ପୁରୁଣା ଗ୍ରାଫକୁ ଅନ୍ୟ ଦେଶ ତୁଳନାରେ ଭାରତର ଜିଡିପି ଅଧିକ ଶକ୍ତିଶାଳୀ ଦାବିରେ ଭାଇରାଲ୍ହେଉଛି।

Economy Misleading

Biswajit Sethi ନାମକ ଜଣେ ଫେସବୁକ ୟୁଜର 3 ସେପ୍ଟେମ୍ବରରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, 2020ରେ ଭାରତର ଜିଡିପି ଅନ୍ୟ ଦେଶମାନଙ୍କ ଅପେକ୍ଷା ଭଲ ଅଛି। ପୋଷ୍ଟରେ ଲେଖାଯାଇଛି ଯେ, ଆଜିର କୋରୋନା କାଳରେ ମଧ୍ୟ ଭାରତର ଜିଡିପି ମାମଲାରେ ଭାରତ ଅନ୍ୟ ଦେଶମାନଙ୍କୁ ପଛରେ ପକାଇ ଦେଖଇଛି। 

ଭାଇରାଲ୍ ହେଉଥିବା ଗ୍ରାଫିକ୍ସ ଭାରତ ପାଇଁ 1.9% ଅଭିବୃଦ୍ଧି ହାର ଦାବି କରିଛି ଏବଂ ଅନ୍ୟ 16 ଟି ଦେଶ ତୁଳନାରେ ଭାରତର ଜିଡିପି ଅଭିବୃଦ୍ଧି ଅଧିକ ଶକ୍ତିଶାଳୀ ହୋଇଛି।  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଡିଲିଟ କରି ଦିଆ ଯାଇଥିଲା। ଭାଇରାଲ ପୋଷ୍ଟକୁ ଅଧିକରୁ ଅଧିକ ସେୟାର ମଧ୍ୟ କରାଯାଇଛି। ତଳେ ପୋଷ୍ଟ ଦେଖନ୍ତୁ। 

ଏଠାରେ ପୋଷ୍ଟର Archive ଲିଙ୍କ ଦେଖନ୍ତୁ।

ତେବେ କଣ କୋରୋନା ମହାମାରି ସମୟରେ ମଧ୍ୟ ଭାରତର ଜିଡିପି ଅନ୍ୟ ଦେଶମାନଙ୍କ ଅପେକ୍ଷା ଭଲ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବର ସମ୍ପର୍କରେ ପ୍ରଥମେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 31 ଅଗଷ୍ଟରେ economictimesରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଭାରତର ଜିଡିପି ଅନ୍ୟ ଦେଶମାନଙ୍କଠାରୁ ଖରାପ ଅବସ୍ଥାରେ ଅଛି। ବିଗତ 40 ବର୍ଷରେ ଏପରି ପ୍ରଥମଥର ପାଇଁ ହୋଇଛି, ଯେଉଁଥିରେ ଭାରତର ଜିଡିପି 23.9% ଖସିଛି । ଏଥିରୁ ସ୍ପଷ୍ଟ ହେଉଛି। ଭାଇରାଲ ହେଉଥିବା ଖବର ମିଥ୍ୟା ଅଟେ। financialexpressରେ ମଧ୍ୟ ଲିଙ୍କ ଦେଖନ୍ତୁ। ଯେଉଁଥିରେ ଲେଖା ଯାଇଛି ଯେ, ଏପ୍ରିଲ ଏବଂ ଜୁନ ମଧ୍ୟରେ ଜିଡିପି 23.9 ପ୍ରତିଶତ କମିଛି। ଅର୍ଥବ୍ୟବସ୍ଥାରେ ଆମେରିକା ପରେ ଭାରତର ଖରାପ ପ୍ରଦର୍ଶନ ହୋଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- economictimesArchive

ଅଧିକ ସୂଚନା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ।  IMF ପେଜରେ ହିସାବରେ ଆମକୁ ଏକ ଗ୍ରାଫ ମିଳିଲା। ଯେଉଁଥିରେ ଭାରତର ଅର୍ଥନୈତିକ ବିତ୍ତ ବର୍ଷ 2020ର  ଅର୍ଥବ୍ୟବସ୍ଥା ବୃଦ୍ଧିଦରର ଅନୁସାରେ ନେଗେଟିଭ ଅଛି। 

