ରାମ ମନ୍ଦିର ଭୁମି ପୂଜନ ପାଇଁ ଅଯୋଧ୍ୟାକୁ ଗେରୁଆ ରଙ୍ଗରେ ସଜାଯାଇଛି କି?

False Social

5 ଅଗଷ୍ଟରେ ଅଯୋଧ୍ୟାରେ ପୂଜା ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବଡ ଚେହେରା ପହଞ୍ଚିବେ।  ଏହି ଇତିହାସିକ ଦିନ ପାଇଁ ଅଯୋଧ୍ୟାକୁ ମଧ୍ୟ ସଜାଯାଇଛି।  ସୋସିଆଲ ମିଡିଆରେ କିଛି ଫୋଟୋ ବହୁତ ଭାଇରାଲ ହେବାରେ ଲାଗିଛି। 

ଘର ଗୁଡିକୁ  ଗେରୁଆ ରଙ୍ଗରେ ଆଙ୍କାଯାଇଥିବା କିଛି ଫୋଟୋ ଭାଇରାଲ ହେଉଛି।  ଯେଉଁଥିରେ ହିନ୍ଦୁ ଦେବତାମାନଙ୍କର ଚିତ୍ର ଅଙ୍କା ଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଏହି ଫୋଟୋଗୁଡ଼ିକ ଅଯୋଧ୍ୟାର ଅଟେ, ଯାହା ରାମ ମନ୍ଦିରର ଭୁମି ପୂଜନଙ୍କ ପାଇଁ ଗେରୁଆ ରଙ୍ଗରେ ସଜାଯାଇଛି।

24 ଜୁଲାଇରେ Subhrajeet Dash ନାମକ ଜଣେ ଫେସବୁକ ୟୁଜର ତାକଙ୍କ ଆକାଉଣ୍ଟରେ ଏହି ଦାବି ସହ ପୋଷ୍ଟ କରିଥଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ରାମ ମନ୍ଦିର ନିର୍ମାଣ ଓ ଭୂମି ପୂଜନ ପାଇଁ ଗେରୁଆ ରଙ୍ଗରେ ସଜେଇ ହେଉଛି ରାମ ଜନ୍ମ ଭୂମି ଅଯୋଧ୍ୟା ନଗରୀ ଜୟ ଶ୍ରୀ ରାମ🙏 🚩🚩🚩 ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 6 ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅଧିକ ଲାଇକ ମଧ୍ୟ ମିଳିଛି। 

ଏଠାରେ ପୋଷ୍ଟ ଦେଖନ୍ତୁ- Facebook Archive

ତେବେ କ’ଣ ରାମ ମନ୍ଦିରର ଭୁମି ପୂଜନ ପାଇଁ ଅଯୋଧ୍ୟାକୁ ଗେରୁଆ ରଙ୍ଗରେ ସଜାଯାଇଛି କି? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। 14 ଜୁଲାଇରେ Nav bharat timesରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଗେରୁଆ ରଙ୍ଗରେ ସଜାଇ ହୋଇଥିବା ଘରର ଗୁଡ଼ିକ ଅଯୋଧ୍ୟାରେ ନୁହେଁ ବରଂ ଉତ୍ତର ପ୍ରଦେଶ ପ୍ରୟାଗ ରାଜ ଅଞ୍ଚଳରେ ହୋଇଛି। ପ୍ରୟାଗରାଜ କ୍ୟାବିନେଟ ମନ୍ତ୍ରୀ ଏହି ରଙ୍କ ଲୋକଙ୍କ ବିନା ଅନୁମତିରେ ତାଙ୍କ ଘର ହିନ୍ଦୁ ଧର୍ମର ଭଗବାନଙ୍କ ଚିତ୍ର ସହିତ ଗରୁଆ ରଙ୍ଗ କରୁଥିଲେ। ଏହାକୁ ସ୍ଥାନିୟ ଲୋକ ବିରୋଧ କରିଥିଲେ। ଏହା ସ୍ପଷ୍ଟ କରାଉଛି ଯେ, ଗେରୁଆ ରଙ୍ଗରେ ରଙ୍ଗା ଯାଇଥିବା ଅଞ୍ଚଳ ଅଯୋଧ୍ୟାର ନୁହେଁ।  ଅଧିକ ସୂଚନା ପାଇଁ ତଳଏ ପୋଷ୍ଟ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Nav bharat timesArchive

ଏହା ପରେ ଆମକୁ NDTV ପେଜର ଟ୍ୱିଟର ଆକାଉଣ୍ଟ ମଳିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ହୋଉଥିବା ଫୋଟୋ ଅଯୋଧ୍ୟାର ନୁହେଁ ପ୍ରୟାଗରାଜ ଅଞ୍ଚଳର ଅଟେ। ରିପୋର୍ଟ ଅନୁଯାୟୀ, ନନ୍ଦ ଗୋପାଳ ଗୁପ୍ତା ନନ୍ଦୀ ଏହି ମାମଲାରେ କହିଛନ୍ତି ଯେ ସେ ପ୍ରୟାଗରାଜ ଅଞ୍ଚଳକୁ ସୌନ୍ଦର୍ଯ୍ୟକରଣ କରୁଛନ୍ତି ଏବଂ ଆଧ୍ୟାତ୍ମିକ ରୂପ ଦେବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ଏହି ସୌନ୍ଦର୍ଯ୍ୟକରଣକୁ ବିରୋଧ ଦଳର ଲୋକମାନେ ବିରୋଧ କରୁଛନ୍ତି।ଏଠାରେ ସ୍ପଷ୍ଟ ହୋଇଛି ଯେ ଏହି ଫଟୋଗୁଡ଼ିକ ଅଯୋଧ୍ୟା ନୁହେଁ ପ୍ରୟାଗରାଜ ଅଞ୍ଚଳର ଅଟେ। ଏହାକୁ ରାମ ମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟାରେ ସଜା ଜାଇ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ତେବେ ରାମ ମନ୍ଦିରର ଭୂମି ପୂଜା ପାଇଁ ଅଯୋଧ୍ୟାକୁ ମଧ୍ୟ ସଜାଯାଇଛି। ଅଯୋଧ୍ୟାରେ ଭୁମି ପୂଜନ ପାଇଁ ଚାଲିଥିବା ପ୍ରସ୍ତୁତିର କିଛି ଚିତ୍ର Aajtak ଖବର ପେଜରେ ପ୍ରକାଶିତ କରାଯାଇଛି। ତଳେ ଭିଡିଓ ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ ଅଯୋଧ୍ୟାର ନୁହେଁ ପ୍ରୟାଗରାଜ ଅଞ୍ଚଳର ଫୋଟୋ ଅଟେ। ରାମ ମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟାକୁ ଗେରୁଆ ରଙ୍ଗ କରୁଥିବା ଦାବି ମିଥ୍ୟା ଅଟେ। 

Avatar

Title:ରାମ ମନ୍ଦିର ଭୁମି ପୂଜନ ପାଇଁ ଅଯୋଧ୍ୟାକୁ ଗେରୁଆ ରଙ୍ଗରେ ସଜାଯାଇଛି କି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *