
କୃଷି ଆନ୍ଦୋଳକୁ ନେଇ ରିହାନା ଟ୍ୱିଟ କରିବାପରେ ଦେଶରେ ବିବାଦ ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଅନେକ ଖବର ଏବଂ ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମୁକେଶ ଅମ୍ବାନିଙ୍କ ଏକ ଟ୍ୱିଟ ଭାଇାଲ ହେଉଛି। ଟ୍ୱିଟରେ ଲେଖାଯାଇଛି ଯେ, ରିହାନା ବୋଧେ ଭୁଲି ଯାଉଛନ୍ତି ଯେ, ଥରେ ଭାରତକୁ ଗରିବ କହିବାରୁ ମୁଁ ତାଙ୍କୁ ମୋ ଝିଅ ବାହାଘରରେ ରାତିସାରା ମୋ ବଙ୍ଗଳାରେ ନଚାଇଥିଲି। ଆମ ଅନୁସନ୍ଧାନରୁ ଭାଇରାଲ ଟ୍ୱିଟ ମିଥ୍ୟା ପ୍ରମାଣତ ହେଲା।
9 ଫେବୃଆରିରେ Bhakta Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଟ୍ୱିଟ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେମିତି ଲାଗିଲା ରିହାନା ସମର୍ଥକ ମାନେ ନିଶ୍ଚିତ ଜଣାଇବେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର ଏବଂ ଲାଇକ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ ମୁକେଶ ଅମ୍ବାନି ରିହାନାଙ୍କ ଟ୍ୱିଟ ପରେ ଏପରି ଟ୍ୱିଟ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋରେଥିବା ଟ୍ୱିଟର ଆକାଉଣ୍ଟକୁ ସର୍ଚ୍ଚ କରିଲୁ। ଭାଇରାଲ ହେଉଥିବା ଟ୍ୱିଟର Twitter ଆକାଉଣ୍ଟ ପାଇଲୁ। ଯେଉଁଥିରେ ଦେଖିପାରିବେ ଟ୍ୱିଟର ଆକାଉଣ୍ଟଟି 2021 ଜାନୁଆରିରେ ବାନାଯାଇଛି। ଟ୍ୱିଟର ଆକାଉଣ୍ଟରେ 456 ଫଲୋୟରଥିବା ବେଳେ ବହୁତ କମ ଲୋକ ଏହି ଟ୍ୱିଟର ଆକାଉଣ୍ଟକୁ ଫଲୋ କରୁଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି,ସଭାଇରାଲ ଟ୍ୱିଟର ପୋଷ୍ଟ ଏହି ଫେକ ଟ୍ୱିଟର ଆକାଉଣ୍ଟରୁ ଭାଇରାଲ କରାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଏହା ପରେ 2018 Business Standard ୟୁଟ୍ୟୁବ ଚ୍ୟାନେଲରେ ଖବର ପାଇଲୁ। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ମୁକେଶ ଅମ୍ବାନି ଝିଅ ବାହାଘରରେ ରିହାନା ନୁହେଁ ବରଂ ବିୟୋନ୍ସ ନାଚିଥିଲେ। ଏହା ଛଡ଼ା ଗୁଗୁଲର ସର୍ଚ୍ଚରେ ମଧ୍ୟ ଆମକୁ ଏପରି କୌଣସି ଖବର ପ୍ରକାଶିତ ହୋଇଥିବାର ମିଳିଲା ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
googleରେ ଆମେ ମୁକେଶ ଅମ୍ବାନିଙ୍କ ଟ୍ୱିଟର ଆକାଉଣ୍ଟ ଖୋଜିଲୁ। କିନ୍ତୁ ଆମକୁ ଗୁଗୁଲରେ ମୁକେଶ ଅମ୍ବାନିଙ୍କ କୌଣସି ଓଫିସିଆଲ ଆକାଉଣ୍ଟ ମିଳିଲା ନାହିଁ। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ମୁକେଶ ଅମ୍ବାନି ସୋସିଆଲ ମିଡିଆରେ ନାହାନ୍ତି। ଅଧିକ ସୀଚନା ପାଇଁ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନ ପାଇଲୁ ଯେ, ମୁକେଶ ଅମ୍ବାନି ନାମରେ ଭାଇରାଲ ହେଉଥିବା ଟ୍ୱିଟ ଫେକ ଅଟେ।

Title:ମୁକେଶ ଅମ୍ବାନି ନାମରେ ଭାଇରାଲ ହେଉଥିବା ଟ୍ୱିଟ ଫେକ ଅଟେ।
Fact Check By: Saritadevi SamalResult: False