କ’ଣ ଇସ୍ରୋର ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ଅଶୋକ ସ୍ତମ୍ଭର ଚିତ୍ର ଅଙ୍କନ କରିଛି? ଜାଣନ୍ତୁ ସତ୍ୟ। 

False Science Social

ଚନ୍ଦ୍ରୟାନ -୩ ଚନ୍ଦ୍ରରେ ଅବତରଣ କରିବା ପରେ ପ୍ରଜ୍ଞାନ ରୋଭର ସେଠାରେ ଯାତ୍ରା କରିବ ଏବଂ ବୈଜ୍ଞାନିକ ଅନୁସନ୍ଧାନ ଏବଂ ସୂଚନା ସଂଗ୍ରହ କରିବ। ଏହି ସମୟରେ କୁହାଯାଉଛି ଯେ ଏହି ରୋଭରର ଚକରେ ଭାରତୀୟ ଜାତୀୟ ପ୍ରତୀକ ଅଶୋକସ୍ତମ୍ବର ଡିଜାଇନ୍ ରହିଛି ଏବଂ ଚନ୍ଦ୍ରରେ ଅବତରଣ ପରେ ଏହି ଡିଜାଇନ୍ ଚନ୍ଦ୍ର ପ୍ରୁଷ୍ଠରେ ଅଙ୍କନ ହୋଇଛି। ଏହାର ଗୋଟିଏ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଫୋଟୋ ନକଲି ଅଟେ ଏବଂ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ଏହାକୁ ଭାଇରାଲ କରା ଯାଇଛି। 

କ’ଣ ଦାବି କରା ଯାଉଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଯେତେ-ଯେତେ ଚନ୍ଦ୍ରଯାନ ୩ ର ପ୍ରଜ୍ଞାନ ରୋଭର ଚନ୍ଦ୍ରମାର ଦକ୍ଷିଣୀ ଧ୍ରୁବର ଭ୍ରମଣ କରିବ, ସେତେ-ସେତେ ନିଜ ଚକରେ ଅଙ୍କିତ ଇସ୍ରୋର ଲୋଗୋ ଓ ଭାରତର ରାଷ୍ଟ୍ରୀୟ ଚିନ୍ହ ର ଚିତ୍ର ଚନ୍ଦ୍ରମାର ଦେହରେ ଛାଡି ଚାଲିବ । ବାୟୁର ଅନୁପସ୍ଥିତି କାରଣରୁ ଭାରତୀୟ ଗୌରବକୁ ଦର୍ଶାଉଥିବା ଏହି ଚିନ୍ହ ଅନନ୍ତ କାଳ ପର୍ଯ୍ୟନ୍ତ ଚନ୍ଦ୍ରମାର ମାଟିରେ ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିବ ।

Facebook | Archive

ସମାନ ପୋଷ୍ଟ ଆମକୁ ଅନ୍ୟ ଫେସବୁକ ଏକାଉଣ୍ଟ ଏବଂ ଟୁଇଟ ହେଇଥିବା ମିଳିଲା। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋକୁ ଗଭୀରତା ସହିତ ଦେଖିଲୁ। ଫୋଟୋର ବାମ ପାର୍ଶ୍ଵରେ ଆମକୁ ‘କୃଷ୍ଣାନଶୁ ଗର୍ଗ’ ନାମ ଅଙ୍କିତ ହୋଇଥିବା ଦେଖିବାକୁ ମିଳିଲା। 

ଏହାକୁ ନଜରରେ ରଖି ଆମେ କୃଷ୍ଣାନଶୁ ଗର୍ଗଙ୍କ ସୋସିଆଲ ମିଡିଆ ଏକାଉଣ୍ଟ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ସେ ନିଜ ଇଂଷ୍ଟାଗ୍ରାମ ଏକାଉଣ୍ଟରେ ୨୪ ଅଗଷ୍ଟରେ ସମାନ ଫୋଟୋ ପୋଷ୍ଟ କରିଥିଲେ। 

