
ଦିଲ୍ଲୀରେ ଚାଲୁଥିବା ଡଙ୍ଗା ସମୟରେ ଆହୁରି ଗୋଟିଏ ଖବର ଶୁଣିବାକୁ ମିଳିଛି। ଖବର ଅନୁଯାୟୀ ଆମ ଆଦ୍ମି ପାର୍ଟି କାଊଁସିଳର ତାହିର ହୁସାଏନ, ଅଙ୍କିତ ଶର୍ମା ନାମକ ଜଣେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇ.ବି) ଅଫିସରକୁ ହତ୍ୟା କରିଥିବା କଥା ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଅଙ୍କିତ ନି ଭାଇଙ୍କୁ ଖୋଜିବା ପାଇଁ ଘରୁ ବାହାରି ଥିଲେ। ତାଙ୍କୁ ଡର ଥିଲା ଯେ ତାଙ୍କ ଭାଇ ଦିଲ୍ଲୀରେ ହେଉଥିବା ଡଙ୍ଗାରେ ଅଟକି ରହି ଯାଇଛନ୍ତି। ଅଙ୍କିତ ସନ୍ଧ୍ୟା ୪ ତ ବେଳେ ଘରୁ ବାହାରି ଥିଲେ। ସେହି ସମୟରେ ତାଙ୍କୁ କିଛି ଲୋକ ଘୋଷାଡ଼ି ନେଇ ତାଙ୍କର ହତ୍ୟା କରି ତାଙ୍କ ଘର ଠାରୁ ୨୦୦ ମିଟର ଦୂର ଗୋଟିଏ ନାଳରେ ଫିଙ୍ଗି ଦେଇଥିଲେ। ତାଙ୍କ ହତ୍ୟା ପଚାଡେ ତାହିର ହୁସାଏନଙ୍କ ହାତ ଅଛି ବୋଲି କୁହା ଯାଉଅଛି।
୨୮ ଫେବ୍ରୁଆରି ରେ ଏହି ବିଷୟନେଇ ଫେସବୁକର ଓଡ଼ିଶା ବ୍ରେକିଙ୍ଗ ନ୍ୟୁଜ ନାମକ ପେଜ ରେ ଜଣେ ଫେସବୁକ ୟୁଜର ଏହା ଲେଖି ପୋସ୍ତ କରିଛନ୍ତି ଯେ ଏବେ ଦିଲ୍ଲୀ ଦଙ୍ଗାକାରୀ ଧାରା ପଡିଲା।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନରୁ ଏହା ଜଣା ପଡିଲା ଯେ:
ଆଜି ୨୯ ଫେବ୍ରୁଆରିରେ ହିନ୍ଦୁସ୍ଥାନ ଟାଇମସ ପତ୍ରିକାରେ ଏହା ଲେଖା ଯାଇଅଛି ଯେ ଆମ ଆଦ୍ମି ପାର୍ଟି କାଊଁଶିଲର ମହମ୍ମଦ ତାହିର ହୁସାଏନଙ୍କ ଉପରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟାର ଦୋଷ ଲାଗିଲା ପରେ ସେ ବର୍ତମାନ ସମୟରେ ଲୁଚି ଯାଇଛନ୍ତି। ଅଙ୍କିତଙ୍କ ପରିବାର ଲୋକ ପୋଲିସ ପାଖରେ ଯାଇ ଏହି ରୁଜୁ ଦାଖଲ କରିଥିଲେ। ପୋଲିସ ତାହିରଙ୍କୁ ଖୋଜିଲା ବେଳେ ତାଙ୍କ ମୋବାଇଲର ଲୋକେସନ ଅନୁସାରେ ସେ ଶେଷ ଥର ତାଙ୍କ ପରିବାର ଲୋକଙ୍କ ସହିତ ଉତ୍ତର ପ୍ରଦେଶ ସୀମା ପାଖାରେ ଥିବା ଜଣା ପଡିଥିଲା। ପୋଲିସଙ୍କ କହିବା ଅନୁସାରେ FIR ଖବର ମିଳିଲା ପରେ ସେ ନିଜ ପରିବାର ସହିତ ଲୁଚି ଯାଇଛନ୍ତି। ସ୍ପେଶିଆଳ ଇନଭେଶଟିଗେସନ ଟିମ ଅଫିସର କହିଛନ୍ତି ଯେ ସେମାନେ ତାହିରଙ୍କ ଅନ୍ୟ ଘର ଲୋକଙ୍କ କୁ ତାଙ୍କ ବିଷୟରେ ପଚାରୁଛନ୍ତି। ସୁକୃବାର ଦିନ ପର୍ଯ୍ୟନ୍ତ ତାହିରଙ୍କୁ ଖୋଜିଲା ପରେ ମଧ୍ୟ ତାଙ୍କ କୌଣସି ଖବର ମିଳି ପାରି ନାହିଁ। ଗୁରୁବାର ଦିନ ତାହିର ତାଙ୍କ ଉପରେ ଲାଗିଥିବା ସମସ୍ତ ଦୋଷକୁ ଖଣ୍ଡନ କରିଥିଲେ। ସେ ଏହା ମଧ୍ୟ କହି ଥିଲେ ଯେ ଡଙ୍ଗା ସମୟରେ ସେ ନିଜ ଘର ଲୋକଙ୍କ ସହିତ ଥିଲେ। ଏହି ଘଟଣା ନେଇ ଅରବିନ୍ଦ କେଜ୍ରିବାଳ ଏହା କହିଛନ୍ତି ଯେ ଯଦି ଦିଲ୍ଲୀ ଡଙ୍ଗାରେ ତାଙ୍କ କୌଣସି ପାର୍ଟି ଲୋକଙ୍କ ସମର୍ଥ ରହିଛି ତ ସେମାନଙ୍କୁ ଦଣ୍ଡ ନିଶ୍ଚିନ୍ତ ଭାବେ ମିଳିବ।
