
ଦୁଇ ମହିଳାଙ୍କ ମଧ୍ୟରେ ସଂଘର୍ଷର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁଇ ମହିଳା ଏବଂ ତାଙ୍କ ଆଖ-ପାଖରେ ଥିବା ଲୋକେ ଓକିଲଙ୍କର ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଲିଛନ୍ତି।
ଦାବି କରାଯାଇଛି ଯେ ଏହି ସଂଗ୍ରାମ ମହାରାଷ୍ଟ୍ରର ଜଣେ ଓକିଲ ଏବଂ ବିଚାରପତିଙ୍କ ମଧ୍ୟରେ ହୋଇଥିଲା।
କିନ୍ତୁ, ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଛି। ଏହା ଉତ୍ତରପ୍ରଦେଶର ଏକ ଘଟଣା ଯେଉଁଠାରେ ଦୁଇ ମହିଳା ଓକିଲଙ୍କ ମଧ୍ୟରେ ଝଗଡା ହୋଇଥିଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, ଏହା ପ୍ରଥମ ଥର ଦେଖିବାକୁ ମିଳିଛି ଯେ ମହାରାଷ୍ଟ୍ରରେ ଜଣେ ମହିଳା ବିଚାରପତି ଏବଂ ଜଣେ ମହିଳା ଓକିଲଙ୍କ ମଧ୍ୟରେ ଝଗଡା ହେଉଛି। ଏହା ସହିତ ପୋଷ୍ଟରେ କୁହା ଯାଇଛି, “ଏହା ହେଉଛି ଦେଶର ଆଇନଜୀବୀ ମାନଙ୍କର ସ୍ଥିତି”
ଆମ ଅନୁସନ୍ଧାନ:
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୨୯ ଅକ୍ଟୋବର ୨୦୨୨ ରେ ଦି ପ୍ରିଣ୍ଟ ୱେବସାଇଟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ଏହି ରିପୋର୍ଟରେ ଆମେ ସମାନ ଘଟଣାର ଏକ ଫୋଟୋ ମଧ୍ୟ ପ୍ରକାଶିତ ହେଇଥିବା ପାଇଲୁ। ରିପୋର୍ଟ ଅନୁଯାୟୀ, ଏହି ଘଟଣା ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାର ଏକ ପରିବାର କୋର୍ଟରେ ଘଟିଛି। ଉଭୟ ମହିଳା ଓକିଲ ଥିଲେ। ସେମାନେ ଏକ ଦମ୍ପତିଙ୍କ ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ କୋର୍ଟକୁ ଆସିଥିଲେ।
ବିପକ୍ଷ ଓକିଲ ଏବଂ ତାଙ୍କ କ୍ଲାଏଣ୍ଟଙ୍କ ଦ୍ଵାରା ତାଙ୍କ ଉପରେ ହେଇଥିବା ଆକ୍ରମଣକୁ ନେଇ ଓକିଲ ୟୋଗ୍ଯତା ସକ୍ସେନା କାସଗଞ୍ଜ ପୋଲିସ ନିକଟରେ ଏକ ମାମଲା ରୁଜୁ କରିଥିଲେ। ଏକ ପାରିବାରିକ ସମସ୍ଯାର ସମାଧାନ କରିବା ପାଇଁ ଦୁଇ ଓକିଲ କୋର୍ଟ ଆସିଥିଲେ।

କାସଗଞ୍ଜ ପୋଲିସ ମଧ୍ୟ ଟ୍ୱିଟ୍ କରି କହିଛି ଯେ “କାସଗଞ୍ଜରେ ୨୭ ଅକ୍ଟୋବର ୨୦୨୨ ରେ ଘଟିଥିବା ଏକ ଘଟଣାରେ ସମ୍ପୃକ୍ତ ବିଭାଗ ଅଧୀନରେ ଚାର୍ଜ ଶୀଟ୍ ପଞ୍ଜିକରଣ କରି ଆଗୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।“
୨ ମାସ ପୂର୍ବରୁ ନବଭାରତ ଟାଇମ୍ସର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ସମାନ ଭିଡିଓ ଆମେ ପାଇଲୁ। ରିପୋର୍ଟ ଅନୁଯାୟୀ, ଏହି ଘଟଣା ଉତ୍ତରପ୍ରଦେଶର କାସଗଞ୍ଜରେ ଥିବା ଏକ ପାରିବାରିକ କୋର୍ଟ ପରିସରରେ ଘଟିଥିଲା। ଏହି ଦୁଇ ମହିଳା ଓକିଲ ଏକ ମାମଲାରେ କୋର୍ଟକୁ ଆସିଥିଲେ କିନ୍ତୁ ପରେ ତାଙ୍କ ମଧ୍ୟରେ ଏକ ଯୁକ୍ତିତର୍କ ହୋଇଥିଲା ଯାହା ଏକ ଝଗଡାରେ ପରିଣତ ହୋଇଥିଲା। ଏହି ଝଗଡା ବନ୍ଦ କରିବାକୁ ମହିଳା ପୋଲିସକୁ ହସ୍ତକ୍ଷେପ କରିବାକୁ ପଡିଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ମହାରାଷ୍ଟ୍ରର ଜଣେ ବିଚାରପତି ଏବଂ ଜଣେ ଓକିଲଙ୍କ ମଧ୍ୟରେ ଏହି ଝଗଡା ହୋଇନଥିଲା। ଏହି ଘଟଣା ଉତ୍ତରପ୍ରଦେଶର କାସଗଞ୍ଜରୁ ଆସିଛି ଯେଉଁଠାରେ ଯୁକ୍ତିତର୍କ ପରେ ଦୁଇଜଣ ଓକିଲ ଲଢେଇ କରିଥିଲେ।

Title:ଉତ୍ତରପ୍ରଦେଶର ଏକ କୋର୍ଟରେ ଦୁଇ ଓକିଲଙ୍କ ମଧ୍ୟରେ ସଂଘର୍ଷର ଭାଇରାଲ ଭିଡିଓକୁ ମହାରାଷ୍ଟ୍ରର ଏକ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