ଆଇଏମ୍ଏଫ୍ ର ଜୁନ୍ ରିପୋର୍ଟ ଅନୁଯାୟୀ, 2020 ରେ ଭାରତ ପାଇଁ (-) 4.5 ପ୍ରତିଶତ ଅଭିବୃଦ୍ଧି ହାର ଧାର୍ଯ୍ୟ ହୋଇଥିବାବେଳେ 2021 ଆର୍ଥିକ ବର୍ଷରେ 6.0 ପ୍ରତିଶତ ଅଭିବୃଦ୍ଧି ହାର ଧାର୍ଯ୍ୟ କରାଯାଇଛି। ଏହା ଶତକଡ଼ା ହାରରେ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି। ଜୁନ 2020ରେ ଭାରତର ଜିଡିପି -4.5ରେ ଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- IMFArchive

ଏହା ପରେ ଆମେ 1.9% ଭାରତ ଜିଡିପି ମାରି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ IMFର ଅନ୍ୟ ଏକ ଲିଙ୍କ ମିଳିଲା। ଯେଉଁଥିରେ ଦେଖା ଯାଇଛି ଯେ, 2020 ଏପ୍ରିଲ ମାସରେ ଭାରତର ଜିଡିପି 1.9ରେ ଥିଲା। କିନ୍ତୁ ଭାରତର ଜିଡିପି ବର୍ତ୍ତମାନ ଅନ୍ୟ ଦେଶର ଜିଡିପି ଠାରୁ ଖରାପ ଅଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗ୍ରାଫ ମିଥ୍ୟା ଅଟେ।  ଭାରତର ଜିଡିପି ଭାଇରାଲ ହେଉଥିବା ଗ୍ରାଫ ସହ ସମାନ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- IMFArchive

31 ଅଗଷ୍ଟରେ Bbc ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଲକ୍ଡାଉନର ପ୍ରଥମ ତିନିମାସରେ ଭାରତର ଜିଡିପି ଅଭିବୃଦ୍ଧି ହାରରେ ତୀବ୍ର ହ୍ରାସ ଘଟିଛି। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ଅନୁଯାୟୀ, 2020-21 ଆର୍ଥିକ ବର୍ଷର ପ୍ରଥମ ତିନି ମାସିକ ଅର୍ଥାତ୍ ଏପ୍ରିଲରୁ ଜୁନ୍ ମଧ୍ୟରେ ଅଭିବୃଦ୍ଧି ହାର 23.9% ହ୍ରାସ ପାଇଛି। କରୋନା ମହାମାରୀ ଏବଂ ଦେଶବ୍ୟାପୀ ଲକଡାଉନର ପ୍ରଥମ ତିନି ମାସରେ ଭାରତର ଜିଡିପି ହାର 18% କୁ ଖସିପାରେ ବୋଲି ଆକଳନ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଭାରତ ଜିଡିପି 2020 ଅଗଷ୍ଟ ପର୍ଯ୍ୟନ୍ତ ଭସ ସ୍ଥିତିରେ ନାହିଁ। ଭାଇରାଲ ଖବର ମିଥ୍ୟା ଅଟେ। 

ଏଠାରେ ଲିଙ୍କ ଦେଖନ୍ତୁ- BbcArchive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଏହି ଭାଇରାଲ୍ ତଥ୍ୟ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଦ୍ୱାରା ପ୍ରକାଶିତ ଏପ୍ରିଲ୍ ମାସର ଆକଳନ ଉପରେ ଆଧାରିତ, ଯାହା ଗ୍ରାଫିକ୍ସରେ ପ୍ରଦର୍ଶିତ ଅନ୍ୟ 16 ଦେଶ ତୁଳନାରେ ଭାରତର ଅଭିବୃଦ୍ଧି ହାର 1.9 ପ୍ରତିଶତ ହେବ ବୋଲି ଆକଳନ କରିଥିଲା।  ତେବେ ଜୁନ୍ ରିପୋର୍ଟରେ ଏହି ପରିସ୍ଥିତି ବଦଳିଛି। ଜୁନ୍ ମାସରେ ଆଇଏମ୍ଏଫ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, FY 2020 ରେ ଭାରତର ଅଭିବୃଦ୍ଧି ହାର -4.5 ପ୍ରତିଶତ ହେବ ବୋଲି ଆଶା କରାଯାଉଛି।

Avatar

Title:ପୁରୁଣା ଗ୍ରାଫକୁ ଅନ୍ୟ ଦେଶ ତୁଳନାରେ ଭାରତର ଜିଡିପି ଅଧିକ ଶକ୍ତିଶାଳୀ ଦାବିରେ ଭାଇରାଲ୍ହେଉଛି।

Fact Check By: Saritadevi Samal 

Result: Misleading

Leave a Reply

Your email address will not be published. Required fields are marked *