୨୯ ଫେବ୍ରୁଆରି ରିପବ୍ଲିକ ୱାର୍ଲ୍ଡ ପତ୍ରିକାରେ ଛପି ଥିବାଅନୁଛେଦରେ ଏହା ଲେଖା ଯାଇଅଛି ଅଛି ଯେ ସୁପ୍ରିମ ଜ୍କୋର୍ଟ ଓକିଲ ଆଲାଖ ଶ୍ରିବାସ୍ତଭ ଦିଲ୍ଲୀ ପୋଲିସ କମିଶନରଙ୍କୁ ଚିଠି ଲେଖି କହିଛନ୍ତି ଯେ ତାହି ହୁସାଏନଙ୍କୁ ଶୀଘ୍ର ଗିରଫ କରା ଯାଉ। ସେ ସିବିଆଇ କୁ ମଧ୍ୟ ଏହି ମାମଲା ନେଇ ଗବେଷଣା କରିବା ପାଇଁ ଅନୁରୋଧ କରିଛନ୍ତି। ଦିଲ୍ଲୀ ପୋଲିସ କମିଶନରଙ୍କୁ ଶ୍ରିବାସ୍ତଭ ପୋଲିଗ୍ରାଫି ଟେଷ୍ଟ, ନାରକୋ ଟେଷ୍ଟ ଓ ବରେନ ମେପିଙ୍ଗ ଟେଷ୍ଟ କରିବାର ଅନୁରୋଧ କରିଛନ୍ତି। ତାହିରଙ୍କ ଉପରେ ଅଙ୍କିତଙ୍କ ହତ୍ୟା ନେଇ ଧାରା ୩୦୨ ଲାଗିଅଛି। ଅଙ୍କିତଙ୍କ ବାପା ରବୀନ୍ଦ୍ର କୁମାର ଡାୟାଲପୁର ପୋଲିସ ଥାନା ଯାଇ ଏହି ଘଟଣା ନେଇ ରୁଜୁ ଦାଖଲ କରିଥିଲେ।
୨୯ ଫେବ୍ରୁଆରି ରେ ଇଣ୍ଡିଆ ଟୁଡେ ପତ୍ରିକାରେ ଲେକା ଯାଇଅଥିବା ଅନୁଛେଦ ଅନୁସାରେ ତାହିରଙ୍କୁ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲା ନେଇ ପୋଲିସ ତାଙ୍କୁ ଡାକିବା। ତାହିର ଏହି ହତ୍ୟା ମାମଲା ନେଇ କହିଛନ୍ତି ଯେ ଏହି ଘଟଣାରେ ତାଙ୍କ କୌଣସି ହାତ ନାହିଁ। ତାଙ୍କ ଉପରେ ଲାଗି ଥିବା ସମସ୍ତ ଓଏସକୁ ସେ ଖଣ୍ଡନ କରିଛନ୍ତି। ଅରବିନ୍ଦ କେଜ୍ରିୱାଲ ତାହିରଙ୍କୁ ପାର୍ଟିରୁ ବାହାର ରାସ୍ତା ଦେଖାଇ ସାରିଛନ୍ତି। ବିଜେପି ପାର୍ଟି ଅନୁସାରେ ତାହିର ଦିଲ୍ଲୀ ହିଂସା ବଢାଇବାରେ ସୁଯୋଗ ଦେଇଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଏହା ଜଣା ପଡିଲାଯେ ତାହିର ହୁସାଏନଙ୍କୁ ବର୍ତମାନ ସୁଧା ପୋଲିସ ଗିରଫ କରି ପରି ନାହିଁ। ପୋଲିସ ବର୍ତମାନ ସୁଧା ତାଙ୍କ ଠିକଣା ଖୋଜୁଛି। ପୋଲିସ ଓ ଏସ.ଆଇ.ଟି (SIT) ଅନୁସାରେ ତାହିର ବର୍ତମାନ ନିଜ ପରିବାର ସହ କେଉଁଠି ଲୁଚି ବସିଛନ୍ତି। ପୋଷ୍ଟରେ କରା ଯାଇଥିବା ଦାବି ଯେ ତାହିର ହୁସାଏନଙ୍କୁ ପୋଲିସ ଗିରଫ କରି ସାରିଛି ଗୋଟିଏ ମିଥ୍ୟା।

Title:କ’ଣ ଦିଲ୍ଲୀ ପୋଲିସ ଆମ ଆଦ୍ମି ପାର୍ଟି ସଦସ୍ୟ ତାହିର ହୁସାଏନଙ୍କୁ ଗିରଫ କରିଛନ୍ତି? କ’ଣ ସତ୍ୟତା ଏହି ଘଟଣାର? ଜାଣନ୍ତୁ।
Fact Check By: Siddharth SahuResult: False