ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ମୋଦୀ ସରକାରଙ୍କ ଉପରେ କଡ଼ା ଅଭିଯୋଗ ଲଗାଇଥିଲେ। ଏହା ପରେ ବିଜେପି ଏହାର ପ୍ରତିଶୋଧ ନେଇ କହିଛି ଯେ କଂଗ୍ରେସ ନେତାମାନେ ନିଜ ଦେଶକୁ ବିଦେଶୀ ଦେଶରୁ ବଦନାମ କରିବା କାମ କରୁଛନ୍ତି। ଏହି ସମସ୍ତ ଅଭିଯୋଗ ଏବଂ ପ୍ରତିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 22 ସେକେଣ୍ଡର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି।

ଏହି ଭିଡିଓରେ ମୋଦୀଙ୍କୁ କହିବାର ଶୁଣିବାକୁ ମିଳିଛି ଯେ, “ମୁଁ ଜାଣେ ନାହିଁ ମୋର ପୂର୍ବ ଜନ୍ମରେ ମୁଁ କେଉଁ ପାପ କରିଥିଲି ଯେ ମୁଁ ଭାରତରେ ଜନ୍ମ ନେଇଛି, ଏହା କ’ଣ ଏକ ଦେଶ? ଏହା କ’ଣ କିଛି ସରକାର? ଏହା କ’ଣ ଲୋକମାନେ? ଚାଲ ଛାଡି ଅନ୍ୟତ୍ର ଯିବା।“

ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭାଇରାଲ ଭିଡିଓ ସେୟାର କରୁଛନ୍ତି ଏବଂ ମୋଦୀ ବିଦେଶରେ ଭାରତକୁ ନିନ୍ଦା କରୁଛନ୍ତି ବୋଲି ଦାବି କରୁଛନ୍ତି। ଭିଡିଓ ସେୟାର କରିବାବେଳେ କିଛି ଉପଭୋକ୍ତା ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରୁଛନ୍ତି ଯେ ଯେଉଁମାନେ ତାଙ୍କ ଭାଷଣ ଉପରେ ପ୍ରଶ୍ନ କରୁଛନ୍ତି ସେମାନେ ପିଏମ ମୋଦୀଙ୍କ ଭାଷଣ ଶୁଣିବା ଉଚିତ।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ଯବହହରକାରୀ ମାନେ ଦାବି କରି କହୁଛନ୍ତି, “ରାହୁଲ୍ ଗାନ୍ଧୀଙ୍କୁ କଟାକ୍ଷ କରୁଥିବା ଭକ୍ତ ମାନଙ୍କ ପାଇଁ ବିଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବିରୋଧୀ ଏ ପ୍ରକାର ଭାଷଣ ଦେଇ କଣ ଭାରତର ସମ୍ମାନ ବଢାଉଛନ୍ତି କି ?? ଏ ଭାଷଣ ପାଇଁ ମୋଦୀକୁ ଦେଶଦ୍ରହୀ କହିବ ନା ନାହିଁ..... ବିଦେଶ ଯାଇ ନିଜ ଦେଶକୁ ଏ ଭଳୀ ଅପମାନ ୭୦ ବର୍ଷରେ କୋଉ ନେତା କରି ନ ଥିବେ

Facebook | Archive

ଆମ ଅନୁସନ୍ଧାନ:

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନାଲରେ ୧୮ ମଇ ୨୦୧୫ ମସିହାରେ ଏକ ଭିଡିଓ ଅପ୍ଲୋଡ ହେଇଥିବା ମିଳିଲା।

ଏହି ଭିଡିଓର ୧୩.୪୩ ମିନିଟ ରୁ ଆପଣ ମାନେ ଭାଇରାଲ କ୍ଲିପ୍ ଦେକି ପାରିବେ। ଏହି ଭିଡିଓରେ ମୋଦୀଜି କହିଛନ୍ତି ଯେ, “ଆପଣ ମାନେ ଯାହା ଏଠାରେ ଶିଖିଛନ୍ତି ତାହା ଯଦି ଭାରତ ସହିତ ଯୋଡିବ ତେବେ ଭାରତକୁ ଆଗେଇ ନେବାକୁ ସୁବିଧା ହେବ। ଗୋଟିଏ ସମୟ ଥିଲା ଯେତେବେଳେ ଲୋକ ମାନେ କହୁଥିଲେ ଯେ ଜଣା ନାହିଁ ମୁଁ ପୂର୍ବ ଜନ୍ମରେ କ’ଣ ପାପ କରିଥିଲେ ଯେ ଭାରତରେ ଜନ୍ମ ନେଇଛି। ଏହା କ’ଣ ଏକ ଦେଶ? ଏହା କ’ଣ କୌଣସି ସରକାର? ଛାଡ଼ ଆମେ ଏଠାରୁ ଚାଲିଯିବା। ଆମେ ଏହା ମଧ୍ୟ ଦେଖିଥିଲୁ ଯେ ଇଣ୍ଡଷ୍ଟ୍ରିର ଲୋକମାନେ କହୁଥିଲେ, ବର୍ତ୍ତମାନ ଏଠାରେ ବ୍ୟବସାୟ କରିବାର କୌଣସି ଆବଶ୍ୟକତା ନାହିଁ ଆଉ ଏଠାରେ ରହିବାକୁ ଚାହୁଁନାହୁଁ। ମୁଁ ଏହାର କାରଣ ଭିତରକୁ ଯାଏ ନାହିଁ କିମ୍ବା ରାଜନୈତିକ ମନ୍ତବ୍ୟ ଦେବାକୁ ଚାହେଁ ନାହିଁ। କାରଣ ଲୋକଙ୍କ ମଧ୍ୟରେ ନିରାଶା ଏବଂ ଅସନ୍ତୋଷ ଏବଂ କ୍ରୋଧ ଥିଲା। ଆଜି ମୁଁ ଆତ୍ମବିଶ୍ଵାସ ସହିତ କହି ପାରିବି ଯେ ବିଭିନ୍ନ ବର୍ଗର ଲୋକେ, ସେମାନେ ବୈଜ୍ଞାନିକ ମଧ୍ୟ ହୋଇପାରନ୍ତି, ଆଜି ବିଦେଶରେ ଯେତେ ବି ଟଙ୍କା ରୋଜଗାର କରୁଛନ୍ତି, ତାହା ଠାରୁ କମ୍ ବେତନରେ ମଧ୍ୟ ଭାରତ ଫେରି ଏଠାରେ କାମ କରିବା ପାଇଁ ଆଗ୍ରହୀ ଅଛନ୍ତି।

ଏହି ଭିଡିଓ ୨୦୧୫ ମସିହାର ଅଟେ, ଯେତେବେଳେ ପିଏମ ମୋଦୀ ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିଥିଲେ। ବାସ୍ତବରେ, ପୂରା ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ସରକାର ସମୟରେ ଦେଶର ଦୁର୍ଦ୍ଦଶା ଏବଂ ସେତେବେଳେ ଲୋକଙ୍କ ମାନସିକତା ଉପରେ ଏହି ବିବୃତ୍ତି ଦେଇଥିଲେ। ସେ ବିଦେଶରେ ଭାରତକୁ ଅପମାନିତ କରି ନାହାଁନ୍ତି।

ନିମ୍ନରେ ଆପଣ ମାନେ ଦୁଇଟି ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ।

ବିଦେଶରେ ଭାରତର ଅପମାନ- ରାହୁଲ ଗାନ୍ଧୀ

ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ମୋଦୀ ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ ନିଜ ସରକାରକୁ ବିଦେଶୀ ମାଟିରୁ ଗଣତନ୍ତ୍ରକୁ କ୍ଷତି କରୁଥିବାର ଅଭିଯୋଗ କରିଥିଲେ। ରାହୁଲ ଗାନ୍ଧୀଙ୍କ ଏହି ଅଭିଯୋଗ ଉପରେ ବିଜେପି ପ୍ରତିଶୋଧ ନେଇ କହିଛି ଯେ କଂଗ୍ରେସ ନେତାମାନେ ନିଜ ଦେଶକୁ ବଦନାମ କରିବା ପାଇଁ ବିଦେଶୀ ମାଟିରୁ କାର୍ଯ୍ୟ କରୁଛନ୍ତି।

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ପୁରୁଣା ଭିଡିଓର ଏକ ଛୋଟ ଅଂଶ ସେଯାର କରି ମିଥ୍ୟା ପ୍ରଚାର କରା ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଅପମାନ କରି କୌଣସି ଭାଷଣ ଦେଇ ନାହାଁନ୍ତି।

Avatar

Title:କ’ଣ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶରେ ନିଜ ଭାଷଣରେ ଭାରତର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu

Result: False