-deccanchronicle
ଚତୁର୍ଥ ଫଟୋ-
ଏହା ପରେ, ପରବର୍ତ୍ତୀ ଫଟୋ ଯେଉଁଥିରେ 1000-500 ନୋଟ୍ ଅଛି, indiatvnews ନ୍ୟୁଜ୍ ପେଜରେ ମିଳିଲା। ଯାହାକି 2014 ପ୍ରକାଶିତ ହୋଇଥିବାର ଦେଖାଯାଉଛନ୍ତି। ଖବର ଅନୁସାରେ ଭାଇରାଲ ଫଟୋର ବର୍ତ୍ତମାନ ବଙ୍ଗଳା ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- indiatvnews । Archive
ପଞ୍ଚମ ଫୋଟ-
ଭିଡିଓରେ ଦେଖାଯାଇଥିବା ପରବର୍ତ୍ତୀ ଫଟୋ timesofindia ପ୍ରକାଶିତ ହୋଇଥିବାର ପାଇଲୁ। ଯେଉଁଥିରେ କଳା ପୋଷାକ ପିନ୍ଧିଥିବା ଦୁଇଜଣ ବ୍ୟକ୍ତି ନୋଟ୍ ବଣ୍ଡଲ ଧରିଥିବାର ଦେଖିଯାଉଛି ତାହା ଜଣେ ବ୍ୟବସାୟୀଙ୍କ ଘରେ ଛପା ମାରାଯାଇଥିବା ଘଟଣାର ଅଟେ। ଭାଇାଲ ଫଟୋ 25 ଡିସେମ୍ବର 2016ରେ ପ୍ରକାଶିତ କରାଯାଇଛି। ଭାଇରାଲ ଫଟୋର ବର୍ତ୍ତମାନ ବଙ୍ଗଳା ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- timesofindia । Archive
ଫଟୋ-6,7
deccanherald. ପେଜରେ ଆମକୁ ଷଷ୍ଠ ଫଟୋ ମିଳିଲା। ଯାହାର 2016ରେ ପ୍ରକାଶିତ ହୋଇଥିଲା। ସପ୍ତମ ଫଟୋ ଆମକୁ ndtv ପେଜରେ ପାଇଲୁ। ଯାହାକି 21 ଡିସେମ୍ବର 2016ରେ ପ୍ରକାଶିତ କରାଯାଇଥିଲା। ପ୍ରକାଶିତ ଖବର ଅନୁସାରେ ଇନକମ ଟାକ୍ସ ଡିପାର୍ଟମେଣ୍ଟରେ ଦେଶର ବିଭିନ୍ନ ସ୍ଥାନରୁ 3100 କୋଟି ଟଙ୍କା ମୂଲ୍ୟର ନୂତନ ଏବଂ ପୁରୁଣା ନୋଟ ଜବତ କରାଯାଇଛି। ଭାଇରାଲ ଫଟୋର ବର୍ତ୍ତମାନ ବଙ୍ଗଳା ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- ndtv । Archive
ଭାଇରାଲ୍ ଭିଡିଓ କ୍ଲିପ୍ 1 ଜୁଲାଇ 2021 ରେ ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସୁନ୍ ବାଜପାଇଙ୍କ ଅଫିସିଆଲ୍ Youtube ଚ୍ୟାନେଲରେ ଅପଲୋଡ୍ ହୋଇଥିବାର ପାଇଲୁ। “ରାଜନୈତିକ ଦୁର୍ନୀତି: ଅର୍ଥନୈତିକ ସଂସ୍କାର କିପରି ରାଜନୈତିକ ଲୁଟ୍ ନୁହେଁ (कैसे विनिवेश और निजीकरण इक्नामिक रिफार्म नहीं पॉलेटिकल लूट है…) ଏହା ଭିଡିଓର ଶୀର୍ଷକରେ ଲେଖାଯାଇଛି। ଏହି ଭିଡିଓରେ ପୁଣ୍ୟ ପ୍ରସନ୍ନ ବାଜପାଇ ଲୋକସଭା ତଥା ବିଧାନସଭା ନିର୍ବାଚନରେ ପ୍ରତ୍ୟେକ ଆସନରେ କୋଟି କୋଟି ଟଙ୍କା ଖର୍ଚ୍ଚ, ସରକାରୀ ଅନୁଷ୍ଠାନଗୁଡିକର ବିନିଯୋଗ ଏବଂ ଘରୋଇକରଣକୁ ବିଶ୍ଳେଷଣ କରିଛନ୍ତି। । ଭିଡିଓରେ ବରିଷ୍ଠ ସାମ୍ବାଦିକମାନେ ଘରୋଇକରଣ ନାମରେ ଅର୍ଥନୈତିକ ସଂସ୍କାରକୁ ରାଜନୈତିକ ଲୁଟ୍ ବୋଲି କହିଛନ୍ତି। ସେ ଆଗାମୀ ୟୁପି ବିଧାନସଭା ନିର୍ବାଚନରେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି, ନିର୍ବାଚନରେ ବ୍ୟାଙ୍କ, ଏନପିଏ, ଏଲଆଇସି ଏବଂ ଘରୋଇକରଣରୁ ସରକାର କିପରି ଲାଭ କରୁଛନ୍ତି, ଏହି ସବୁ ପ୍ରସଙ୍ଗ ଉପରେ ମଧ୍ୟ ସେ ଆଲୋଚନା କରିଛନ୍ତି।
ତାଙ୍କର ଏହି ଭିଡିଓରେ ଆମକୁ ଭାଇରାଲ ଭିଡିଓରେ ଦାଖାଯାଉଥିବା ଫଟୋ ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଭିଡିଓ କ୍ଲିପ୍ ରେ ଦେଖାଯାଇଥିବା ଫଟୋଗୁଡ଼ିକ ପୁରୁଣା ଏବଂ କଳା ଟଙ୍କା ଏବଂ ବିମୁଦ୍ରୀକରଣ ପରବର୍ତ୍ତୀ ଆୟକର ଚଡ଼ାଉରେ ନୋଟ୍ ପୁନରୁଦ୍ଧାର ସମ୍ବନ୍ଧୀୟ ଅଲଗା ଅଲଗା ମିଡିଆ ରିପୋର୍ଟଗୁଡିକରେ ପ୍ରକାଶିତ କରାଯାଇଛି।
ଶେଷକଥା-
ଅନୁସନ୍ଧାନରେ ସ୍ପଷ୍ଟ ହେଲୁ ଯେ, ଦୁଇଟି ଭିନ୍ନ୍ ଭିଡ଼ିଓ କ୍ଲିପକୁ ମିଶାଇ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଙ୍ଗଳାରେ ରେଡ୍ ଏବଂ ପ୍ରଷିଦ୍ଧ ସାମ୍ବାଦିକ ଜବରଦସ୍ତ ଖୁଲାସା ଲାଇଭ୍ କରୁଥିବା ମିଥ୍ୟା ଦାବିରେ ଭାଇରା କରାଯାଉଛି।

Title:ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସନ୍ନ ବାଜପାଇ ମୋଦୀଙ୍କ ବଙ୍ଗଳାରେ ରେଡ୍ ପଡିଥିବାର ଖୁଲାସା କରୁଛନ୍ତି ?
Fact Check By: Saritadevi SamalResult: False