ଏହି ପୋଷ୍ଟ ସହିତ ସେ ଲେଖିଛନ୍ତି, “ମୋର କଳାକୌଶଳର ଅତ୍ୟଧିକ ପ୍ରତିକ୍ରିୟା ପାଇଁ ମୁଁ ଗଭୀର କୃତଜ୍ଞ, ଏବଂ ଏହାକୁ ଭାଇରାଲ୍ କରିବାରେ ଆପଣଙ୍କର ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଇବାକୁ ଚାହେଁ! ତଥାପି ମୁଁ ଅନେକ ଲୋକଙ୍କୁ ISRO ଦ୍ୱାରା ଅଂଶୀଦାର ହୋଇଥିବା ପ୍ରକୃତ ଫୋଟୋ ବୋଲି ଦାବି କରୁଥିବା ଦେଖିଛି। ଭାଇରାଲ ଫୋଟୋ ଚନ୍ଦ୍ରୟାନ ୩ ଲ୍ୟାଣ୍ଡିଂ ପାଇଁ ଏକ ଗଣନା ଭାବରେ ଡିଜାଇନ୍ କରାଯାଇଥିଲା, ଏବଂ ମୁଁ ଏହାକୁ ବିଭିନ୍ନ ଇଲେକ୍ଟ୍ରୋନିକ୍ ମିଡିଆ ଚ୍ୟାନେଲ ସହିତ ଅଂଶୀଦାର କରିଛି। ଦୟାକରି ଏହି ବିଷୟରେ ମିଥ୍ୟା ଖବର ସେୟାର ବନ୍ଦ କରନ୍ତୁ।”

ଫ୍ୟାକ୍ଟ କ୍ରିଷେଣ୍ଡୋ କୃଶାଂଶୁ ଗର୍ଗଙ୍କ ସହ ଯୋଗାଯୋଗ କରିଥିଲା। ସେ ନିଶ୍ଚିତ କରିଛନ୍ତି ଯେ ଭାଇରାଲ ହେଉଥିବା ଫୋଟୋକୁ ସେ କମ୍ପୁଟରରେ ତିଆରି କରିଛନ୍ତି କିନ୍ତୁ ଲୋକମାନେ ଏହି ଫୋଟୋକୁ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ନିମ୍ନରେ ଆପଣ ମାନେ ତାଙ୍କ ମେସେଜ୍ ଦେଖି ପାରିବେ। 

ISRO ର ଅଫିସିଆଲ୍ ୱେବସାଇଟ୍ ରେ ଏକ ଭିଡିଓ ଉପଲବ୍ଧ ଅଛି ଯେଉଁଥିରେ କିଛି ବୈଜ୍ଞାନିକ ମାନେ ‘ପ୍ରଜ୍ଞାନ ରୋଭର’କୁ’ ବିକ୍ରମ ଲ୍ୟାଣ୍ଡର୍’ରେ ଫିଟ୍ କରୁଥିବା ଦେଖା ଯାଇଛି। ନିମ୍ନରେ ଥିବା ସ୍କ୍ରିନସଟରେ, ଆପଣ ମାନେ ପ୍ରଜ୍ଞାନ ରୋଭରର ଗୋଟିଏ ଚକ ଉପରେ ISRO ର ଲୋଗୋ ଦେଖିପାରିବେ।

ଏହା ପରେ ଆମେ ସର୍ଚ୍ଚ କରିଲୁ ଯେ କ’ଣ ଇସ୍ରୋ ପକ୍ଷରୁ ଚନ୍ଦ୍ରରେ କୌଣସି ଛାପ ଛାଡିଥିବାର ଫୋଟୋ ସେୟାର କରା ଯାଇଛି କି? ଇସ୍ରୋ ଦ୍ଵାରା ଗୋଟିଏ ପୋଷ୍ଟରେ କୁହା ଯାଇଛି ଯେ ଏପରି ଚନ୍ଦ୍ରୟାନ ୩ ରୋଭର ଲ୍ୟାଣ୍ଡରରୁ ଖସି ଚନ୍ଦ୍ର ପ୍ରୁଷ୍ଠକୁ ଛୁଇଁଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ଭ୍ରମାତ୍ମକ ଅଟେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅଶୋକ ସ୍ତମ୍ଭ ଏବଂ ଇସ୍ରୋର ଚିହ୍ନ ଅସଲି ନୁହେଁ। ଫୋଟୋ ଏଡିଟିଂ ସାହାଯ୍ୟତାରେ ଏହି ଫୋଟୋ ସୃଷ୍ଟି କରା ଯାଇଛି।

Avatar

Title:କ’ଣ ଇସ୍ରୋର ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ଅଶୋକ ସ୍ତମ୍ଭର ଚିତ୍ର ଅଙ୍କନ କରିଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *